ନିର୍ଣ୍ଣାୟକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ୍

ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ୨-୧ରେ ବିଜୟ ହୋଇଛି। 3rd T20I WI Win High-Scoring Thriller, Pocket Series

ମ୍ୟାଚ୍ ଜିତିବା ପରେ ଖେଳାଳିମାନେ ହାତରେ ଟ୍ରଫି ଧରି ଖୁସି ମନାଉଛନ୍ତି ।

  • Published: Wednesday, 29 March 2023
  • , Updated: 29 March 2023, 08:49 AM IST

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଉପରେ କବ୍‌ଜା କଲା ୱେଷ୍ଟଇଣ୍ଡିଜ। ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ୨-୧ରେ ବିଜୟ ହୋଇଛି। ୱେଷ୍ଟଇଣ୍ଡିଜ୍ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଜିତି ସିରିଜ୍ ହାତେଇଛି। ଜୋହାନ୍ସବର୍ଗରେ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୭ ରନରେ ଜିତିଛି। ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ରୋମାରିଓ ଶେଫର୍ ଅପରାଜିତ ୪୪ ରନ୍ କରିଥିଲେ ଏବଂ ପେସ୍ ବୋଲର ଅଲଜାରି ଜୋସେଫ ୫ ୱିକେଟ୍ ନେଇଥିଲେ।

ସିରିଜର ଅନ୍ୟ ଦୁଇଟି ମ୍ୟାଚ୍ ପରି ଏହି ମ୍ୟାଚ ମଧ୍ୟ ଏକ ହାଇ ସ୍କୋରିଂ ମ୍ୟାଚ୍ ଥିଲା। ଉଭୟ ଦଳ ୨୦୦ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ୱେଷ୍ଟଇଣ୍ଡିଜ୍ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୨୨୦ ରନ୍ କରିଥିଲା। ଦଳ ପକ୍ଷରୁ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରୋମାରିଓ ଶେଫର୍ ୨ଟି ଚୌକା ଓ ୩ ଛକା ସହାୟତାରେ ୨୨ ବଲରେ ୪୪ ରନର ଅପରାଜିତ ଇନିଂସ ଖେଳିଥିଲେ।

ତେବେ ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୧୩ ରନ କରିପାରିଥିଲା । ଦଳ ପାଇଁ ରେଜା ହେଣ୍ଡ୍ରିକ୍ସ ୪୪ ବଲରେ ୮୩ ରନ ସଂଗ୍ରହ କରିଥିଲେ। ସେ ୧୧ଟି ଚୌକା ଓ ୨ ଛକା ମାରିଥିଲେ। ଏହା ବ୍ୟତୀତ ରିଲୋ ରୋସୋ ୨୧ ଟି ବଲରେ ୪୨ ରନ୍ ସଂଗ୍ରହ କରି ୪ଟି ଚୌକା ଓ ୩ ଛକା ମାରିଥିଲେ। ତେବେ ଉଭୟ ବ୍ୟାଟ୍ସମ୍ୟାନଙ୍କ ଦମବାର ବ୍ୟାଟିଂ ସତ୍ତ୍ବେ ଦଳ ବିଜୟୀ ହୋଇପାରିନଥିଲା।

ତୃତୀୟ ମ୍ୟାଚ୍‌ରେ ପାଞ୍ଚଟି ୱିକେଟ୍ ନେଇଥିବା ୱେଷ୍ଟଇଣ୍ଡିଜ୍ ପେସ ବୋଲର ଅଲଜାରି ଜୋସେଫଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଦିଆଯାଇଛି। ୪ ଓଭରରେ ୫ ୱିକେଟ୍ ନେଇଥିବାବେଳେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଜନସନ ଚାର୍ଲ୍ସ ତାଙ୍କ ଚମତ୍କାର ଇନିଂସ ପାଇଁ 'ପ୍ଲେୟାର ଅଫ୍ ଦି ସିରିଜ୍' ସମ୍ମାନରେ ସମ୍ମାନୀତ ହୋଇଛନ୍ତି।

 

Related story