Advertisment

ପୁଣି ଗୋଟିଏ ଓଭରରେ ୩୬ ରନ୍; ଯୁବରାଜ ଓ ରୋହିତଙ୍କ ସମକକ୍ଷ ହେଲେ ଏହି ୱେଷ୍ଟଇଣ୍ଡିଜ ଖେଳାଳି

ଯୁବରାଜ ସିଂହ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ଛଅଟି ଛକା ସହ ୩୬ ରନ୍ ସଂଗ୍ରହ କରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Nicholas Pooran

Nicholas Pooran

ଟି-୨୦ ବିଶ୍ୱକପ୍ ମୈଦାନରେ ଆଫଗାନିସ୍ତାନ ବିପକ୍ଷରେ ରେକର୍ଡ କରିଛି ୱେଷ୍ଟଇଣ୍ଡିଜ। ପାୱାର ପ୍ଲେର ଗୋଟିଏ ଓଭରରେ ୩୬ ରନ୍ ସହ ଯୁବରାଜ ସିଂହ ଓ ରୋହିତ ଶର୍ମାଙ୍କ ସମକକ୍ଷ ହୋଇ ପାରିଛନ୍ତି ନିକୋଲ୍ସ ପୁରାନ।

Advertisment

ଗତକାଲି ଟି-୨୦ ବିଶ୍ୱକପର ଗ୍ରୁପ୍-ସି ପର୍ଯ୍ୟାୟ ମ୍ୟାଚ୍ ଥିଲା। ଏହି ମ୍ୟାଚ୍ ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେଣ୍ଟ ଲୁସିଆର ଡେରେନ ସାମି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଉଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲ୍ସ ପୁରାନ ଓ ଜନସନ ଚାଲ୍ସ ଖେଳୁଥିଲେ। ଆଫଗାନିସ୍ତାନ ପକ୍ଷରୁ ଅଜମତଉଲ୍ଲା ଓମାରଜାଇ ଚତୁର୍ଥ ଓଭର୍ ବଲ୍ ପକାଉଥିବା ବେଳେ ବିପକ୍ଷରେ ଥିରେ ପୁରାନ।

ପ୍ରଥମ ବଲ୍‌ରେ ଛକାରୁ ଆରମ୍ଭ ହୋଇଥିଲା ଓଭର। ଏହାପରେ ଦ୍ୱିତୀୟ ବଲରେ ନୋ ବଲ୍ ସହ ଗୋଟିଏ ଚୌକା ସାମିଲ କରି ନେଇଥିଲେ ପୁରାନ। ପ୍ରେସରରେ ଥିବା ଅଜମତଉଲ୍ଲା ନୋ ବୋଲରେ ମଧ୍ୟ ଲେଗ୍ ବାଇ ସହ ଗୋଟିଏ ଚୌକା ଦେଇଥିଲେ। ଏହାର ପରବର୍ତ୍ତୀ ବଲରେ ଗୋଟିଏ ଚୌକା ଏବଂ ଅନ୍ୟ ଦୁଇ ବଲରେ ଦୁଇଟି ଛକା ହାସିଲ କରି ନେଇଥିଲେ ପୁରାନ। ଫଳରେ ଟିମକୁ ଗୋଟିଏ ଓଭରରେ ମିଳିଥିଲା ୩୬ ରନ୍।

Advertisment

ଏହି ରନ୍ ସହ ୱେଷ୍ଟଇଣ୍ଡିଜ ଟି-୨୦ ବିଶ୍ୱକପ୍ ମ୍ୟାଚର ପାୱାର ପ୍ଲେର ଗୋଟିଏ ଓଭରରେ ସର୍ବାଧିକ ୩୬ ରନ୍ ସଂଗ୍ରହ କରିଥିଲା। ସେପଟେ ପୁରାନ ମଧ୍ୟ ବ୍ୟକ୍ତିଗତ ଭାବେ ଗୋଟିଏ ଓଭରରେ ୩୬ ରନ୍ ରେକର୍ଡରେ ପ୍ରବେଶ କରିଛନ୍ତି। ଏହି ତାଲିକାରେ ଭାରତର ତିନି ଜଣ ଖେଳାଳିଙ୍କ ନାଁ ସାମିଲ ରହିଛି।

ଯୁବରାଜ ସିଂହ ଇଂଲଣ୍ଡର ଷ୍ଟୁଆର୍ଡ ବ୍ରୋଡଙ୍କ ବିପକ୍ଷରେ ଛଅଟି ଛକା ସହ ୩୬ ରନ୍ ସଂଗ୍ରହ କରିଥିବା ବେଳେ ରୋହିତ ଶର୍ମା ଓ ରିଙ୍କୁ ସିଂହ ଆଫଗାନିସ୍ତାନର କରିମ ଜନତଙ୍କ ବିପକ୍ଷରେ ଗୋଟିଏ ଓଭରରେ ୩୬ ରନ୍ କରିଛନ୍ତି।  

ଅନ୍ୟପଟେ ଏହି ମ୍ୟାଚରେ ପୁରାନ ଗୋଟିଏ ଓଭରରେ ୩୬ ରନ୍ ସହ ୯୮ ରନ୍ ସଂଗ୍ରହ କରିଥିଲେ। ଏଥିସହ ଟି-୨୦ ବିଶ୍ୱକପରେ ୨୦୦୦ ରନ୍ ସଂଗ୍ରହ କରିବାରେ ପ୍ରଥମ ୱେଷ୍ଟଇଣ୍ଡିଜ ବ୍ୟାଟର୍ ହୋଇଥିଲେ। 

ପ୍ରକାଶ ଥାଉକି, ୱେଷ୍ଟଇଣ୍ଡିଜ ଏହି ମ୍ୟାଚରେ ଆଫଗାନିସ୍ତାନକୁ ୧୦୪ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୧୮ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ ୧୬.୨ ଓଭରରେ ସମସ୍ତ ୱିକେଟ ହରାଇ ୧୧୪ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା। 

Rohit Sharma Yuvraj Singh Nicholas Pooran Record Cricket Record