pujara
ନୂଆଦିଲ୍ଲୀ: ଭାରତୀୟ ଟିମ୍ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପରାସ୍ତ ହୋଇଛି । ଏବେ ଟିମ୍ ଆଗରେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଚ୍ୟାଲେଞ୍ଜ ରହିଛି । ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ଆଦୌ ସହଜ ନୁହେଁ, କାରଣ ଇଂଲଣ୍ଡକୁ ତା’ ନିଜ ମାଟିରେ ହରାଇବା କାଠିକର ପାଠ । ଏଭଳି ସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଉଜାଗର ହୋଇଥିବା ସବୁ ଦୁର୍ବଳତାକୁ ଟିମ୍ ଇଣ୍ଡିଆ ଦୂର କରିବାକୁ ପଡ଼ିବ ।
ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ କୁହାଯାଉଥିବା ଚେତେଶ୍ୱର ପୂଜାରା ଏବେ ଟିମର ସବୁଠାରୁ ବଡ଼ ଦୁର୍ବଳତା ହୋଇଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଏବେ ଟିମରେ ତାଙ୍କ ସ୍ଥାନ ବିପଦରେ ପଡ଼ିଛି । ପୂଜାରା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ୧୮ ମ୍ୟାଚ୍ ଖେଳି ମାତ୍ର ୨୮.୦୩ ହାରରେ ୮୪୧ ରନ୍ କରିଛନ୍ତି । ପୂଜାରା ପୂରା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଗୋଟିଏ ବି ଶତକ ମାରିନାହାନ୍ତି ଏବଂ ମୋଟ ୯ଟି ଅର୍ଦ୍ଧଶତକ ମାରିଛନ୍ତି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ମଧ୍ୟ ପୂଜାରାଙ୍କ ବ୍ୟାଟ୍ ଚୁପ୍ ରହିଥିଲା । ଏଭଳି ସ୍ଥିତିରେ ଇଂଲଣ୍ଡ ସିରିଜରେ ତାଙ୍କୁ ସୁଯୋଗ ମିଳୁଛି ନା ତାଙ୍କ ସ୍ଥାନରେ ଆଉ କିଏ ଖେଳିବ, ତାହା ସମୟ କରିବ। କିନ୍ତୁ ତାଙ୍କ ସ୍ଥାନ ନେବା ପାଇଁ ତିନି ଖେଳାଳି ଦୌଡ଼ରେ ଅଛନ୍ତି, ଯିଏ ଇଂଲଣ୍ଡ ଟେଷ୍ଟ ସିରିଜରେ ପୂଜାରାଙ୍କ ସ୍ଥାନ ନେଇପାରନ୍ତି। ଏହି ତିନି ଖେଳାଳି ହେଲେ ହନୁମା ବିହାରୀ, ଲୋକେଶ ରାହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ।
[caption id="attachment_494896" align="aligncenter" width="750"]
ହନୁମା ବିହାରି[/caption]
ହନୁମା ବିହାରୀ:ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଭାରତରେ ଟେଷ୍ଟ ଫର୍ମାଟର ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ କୁହାଯାଏ । ତାଙ୍କ ପାଖରେ ଲମ୍ବା ଇନିଂସ୍ ଖେଳିବାର ଦକ୍ଷତା ରହିଛି । ବିହାରୀ ଏପର୍ଯ୍ୟନ୍ତ ୧୨ ଟେଷ୍ଟ ମ୍ୟାଚ୍ ଖେଳି ୩୨.୮୪ ହାରରେ ୬୨୪ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ସାମିଲ୍ ଅଛି । ବିହାରୀଙ୍କୁ ଏପର୍ଯ୍ୟନ୍ତ ଲଗାତର ସୁଯୋଗ ମିଳିନାହିଁ ଏବଂ ଅଧିକାଂଶ ସମୟରେ ତାଙ୍କର ବ୍ୟାଟିଂ ଅର୍ଡର ପରିବର୍ତ୍ତନ କରାଯାଇଛି । ଏପରିକି ସେ ଓପନ୍ ମଧ୍ୟ କରିଛନ୍ତି। ବିହାରୀ ତୃତୀୟ ସ୍ଥାନରେ ଭଲ ବ୍ୟାଟ୍ସମ୍ୟାନ୍ ସାବ୍ୟସ୍ତ ହୋଇପାରନ୍ତି। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୯୩ ମ୍ୟାଚ୍ ଖେଳି ୫୪.୯୧ ହାରରେ ୭୧୯୪ ରନ୍ କରିଛନ୍ତି।
[caption id="" align="aligncenter" width="800"]
ଲୋକେଶ ରାହୁଲ୍ ( ଫାଇଲ ଫଟୋ)[/caption]
ଲୋକେଶ ରାହୁଲ୍: ଟେକନିକ୍ ମାମଲାରେ ରାହୁଲ୍ ଭାରତର ସବୁଠାରୁ ମଜଭୁତ୍ ବ୍ୟାଟ୍ସମ୍ୟାନ୍, ଏଥିରେ କୌଣସି ସନ୍ଦେହ ନାହିଁ । ରାହୁଲ୍ ଭାରତ ପକ୍ଷରୁ ୩୬ ଟେଷ୍ଟ ଖେଳି ୨୦୦୬ ରନ୍ କରିଛନ୍ତି, ଯେଉଁଥିରେ ୫ ଶତକ ସାମିଲ୍ ଅଛି । ରାହୁଲ୍ ଓପ୍ନର ଭାବେ ଭାରତ ପକ୍ଷରୁ ଅଧିକ ମ୍ୟାଚ୍ ଖେଳିଛନ୍ତି, କିନ୍ତୁ ସେ ତୃତୀୟ ସ୍ଥାନରେ ମଧ୍ୟ ଖେଳିସାରିଛନ୍ତି । ରାହୁଲ୍ ଶେଷଥର ଲାଗି ୨୦୧୯ରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, କିନ୍ତୁ ଇଂଲଣ୍ଡ ଗସ୍ତ ପାଇଁ ଚୟନକର୍ତ୍ତା ତାଙ୍କୁ ସୁଯୋଗ ଦେଇଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ସୁଯୋଗ ମିଳିବା ନିହାତି ଦରକାର।
[caption id="" align="aligncenter" width="855"]
ମୟଙ୍କ ଅଗ୍ରୱାଲ୍ ( ଫାଇଲ ଫଟୋ)[/caption]
ମୟଙ୍କ ଅଗ୍ରୱାଲ୍:ମୟଙ୍କ ଅଗ୍ରୱାଲ୍ ନିଜର ୧୪ ଟେଷ୍ଟ ମ୍ୟାଚ୍ କ୍ୟାରିୟରରେ ୨ଟି ଦ୍ୱିଶତକ ମାରିବାର କାରନାମା କରିଛନ୍ତି । ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ୧୨ ଟେଷ୍ଟ୍ ମ୍ୟାଚ୍ ଖେଳି ୪୨ ହାରରେ ୮୫୭ ରନ୍ କରିଛନ୍ତି । ଏହା ସତ୍ତ୍ୱେ ତାଙ୍କୁ ଓପନିଂ ପୋଜିସନକୁ କାଢ଼ି ଦିଆଯାଇଛି । ତାଙ୍କ ସ୍ଥାନରେ ଶୁବମନ୍ ଗିଲଙ୍କୁ ସୁଯୋଗ ଦିଆଯାଇଛି । ଲାଗୁଛି ଯେପରି ଟିମ୍ ଇଣ୍ଡିଆ ଗିଲଙ୍କ ଉପରେ ଭରସା ଦେଖାଇବାକୁ ନିଷ୍ପତ୍ତି ନେଇଛି । ଏଭଳି ସ୍ଥିତିରେ ମୟଙ୍କଙ୍କୁ ତିନି ନମ୍ବର ସ୍ଥାନରେ ସୁଯୋଗ ଦିଆଯାଇପାରେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/pujara.jpg)