Advertisment

୨ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହେଲେ ଯୁବ ବ୍ୟାଟ୍ସମ୍ୟାନ୍

ଇନ୍ଦୋର: ଚଳିତ ବିଜୟ ହଜାରେ ଟ୍ରଫିରେ ଅନ୍ତର୍ଜାତୀୟ ତାରକାଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷୁଛି। କିନ୍ତୁ କିଛି ଅନକ୍ୟାପଡ୍ ଖେଳାଳି ଅଛନ୍ତି, ଯିଏ ପ୍ରଚୁର ରନ୍ ବର୍ଷା କରିବା ସତ୍ତ୍ୱେ ଲୋକଲୋଚନକୁ ଆସୁନାହାନ୍ତି। ଏମିତି ଜଣେ ଖେଳାଳି ହେଉଛନ୍ତି ଭେଙ୍କଟେଶ ଆୟର୍, ଯିଏ ମଧ୍ୟପ୍ରଦେଶ ପକ୍ଷରୁ ଖେଳନ୍ତି। ଭେଙ୍କଟେଶ ଚଳିତ ବିଜୟ ହଜାରେ ଟ୍ରଫିର ରବିବାର ଖେଳାଯାଇଥିବା ପଞ୍ଜାବ ବିପକ୍ଷ ଗ୍ରୁପ୍-ବି’ ମ୍ୟାଚରେ ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। ଭେଙ୍କଟେଶ ଏହି ମ୍ୟାଚରେ ୧୯୮ ରନ୍ କରି ରନଆଉଟ୍ […]

୨ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହେଲେ ଯୁବ ବ୍ୟାଟ୍ସମ୍ୟାନ୍

iyer

Advertisment

ଇନ୍ଦୋର: ଚଳିତ ବିଜୟ ହଜାରେ ଟ୍ରଫିରେ ଅନ୍ତର୍ଜାତୀୟ ତାରକାଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷୁଛି। କିନ୍ତୁ କିଛି ଅନକ୍ୟାପଡ୍ ଖେଳାଳି ଅଛନ୍ତି, ଯିଏ ପ୍ରଚୁର ରନ୍ ବର୍ଷା କରିବା ସତ୍ତ୍ୱେ ଲୋକଲୋଚନକୁ ଆସୁନାହାନ୍ତି। ଏମିତି ଜଣେ ଖେଳାଳି ହେଉଛନ୍ତି ଭେଙ୍କଟେଶ ଆୟର୍, ଯିଏ ମଧ୍ୟପ୍ରଦେଶ ପକ୍ଷରୁ ଖେଳନ୍ତି। ଭେଙ୍କଟେଶ ଚଳିତ ବିଜୟ ହଜାରେ ଟ୍ରଫିର ରବିବାର ଖେଳାଯାଇଥିବା ପଞ୍ଜାବ ବିପକ୍ଷ ଗ୍ରୁପ୍-ବି' ମ୍ୟାଚରେ ବିସ୍ଫୋରକ ଇନିଂସ୍ ଖେଳିଛନ୍ତି।

Advertisment

ଭେଙ୍କଟେଶ ଏହି ମ୍ୟାଚରେ ୧୯୮ ରନ୍ କରି ରନଆଉଟ୍ ହୋଇଛନ୍ତି। ଦୁର୍ଭାଗ୍ୟବତଃ ଭେଙ୍କଟେଶ ମାତ୍ର ୨ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି, କିନ୍ତୁ ତାଙ୍କର ଏହି ଇନିଂସ୍ ବଳରେ ମଧ୍ୟପ୍ରଦେଷ ୫୦ ଓଭରରେ ୩ ୱିକେଟ୍ ହରାଇ ୪୦୨ ରନର ବିଶାଳ ସ୍କୋର କରିଛି। ପଞ୍ଜାବ ବିପକ୍ଷରେ ଭେଙ୍କଟେଶ ଯେଉଁ ଇନିଂସ୍ ଖେଳିଛନ୍ତି, ତାହା ବହୁତ କମ୍ ଦେଖିବାକୁ ମିଳେ। ଭେଙ୍କଟେଶ ୧୪୬ ବଲ୍ ଖେଳି ୨୦ ଚୌକା ଓ ୭ ଛକା ସହ ଅପରାଜିତ ୧୯୮ ରନ୍ କରିଛନ୍ତି।

ଭେଙ୍କଟେଶ ପ୍ରଥମ ୱିକେଟ୍ ପାଇଁ ଅଭିଷେକ ଭଣ୍ଡାରୀ (୨୧)ଙ୍କ ସହ ମିଶି ୬୮ ରନ୍ କରିଥିଲେ। ଏହା ପରେ ସେ ରଜତ ପଟିଦାରଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୧୩୬ ଏବଂ ଆଦିତ୍ୟ ଶ୍ରୀବାସ୍ତବଙ୍କ ସହ ତୃତୀୟ ୱିକେଟ୍ ପାଇଁ ୧୪୯ ରନର ପାର୍ଟନରଶିପ୍ କରିଛନ୍ତି। ଭେଙ୍କଟେଶ ୧୯୮ ରନ୍ କରିଥିବା ବେଳେ ସିଦ୍ଧାର୍ଥ କୌଲଙ୍କ ଦ୍ୱାରା ରନଆଉଟର ଶିକାର ହୋଇଥିଲେ। ମଧ୍ୟ ପ୍ରଦେଶ ପକ୍ଷରୁ ଆଦିତ୍ୟ ଶ୍ରୀବାସ୍ତବ ୮୮ (୫୬ ବଲ୍, ୮ ଚୌକା ଓ ୪ ଛକା) ଓ ପାର୍ଥ ସାହାନୀ ୨୮ (୧୩ ବଲ୍ , ୩ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe