Advertisment

ଭାରତ ନିରାଶ, ବର୍ଷା ଧୋଇଦେଲା ଦ୍ୱିତୀୟ ଦିନର ଖେଳ

ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ବର୍ଷା ସାଜିଛି ଖଳନାୟକ। ପ୍ରବଳ ବର୍ଷା ଯୋଗୁ ସେଞ୍ଚୁରିଅନ୍ ଟେଷ୍ଟର ଦ୍ୱିତୀୟ ଦିବ ଖେଳ ଧୋଇ ହୋଇଯାଛି। ଅର୍ଥାତ୍ ସୋମବାର ଗୋଟିଏ ବି ବଲ୍ ପଡ଼ିପାରିନାହିଁ। ଦ୍ୱିତୀୟ ଦିବସ ଖେଳ ବାତିଲ୍ ହେବା ଦ୍ୱାରା ଭାରତ ଏବଂ ଏହାର ଫ୍ୟାନଙ୍କୁ ନିରାଶ ହେବାକୁ ପଡ଼ିଛି। ସେଞ୍ଚୁରିଅନରେ ଆଜି ସକାଳୁ ବର୍ଷା ଲାଗି ରହିଥିଲା। ହେଲେ ମଧ୍ୟାହ୍ନରେ କିଛି ସମୟ ପାଇଁ ବର୍ଷା ବନ୍ଦ ହୋଇଥିଲା। […]

ଭାରତ ନିରାଶ, ବର୍ଷା ଧୋଇଦେଲା ଦ୍ୱିତୀୟ ଦିନର ଖେଳ

rain-1

Advertisment

ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ବର୍ଷା ସାଜିଛି ଖଳନାୟକ। ପ୍ରବଳ ବର୍ଷା ଯୋଗୁ ସେଞ୍ଚୁରିଅନ୍ ଟେଷ୍ଟର ଦ୍ୱିତୀୟ ଦିବ ଖେଳ ଧୋଇ ହୋଇଯାଛି। ଅର୍ଥାତ୍ ସୋମବାର ଗୋଟିଏ ବି ବଲ୍ ପଡ଼ିପାରିନାହିଁ। ଦ୍ୱିତୀୟ ଦିବସ ଖେଳ ବାତିଲ୍ ହେବା ଦ୍ୱାରା ଭାରତ ଏବଂ ଏହାର ଫ୍ୟାନଙ୍କୁ ନିରାଶ ହେବାକୁ ପଡ଼ିଛି।

Advertisment

ସେଞ୍ଚୁରିଅନରେ ଆଜି ସକାଳୁ ବର୍ଷା ଲାଗି ରହିଥିଲା। ହେଲେ ମଧ୍ୟାହ୍ନରେ କିଛି ସମୟ ପାଇଁ ବର୍ଷା ବନ୍ଦ ହୋଇଥିଲା। କିନ୍ତୁ କିଛି ସମୟରେ ପୁଣିଥରେ ଆକାଶରେ କଳା ବାଦଲ ଛାଇ ଯାଇଥିଲା। ଯାହା ପରେ ପ୍ରବଳ ‍ବର୍ଷା ହୋଇଥିଲା। ଯେହେତୁ ଭାରତୀୟ ଟିମ୍ ମ୍ୟାଚର ପ୍ରଥମ ଦିବସରେ ଜବରଦସ୍ତ ବ୍ୟାଟିଂ କରିଥିଲା, ତେଣୁ ଦ୍ୱିତୀୟ ଦିବସର ଖେଳ ବାତିଲ ହେବା ଦ୍ୱାରା ଟିମକୁ ବଡ଼ ଝଟକା ଲାଗିଛି। ଆଜି ଭାରତୀୟ ଟିମ୍ ବଡ଼ ସ୍କୋର କରିବା ଇରାଦାରେ ମଇଦାନକୁ ଓହ୍ଲାଇଥାନ୍ତା। କିନ୍ତୁ ବର୍ଷା ସବୁ ମଜା ଫିକା କରିଦେଇଛି।

ସୋମବାର ପ୍ରବଳ ବର୍ଷା ହେବା ପରେ ତୃତୀୟ ଦିବସର ଖେଳକୁ ନେଇ ମଧ୍ୟ ସନ୍ଦେହ ଦେଖା ଦେଇଛି। ତେବେ ଏଠାକାର ପାଣିପାଗ ବିଭାଗ ମୁତାବକ, ସେଞ୍ଚୁରିଅନରେ ମଙ୍ଗଳବାର ବର୍ଷା ହେବ ନାହିଁ। ପାଣିପାଗ ବିଭାଗର ୱେବସାଇଟ୍ ମୁତାବକ, ସୋମବାର ବିଳମ୍ବିତ ରାତି ଯାଏ ପ୍ରବଳ ବର୍ଷା ହେବ, କିନ୍ତୁ ମଙ୍ଗଳବାର ଆକାଶ ସଫା ରହିବ।

Advertisment

https://twitter.com/BCCI/status/1475438079091507202?s=20

ଯଦି ଦ୍ୱିତୀୟ ଦିନ ଭଳି ତୃତୀୟ ଦିବସରେ ବର୍ଷା ହୁଏ, ତାହେଲେ ଟିମ୍ ଇଣ୍ଡିଆର ଭଲ ବ୍ୟାଟିଂର କୌଣସି ଫାଇଦା ମିଳିବ ନାହିଁ। କାରଣ ଟିମକୁ ବିଜୟ ପାଇଁ କମ୍ ସମୟ ମିଳିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍ ଖରାପ ପାଗକୁ ନେଇ ଖୁସି ଥିବ।

ସୂଚନାଯୋଗ୍ୟ, ପ୍ରଥମ ଦିବସରେ ଭାରତ ପୂରା ୯୦ ଓଭର ବ୍ୟାଟିଂ କରି ୩ ୱିକେଟ୍ ହରାଇ ୨୭୨ ରନ୍ କରିଛି। ଓପ୍ନର ଲୋକେଶ ରାହୁଲ୍ ଶତକୀୟ ଇନିଂସ୍ ଖେଳିଥିବା ବେଳେ ମୟଙ୍କ ଅଗ୍ରୱାଲ୍ ୬୦ ରନର ଇନିଂସ୍ ଖେଳିଥିଲେ। ଚେତେଶ୍ୱର ପୂଜାରା ଗୋଲ୍ଡେନ ଡକର ଶିକାର ହୋଇଥିବା ବେଳେ କ୍ୟାପଟେନ୍ ବିରାଟ୍ କୋହଲି ୩୫ ରନ୍ କରି ଆଉଟ୍ ହୋଇଥିଲା। ରାହୁଲ୍ ୧୨୨ ଓ ଅଜିଙ୍କ ରାହାଣେ ୪୦ ରନରେ ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ତିନୋଟି ଯାକ ୱିକେଟ୍ ଲୁଙ୍ଗି ଏନଗିଡି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe