Advertisment

ବିଶ୍ୱକପ ଟିମରେ ମୁମ୍ବାଇ ଇଣ୍ଡିଆନ୍ସର ୪ ଖେଳାଳି, ଏହି ୩ ଦଳରୁ କେହି ନାହାନ୍ତି

ଆହତ ସମସ୍ୟା ଦେଇ ଗତି କରୁଥିବା କେଏଲ ରାହୁଲ ୧୫ ଜଣିଆ ସ୍କ୍ୱାଡରେ ଥିବା ବେଳେ ତିଲକ ବର୍ମା ଓ ପ୍ରସିଦ୍ଧ କୃଷ୍ଣ ବାଦ ପଡ଼ିଛନ୍ତି।

Team India

Team India

Advertisment

ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମିଳିତ ଭାବେ ବିଶ୍ୱକପ ସ୍କ୍ୱାଡରେ ଥିବା ୧୫ ଜଣ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି।

Advertisment

ଆହତ ସମସ୍ୟା ଦେଇ ଗତି କରୁଥିବା କେଏଲ ରାହୁଲ ୧୫ ଜଣିଆ ସ୍କ୍ୱାଡରେ ଥିବା ବେଳେ ତିଲକ ବର୍ମା ଓ ପ୍ରସିଦ୍ଧ କୃଷ୍ଣ ବାଦ ପଡ଼ିଛନ୍ତି। ସେହିପରି ଏସିଆ କପରେ ଷ୍ଟାଣ୍ଡ ଇନ ଖେଳାଳି ଭାବେ ଦଳ ସହ ଶ୍ରୀଲଙ୍କା ଯାଇଥିବା ସଞ୍ଜୁ ସାମସନ ମଧ୍ୟ ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି।

ସୂର୍ଯ୍ୟ କୁମାର ଯାଦବ ସ୍କ୍ୱାଡରେ ସ୍ପେଶାଲିଷ୍ଟ ବ୍ୟାଟର ଭାବେ ସ୍ଥାନ ପାଇଥିବା ବେଳେ ଈଶାନ କିଶନ ୱିକେଟ କପିର ଭାବେ ଦଳରେ ରହିଛନ୍ତି। ଏସିଆ କପ ଭଳି ବିଶ୍ୱକପ ସ୍କ୍ୱାଡରେ ମଧ୍ୟ ଲେଗ ସ୍ପିନର ୟୁଜି ଚହଲ ନାହାନ୍ତି। କୁଲଦୀପ ଯାଦବ ଏକମାତ୍ର ସ୍ପେଶାଲିଷ୍ଟ ସ୍ପିନ ବୋଲର ଭାବେ ବିଶ୍ୱକପ ଦଳରେ ଅଛନ୍ତି। ତାଙ୍କ ସହ ଅଲରାଉଣ୍ଡର ଭୂମିକାରେ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି।

Advertisment

ଆଇପିଏଲ ଦୃଷ୍ଟି କୋଣରୁ ଯଦି ବିଶ୍ୱକପ ସ୍କ୍ୱାଡକୁ ଦେଖିବା, ତା’ହେଲେ ଟିମ ଇଣ୍ଡିଆରେ ମୁମ୍ବାଇ ଇଣ୍ଡିଆନ୍ସରୁ ସର୍ବାଧିକ ୪ ଜଣ ଖେଳାଳି ରହିଛନ୍ତି। ଗୁଜରାଟ ଟାଇଟନ୍ସରୁ ୩ ଜଣ, କୋଲକାତା ନାଇଟ ରାଇଡର୍ସରୁ ୨ ଜଣ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ୨ ଜଣ, ଦିଲ୍ଲୀ କ୍ୟାପିଟାଲ୍ସରୁ ୨ ଜଣ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଚେନ୍ନାଇ ସୁପର କିଙ୍ଗ୍ସରୁ ଜଣେ ଲେଖାଏ ଖେଳାଳି ଅଛନ୍ତି।

ସେହିପରି ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସର ଜଣେ ହେଲେ ବି ଖେଳାଳି ବିଶ୍ୱକପ ପାଇଁ ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ ନାହାନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା, ଈଶାନ କିଶନ ଓ ସୂର୍ଯ୍ୟ କୁମାର ଯାଦବ

ଗୁଜରାଟ ଟାଇଟନ୍ସ: ଶୁବମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ଶାମି

କୋଲକତା ନାଇଟ ରାଇଡର୍ସ: ଶ୍ରେୟସ ଆୟର ଓ ଶାର୍ଦ୍ଦୁଲ ଠାକୁର

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର: ବିରାଟ କୋହଲି ଓ ମହମ୍ମଦ ସିରାଜ

ଦିଲ୍ଲୀ କ୍ୟାପିଟାଲ୍ସ: ଅକ୍ଷର ପଟେଲ ଓ କୁଲଦୀପ ଯାଦବ

ଲକ୍ଷ୍ନୌ ସୁପର ଜାଏଣ୍ଟସ: କେଏଲ ରାହୁଲ

ଚେନ୍ନାଇ ସୁପର କିଙ୍ଗସ: ରବୀନ୍ଦ୍ର ଜାଡେଜା

Indian Cricket Team Cricket Team India ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe