Advertisment

ଆରମ୍ଭ ହେଲା LLCCର ଅଣ୍ଡର ୧୪ ଟୁର୍ଣ୍ଣାମେଣ୍ଟ: ପ୍ରଥମ ମ୍ୟାଚ୍‌ ଜିତିଲା ରାମେଶ୍ୱର ସ୍ପୋର୍ଟିଂ

ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ତିଂ ଚାମ୍ପିୟନ ରାମେଶ୍ୱର ସ୍ପୋର୍ଟିଂ ବିଜୟୀ ହୋଇଛି। ଦଳ ବିବିସିଏକୁ ୬ ୱିକେଟରେ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
LLCC

LLCC

Advertisment

ଆଜି ଠାରୁ ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ(ଏଲଏଲସିସି) ଆନୁକୂଲ୍ୟରେ ୧୪ ବର୍ଷରୁ କମ ତୃତୀୟ ରାଜ୍ୟସ୍ତରୀୟ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ନୟାପଲ୍ଲୀ ଆଇଆରସିର ଏଲଏଲସିସି ପଡ଼ିଆରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ତିଂ ଚାମ୍ପିୟନ ରାମେଶ୍ୱର ସ୍ପୋର୍ଟିଂ ବିଜୟୀ ହୋଇଛି। ଦଳ ବିବିସିଏକୁ ୬ ୱିକେଟରେ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବିବିସିଏ ଓପନର ମୃତ୍ୟୁଞ୍ଜୟ ରୟଙ୍କ ୧୧୫ ବଲରେ ୧୦୭ ରନ ବଳରେ ନିର୍ଦ୍ଧାରିତ ୩୫ ଓଭରରେ ୪ ୱିକେଟ ହରାଇ ୨୨୭ ରନ କରିଥିଲା। ଏହାର ଜବାବରେ ରାମେଶ୍ୱର ସ୍ପୋର୍ଟିଂ ୩୦.୨ ଓଭରରେ ୪ ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି।

ଦଳ ପକ୍ଷରୁ ଆର୍ଯ୍ୟ ଆୟୁଷ୍ମାନ ସାହୁ ଅପରାଜିତ ୧୧୫ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଅଞ୍ଜନ ନାୟକ ଓ ଅମ୍ଳାନ ମିଶ୍ର ପ୍ରଥମ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆର୍ଯ୍ୟଙ୍କୁ ପୁରସ୍କୃତ କରିଛନ୍ତି।

Advertisment

ମ୍ୟାଚ୍‌ ପୂର୍ବରୁ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟକୁ ଭୁବନେଶ୍ୱର ଆଥଲେଟି ଆସୋସିଏନର ସମ୍ପାଦକ ଭାନୁ ପରିଜା, ୨୫ ନମ୍ବର ୱାର୍ଡର କର୍ପୋରେଟର ମାନସୀରାଣୀ ସୁନ୍ଦରାୟ, ପୂର୍ବତନ ରଜଣୀ ଟ୍ରଫି ଖେଳାଳି ରଶ୍ମିରଞ୍ଜନ ପରିଡ଼ା ଓ ୨୭ନମ୍ବର ୱାର୍ଡର କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ।

ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୨୪ ତାରିଖ ଯାଏ ଚାଲିବ। ଫାଇନାଲ ମ୍ୟାଚ୍‌ ଦିବାରାତ୍ର ବିଶିଷ୍ଟ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆଯାଇଛି।

Odisha Cricket LLCC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe