Advertisment

ଟି-୨୦ କ୍ରିକେଟରେ ନୂଆ ରେକର୍ଡ: ଖେଳା ଗଲା ୩ଟି ସୁପର ଓଭର୍‌

ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ଓ ହୁବଲି ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ରେକର୍ଡ ବୁକରେ ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଇଛି। ପ୍ରଥମ ଥର ପାଇଁ ଟି-୨୦ କ୍ରିକେଟରେ ଖେଳା ଯାଇଛି ୩ଟି ସୁପର ଓଭର।

Cricket

Cricket

Advertisment

ଟି-୨୦ କ୍ରିକେଟ ଇତିହାସରେ ଘଟିଛି ନୂଆ ଘଟଣା। ସୃଷ୍ଟି ହୋଇଛି ରେକର୍ଡ। ଗୋଟିଏ କିମ୍ବା ଦୁଇଟି ନୁହେଁ, ମ୍ୟାଚ୍‌ ରେଜଲ୍ଟ ପାଇଁ ଖେଳା ଯାଇଛି ୩ଟି ସୁପର ଓଭର। ୩ଟି ଯାକ ସୁପର ଓଭର ଖେଳା ଯିବା ପରେ ବାହାରିଛି ମ୍ୟାଚ୍‌ ରେଜଲ୍ଟ। ଏମିତି ଏକ ଘଟଣା ଭାରତରେ ଚାଲିଥିବା ମହାରାଜ ଟ୍ରଫିରେ ଦେଖିବାକୁ ମିଳିଛି।

Advertisment

ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ଓ ହୁବଲି ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ରେକର୍ଡ ବୁକରେ ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଇଛି। ପ୍ରଥମ ଥର ପାଇଁ ଟି-୨୦ କ୍ରିକେଟରେ ଖେଳା ଯାଇଛି ୩ଟି ସୁପର ଓଭର।

ଦୁଇଟି ସୁପର ଓଭର ପରେ ମନୀଷ ପାଣ୍ଡେଙ୍କ ହୁବଲି ଟାଇଗର୍ସ ଶେଷରେ ତୃତୀୟ ସୁପର ଓଭରରେ ଜିତିବାକୁ ସକ୍ଷମ ହୋଇଛି। ମୟଙ୍କ ଅଗ୍ରୱାଲଙ୍କ ବେଙ୍ଗାଲୁରୁ ବ୍ଲାଷ୍ଟର୍ସକୁ ହାରିବାକୁ ପଡ଼ିଛି।

Advertisment

ମ୍ୟାଚ୍‌ କଥା ବିଚାରକୁ ନେଲେ ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିଲା। ଦଳ ପକ୍ଷରୁ ମନୀଷ ପାଣ୍ଡେ ୩୩ ରନର ଇନିଂସ ଖେଳିଥିଲେ। ୧୬୫ ରନର ବିଜୟ ଲକ୍ଷ୍ୟକୁ ବ୍ଲାଷ୍ଟର୍ସ ଚେଜ କରୁଥିବା ବେଳେ ମୟଙ୍କ ୫୪ ରନ କରିଥିଲେ। ହେଲେ ଦଳ ୨୦ ଓଭରରେ କେବଳ ୧୬୪ ରନ କରିପାରିଥିଲା।

ମ୍ୟାଚ୍‌ ଟାଇ ହେବାରୁ ପ୍ରଥମ ସୁପର ଓଭର ଖେଳାଯାଇଥିଲା। ବ୍ଲାଷ୍ଟର ୧୦ ରନ କରିଥିବା ବେଳେ ଟାଇଗର୍ସ ମଧ୍ୟ ସମାନ ୧୦ ରନ କରିଥିଲା। ଦ୍ୱିତୀୟ ସୁପର ଓଭରରେ ଟାଇଗର୍ସ ୯ ରନର ଟାର୍ଗେଟ ଦେଇଥିଲା। ବ୍ଲାଷ୍ଟର୍ସ ୮ ରନ କରିଥିଲା।

ଏହା ପରେ ମ୍ୟାଚ୍‌ର ରେଜଲ୍ଟ ପାଇଁ ପ୍ରଥମଥର ପାଇଁ ଟି-୨୦ କ୍ରିକେଟରେ ଖେଳା ଯାଇଥିବା ତୃତୀୟ ସୁପର ଓଭର। ବ୍ଲାଷ୍ଟର୍ସ ମ୍ୟାଚ୍‌ ଜିତିବାକୁ ଟାଇଗର୍ସ ଆଗରେ ୧୩ ରନର ଟାର୍ଗେଟ ରଖିଥିଲା। ଶେଷ ବଲରେ ଚୌକା ମାରି ଟାଇଗର୍ସକୁ କ୍ରାନ୍ତୀ କୁମାର ବିଜୟ ଭେଟି ଦେଇଥିଲେ।

Cricket T20 Match T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe