Advertisment

ଦ୍ୱିତୀୟ ଟେଷ୍ଟ ଶେଷ ହେବା ପୂର୍ବରୁ ୩ ଖେଳାଳିଙ୍କୁ ସ୍କ୍ୱାଡରୁ ରିଲିଜ କଲା ବିସିସିଆଇ

ଭାରତ ପ୍ରଥମ ଇନିଂସ ୨୮୫/୯ରେ ଘୋଷଣା କରିବା ପରେ ବାଂଲାଦେଶ ୨୬/୨ ସ୍ଥିତରେ ରହିଛି। ତେଣୁ ଆସନ୍ତକାଲି ମ୍ୟାଚ୍‌ର ମୋଡ ବଦଳି ପାରେ।

Team India

Team India

Advertisment

କାନପୁରରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର କାଲି ହେଉଛି ଶେଷ ଦିନ। ମ୍ୟାଚ୍‌ ରୋମାରଞ୍ଚକର ସ୍ଥିତିରେ ରହିଛି। ଭାରତ ପ୍ରଥମ ଇନିଂସ ୨୮୫/୯ରେ ଘୋଷଣା କରିବା ପରେ ବାଂଲାଦେଶ ୨୬/୨ ସ୍ଥିତରେ ରହିଛି। ତେଣୁ ଆସନ୍ତକାଲି ମ୍ୟାଚ୍‌ର ମୋଡ ବଦଳି ପାରେ। ଏପରି ସ୍ଥିତିରେ ମ୍ୟାଚ୍‌ ଶେଷ ହେବା ପୂର୍ବରୁ ୩ ଜଣ ଖେଳାଳିଙ୍କୁ ସ୍କ୍ୱାଡରୁ ରିଲିଜ କରିଛି ବିସିସିଆଇ।

Advertisment

ଆସନ୍ତକାଲି ଠାରୁ ଲକ୍ଷ୍ନୌରେ ଇରାନୀ କପ ଆରମ୍ଭ ହେବ। ମୁମ୍ବାଇ ଓ ରେଷ୍ଟ ଅଫ ଇଣ୍ଡିଆ ଏହି ମ୍ୟାଚ୍‌ରେ ମୁହାଁମୁହିଁ ହେବେ। ଏଥିପାଇଁ ବାଂଲାଦେଶର ବିପକ୍ଷ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇ ନଥିବା ସର୍ଫରାଜ ଖାନ, ଧ୍ରୁବ ଜୁରେଲ ଓ ୟାଶ ଦୟାଲଙ୍କୁ ଆଜି ସନ୍ଧ୍ୟାରେ ବିସିସିଆଇ ସ୍କ୍ୱାଡରୁ ରିଲିଜ କରିଛି। ଏମାନେ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଇରାନୀ କପରେ ଭାଗ ନେବେ।

Advertisment

ସର୍ଫରାଜ ଇରାନୀ କପରେ ମୁମ୍ବାଇ ଟିମ ପକ୍ଷରେ ଖେଳିବେ। ସେହିପରି ଜୁରେଲ ଓ ଦୟାଲ ରେଷ୍ଟ ଅଫ ଇଣ୍ତିଆ ସ୍କ୍ୱାଡରେ ରହିଛନ୍ତି। ପୂର୍ବରୁ ମଧ୍ୟ ବିସିସିଆଇ ଏକଥା ସ୍ପଷ୍ଟ କରିଥିଲା।

ଯଦି ଇରାନୀ କପ ସ୍କ୍ୱାଡରେ ଥିବା ଖେଳାଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ପାଇବେ, ତା’ହେଲେ ସେମାନଙ୍କୁ ୩୦ ତାରିଖରେ ରିଲିଜ କରାଯିବ। ଆଜି ସେହି ଅନୁସାରେ ୩ ଖେଳାଳିଙ୍କୁ ଭାରତୀୟ ସ୍କ୍ୱାଡରୁ ରିଲିଜ କରାଯାଇଛି।

ଆସନ୍ତକାଲି ଭାରତୀୟ ଟିମ ପାଖରେ ଚୂଡ଼ାନ୍ତ ଏକାଦଶ ବ୍ୟତୀତ ଅତିରକ୍ତ ଭାବେ କେବଳ ଦୁଇ ଜଣ ଖେଳାଳି ରହିବେ। ସେମାନେ ହେଲେ ଅକ୍ଷର ପଟେଲ ଓ କୁଲଦୀପ ଯାଦବ। ଏମାନଙ୍କ ସହ ସର୍ପୋଟ ଷ୍ଟାଫ ମଧ୍ୟ ଡ୍ରିଙ୍କ୍ସ ବ୍ରେକ ବେଳେ ଖେଳାଳିଙ୍କ ସହାୟତା କରିବେ।

Test Cricket Test Match India Vs Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe