Advertisment

ଡ୍ର' ହେଲା ଗାବା ଟେଷ୍ଟ, ବର୍ଷା ସାଜିଲା ଭିଲେନ୍‌

ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନ୍‌ର ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା।

ଅଦ୍ୟତନ ହୋଇଛି
Gabba Test Draw

Gabba Test Draw

Advertisment

ଡ୍ର' ହୋଇଛି ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ତଥା ଗାବା ଟେଷ୍ଟ। ବର୍ଷା ସାଜିଲା ଭିଲେନ୍। ପଞ୍ଚ ଦିନରେ ମ୍ୟାଚ୍‌ରେ ରୋମାଞ୍ଚକର ସ୍ଥିତି ଦେଖିବାକୁ ମିଳିଥିଲା। ତେବେ ଖରାପ ଲାଇଟ୍‌ ଓ ବର୍ଷା ଏଥିରେ ବାଧକ ସାଜିଛି। ଫଳରେ ଅମ୍ପାୟର ମ୍ୟାଚ୍‌କୁ ଡ୍ର' ଘୋଷଣା କରିଛନ୍ତି।

Advertisment

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (BGT)ର ତୃତୀୟ ମ୍ୟାଚ୍ ଡ୍ର'ରେ ଶେଷ ହୋଇଛି। ଆଜି ବ୍ରିସବେନର ଗାବା ଠାରେ ମ୍ୟାଚର ଶେଷ ଏବଂ ପଞ୍ଚମ ଦିନ ଥିଲା। ଘଡଘଡି ଓ ବଜ୍ରପାତ ଏବଂ ପରେ ବର୍ଷା ଯୋଗୁଁ ମ୍ୟାଚ୍ ପ୍ରଥମେ ବନ୍ଦ ହୋଇଯାଇଥିଲା।

ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନର ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା। ତେବେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ କୌଣସି ଓ୍ୱିକେଟ୍ ନହରାଇ ମାତ୍ର ୮ ରନ୍ କରିଥିଲା। ମାତ୍ର ଖେଳରେ ବାଧକ ସାଜିଥିଲା ଖରାପ ଲାଇଟ୍ ଓ ଘଡ଼ଘଡ଼ି। ପରେ ବର୍ଷା ଜାରି ରହିବାକୁ ବ୍ରିସବେନ୍ ଟେଷ୍ଟ ଡ୍ର’ ଘୋଷଣା କରାଯାଇଛି। ଉଭୟ ଦଳର ଅଧିନାୟକଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଇନିଂସରେ ଶତକୀୟ ପାଳି ଖେଳିଥିବା ଟ୍ରାଭିସ୍ ହେଡ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି।

Advertisment

ଏହାପୂର୍ବରୁ ଅଷ୍ଟ୍ରେଲିଆ ୮୯/୭ରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା।  ଭାରତ ଆଗରେ ୨୭୫ ରନର ଟାର୍ଗେଟ୍‌ ରଖିଥିଲା, ଯାହାକୁ ୫୪ ଓଭରରେ ପୂରଣ କରିବାର ଥିଲା। କିନ୍ତୁ ଭାରତୀୟ ଟିମ୍‌ ପ୍ରଥମ ଇନିଂସରେ ୨୬୦ ରନ୍ ସଂଗ୍ରହ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

Aus Vs Ind Gabba Test Border Gavaskat Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe