Advertisment

ୱାଙ୍ଖଡେରେ ପୁଣି ପଶିଲା କରୋନା, ଆଉ ୩ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପୁଣି କରୋନା ପ୍ରବେଶ କରିଛି। ଷ୍ଟାଡିୟମରେ ଆଉ ତିନି ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ଗ୍ରାଉଣ୍ଡ ଷ୍ଟାଫ୍ ଓ ଜଣେ ପ୍ଲମ୍ବର ରହିଛନ୍ତି। ଏ ନେଇ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ଶନିବାର ଷ୍ଟାଡିୟମର ୧୦ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସୁସ୍ଥ ହୋଇସାରିଛନ୍ତି। ଏବେ ପୁଣି କରୋନା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ୱାଙ୍ଖଡେରେ ପୁଣି ପଶିଲା କରୋନା, ଆଉ ୩ ଆକ୍ରାନ୍ତ ଚିହ୍ନଟ

mumbai-grounds

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପୁଣି କରୋନା ପ୍ରବେଶ କରିଛି। ଷ୍ଟାଡିୟମରେ ଆଉ ତିନି ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ଗ୍ରାଉଣ୍ଡ ଷ୍ଟାଫ୍ ଓ ଜଣେ ପ୍ଲମ୍ବର ରହିଛନ୍ତି। ଏ ନେଇ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି।

Advertisment

ଏହା ପୂର୍ବରୁ ଶନିବାର ଷ୍ଟାଡିୟମର ୧୦ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସୁସ୍ଥ ହୋଇସାରିଛନ୍ତି। ଏବେ ପୁଣି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୁଣିଥରେ ଆସୋସିଏସନ୍ ଚିନ୍ତାରେ ପଡ଼ି ଯାଇଛି।

ୱାଙ୍ଖଡେରେ ଆଇପିଏଲର ମୋଟ ୧୦ଟି ମ୍ୟାଚ୍ ଖେଳାଯିବ। ତେବେ ଆସନ୍ତା ୧୦ ତାରିଖରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଗତ ସଂସ୍କରଣର ଫାଇନାଲିଷ୍ଟ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ।

Advertisment

କରୋନାର ଦ୍ୱିତୀୟ ଲହର ବ୍ୟାପୁଥିବାର ଦେଖି ମହାରାଷ୍ଟ୍ର ସରକାର ରାଜ୍ୟରେ ୱିକେଣ୍ଡ ବା ସପ୍ତାହାନ୍ତ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ସପ୍ତାହାନ୍ତ ଲକଡାଉନ୍ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ମୁମ୍ବାଇରେ ଲଗାତର ମାମଲା ବଢ଼ିବା ସତ୍ତ୍ୱେ ଏହା ଆଇପିଏଲ୍ ମ୍ୟାଚ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ମୁମ୍ବାଇରେ ଆଇପିଏଲ୍ ମ୍ୟାଚ୍ ପାଇଁ ଲକଡାଉନ୍ ଓ କର୍ଫ୍ୟୁ ନିୟମରେ କୋହଳ କରାଯାଇଛି। ଆଇପିଏଲ୍ ଟିମ୍ ଗୁଡ଼ିକୁ ରାତିରେ ଷ୍ଟାଡିୟମରେ ଅଭ୍ୟାସ କରିବା ପାଇଁ ଅନୁମତି ମିଳିଛି।