Advertisment

୨୮ ବର୍ଷ ବୟସରେ ହଠାତ୍‌ ଆଖି ବୁଜିଲେ ଏହି ଯୁବ କ୍ରିକେଟର

କ୍ରିକେଟକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ହେଲେ ତାଙ୍କ ଅକାଳ ବିୟୋଗ ସହ ସେସବୁ ସ୍ୱପ୍ନ ହୋଇ ରହିଯାଇଛି।

Bengal cricketer Asif Hossain

Bengal cricketer Asif Hossain

Advertisment

କ୍ରିକେଟ ଜଗତକୁ ସ୍ତବ୍ଧ କରିଛି ଗୋଟିଏ ଦୁଃଖଦ ଖବର। ୨୮ ବର୍ଷ ବୟସରେ ଜଣେ ଯୁବ କ୍ରିକେଟର ହଠାତ ମୃତ୍ୟୁ ହୋଇଛି। ବେଙ୍ଗଲ ପାଇଁ କ୍ରିକେଟ ଖେଳୁଥିବା ଆସିଫ ହୁସେନ ସୋମବାର ରାତିରେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। କ୍ରିକେଟକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ହେଲେ ତାଙ୍କ ଅକାଳ ବିୟୋଗ ସହ ସେସବୁ ସ୍ୱପ୍ନ ହୋଇ ରହିଯାଇଛି।

Advertisment

ରିପୋର୍ଟ ଅନୁସାରେ, ଘଟଣା ପୂର୍ବରୁ ଆସିଫ ବେଶ ସୁସ୍ଥ ରହିଥିଲେ। କିନ୍ତୁ ସୋମବାର ରାତିରେ ସେ ଘରର ପାହାଚ ଓହ୍ଲାଉଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ଜୋରରେ ତଳେ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଗୋଟିଏ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୁଣ୍ଡର ପଛ ପଟ ପାହାଚରେ ପିଟି ହୋଇଯାଇଥିବାରୁ ସେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Advertisment

ଏହି ଘଟଣା ସାମ୍ନାକୁ ଆସିବା ପରେ ବେଙ୍ଗଲ କ୍ରିକେଟ ପୂରା ସ୍ତବ୍ଧ ହୋଇଯାଇଛି। ବେଙ୍ଗଲ ଟିମକୁ ବିଭିନ୍ନ ବୟସ ବର୍ଗରେ ପ୍ରତିନିଧିତ୍ୱ କରି ଆସିଫ ସଫଳତା ପାଇଥିଲେ। ସେ ବେଙ୍ଗଲର ସିନିୟର ଟିମରେ ସ୍ଥାନ ପାଇବାକୁ ମଧ୍ୟ ଦାବିଦାର ଥିଲେ।

ନିକଟରେ ଶେଷ ହୋଇଥିବା ବେଙ୍ଗଏ ଟି-୨୯ ଲିଗର ଗୋଟିଏ ମ୍ୟାଚ୍‌ରେ ସେ ୯୯ ରନର ଇନିଂସ ଖେଳି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଥିଲେ।

ତାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଚକିତ କରିଥିବା ବେଳେ ଆଜି ବେଙ୍ଗଲ ସିନିୟର ଟିମ ନିଜର ଅଭ୍ୟାସ ସେସନ୍ସ ପୂର୍ବରୁ ଆସିଫଙ୍କ ପାଇଁ ଗୋଟିଏ ମିନିଟର ନୀରବ ପ୍ରାର୍ଥନା କରିଛି।

Cricket Bengal Cricketer Asif Hossain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe