Advertisment

ବିସିସିଆଇ ଚୟନ କମିଟିକୁ ଆସିବେ ଆଉ ଜଣେ ଓଡ଼ିଆ!

ଏବେ ଭାରତୀୟ ଦଳକୁ ବାଛୁଥିବା କମିଟିରେ ଓଡ଼ିଶାର ଶିବ ସୁନ୍ଦର ଦାସ ରହିଛନ୍ତି। ତାଙ୍କ ପୂର୍ବରୁ ଦେବାଶିଷ ମହାନ୍ତି ଥିଲେ।

BCCI

BCCI

Advertisment

ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ବିସିସିଆଇ ଚୟନ କମିଟିରେ ସାମିଲ ହୋଇ ପାରନ୍ତି ଆଉ ଜଣେ ଓଡ଼ିଆ। ଏବେ ଭାରତୀୟ ଦଳକୁ ବାଛୁଥିବା କମିଟିରେ ଓଡ଼ିଶାର ଶିବ ସୁନ୍ଦର ଦାସ ରହିଛନ୍ତି। ତାଙ୍କ ପୂର୍ବରୁ ଦେବାଶିଷ ମହାନ୍ତି ଥିଲେ। ଏବେ ଏଥିରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ପ୍ରଜ୍ଞାନ ଓଝା ଯୋଡ଼ି ହୋଇ ପାରନ୍ତି।

Advertisment

ଯଦିଓ ପ୍ରଜ୍ଞାନ ହାଇଦ୍ରାବାଦ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିଲେ, କିନ୍ତୁ ସେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ। ଏବେ ତୃତୀୟ ଓଡ଼ିଆ ଭାବେ ସେ ବିସିସିଆଇ ଚୟନ କମିଟିରେ ସାମିଲ ହେବ ବୋଲି ଖବର ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ବିସିସିଆଇ ଚୟନ କମିଟିର ଦୁଇଟି ପଦ ପାଇଁ ଦରଖାସ୍ତ ଆହ୍ୱାନ କରିଛି। ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୦ ରହିଛି। କେଉଁ ଜୋନରୁ ନୂଆ ସଦସ୍ୟଙ୍କୁ ସାମିଲ କରାଯିବ? କିଏ ବଦଳିବେ, ସେକଥା ବିସିସିଆଇ କହିନି। କେବଳ ୨ଟି ପଦ ପାଇଁ ଦରଖାସ୍ତ ଆହ୍ୱାନ କରିଛି।

Advertisment

ଏହା ମଧ୍ୟରୁ ଗୋଟିଏ ପଦରେ ପ୍ରଜ୍ଞାନ ଓଝା ନିଯୁକ୍ତି ପାଇବେ ବୋଲି କୁହାଯାଉଛି। କ୍ରିକବଜରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ କେନ୍ଦ୍ରୀୟ ଓ ଦକ୍ଷିଣ ଜୋନରୁ ଦୁଇ ଜଣ ସଦସ୍ୟ ଚୟନ କମିଟିକୁ ଆସିବେ। ପ୍ରଜ୍ଞାନ ସମ୍ଭବତଃ ଦକ୍ଷିଣ ଜୋନରୁ ପ୍ରତିନିଧିତ୍ୱ କରୁଥିବା ଏସ୍‌ ଶରତଙ୍କ ସ୍ଥାନ ନେବେ। କାରଣ ଶରତଙ୍କ କାର୍ଯ୍ୟକାଳ ଶେଷ ହୋଇଗଲାଣି। ତଥାପି ନୂଆ କେନ୍ଦ୍ରୀୟ ଜୋନ ସଦସ୍ୟଙ୍କ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। ପୂର୍ବ କାର୍ଯ୍ୟକାଳରେ ଏସ ଶରତ ଓ ଶିବ ସୁନ୍ଦର ଦାସ ଯଥାକ୍ରମେ ଦକ୍ଷିଣ ଓ କେନ୍ଦ୍ରୀୟ ଜୋନରୁ ଚୟନ କମିଟିରେ ରହିଥିଲେ।

ରିପୋର୍ଟରେ କୁହାଯାଇଛି ଯେ “ଏସ ଶରତ ଦକ୍ଷିଣ ଜୋନରୁ ଆସିଛନ୍ତି। ତାଙ୍କ କାର୍ଯ୍ୟକାଳ ଶେଷ ହୋଇ ସାରିଛି। ତାଙ୍କ ସ୍ଥାନ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ପ୍ରଜ୍ଞାନ ଓଝା ନେବେ। ତେବେ କେନ୍ଦ୍ରୀୟ ଜୋନକୁ କିଏ ପ୍ରତିନିଧିତ୍ୱ କରିବେ ଓ କିଏ ବଦଳିବେ, ସେକଥା ସ୍ପଷ୍ଟ ହୋଇନି। ବର୍ତ୍ତମାନ କମିଟିରେ ଥିବା ଏସଏସ ଦାସ ଓ ସୁବ୍ରତୋ ବାନାର୍ଜୀ ନିଜ ଖେଳ ଜୀବନରେ ଇଷ୍ଟ ଜୋନକୁ ପ୍ରତିନିଧିତ୍ୱ କରୁଥିଲେ। ତେଣୁ ଉଭୟଙ୍କୁ ଇଷ୍ଟ ଜୋନ ସଦସ୍ୟ ଭାବେ ବିବେଚନା କରାଯାଉଛି।

ଚୟନକର୍ତ୍ତାମାନଙ୍କ ଚୁକ୍ତି ବାର୍ଷିକ ସମୀକ୍ଷା କରାଯାଏ। ୨୦୨୬ ଯାଏ ଅଜିତ ଅଗରକର ମୁଖ୍ୟ ଚୟନକର୍ତ୍ତା ଭାବେ ରହିବେ। କିନ୍ତୁ କେଉଁ ଚୟନକର୍ତ୍ତା ବଦଳିବେ, ତା’କୁ ନେଇ ତର୍ଜମା ଆରମ୍ଭ ହୋଇଛି।”

ଚୟନ କମିଟି ସଦସ୍ୟ ପଦ ପାଇଁ ଆବେଦନକାରୀ ଅତି କମରେ ୭ଟି ଟେଷ୍ଟ କିମ୍ବା ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବେ। ଅତି କମରେ ୧୦ଟି ଦିନିକିଆ ଓ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଆବେଦନ କରିହେବ।

Bcci Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe