Advertisment

୪୦ ବର୍ଷ ତଳେ ଆଜିର ଦିନରେ ଭାରତୀୟ କ୍ରିକେଟର ହୋଇଥିଲା ନବକଳେବର, ହନିମୁନ ଟିକେଟ ବାତିଲ କରିଥିଲେ ଶ୍ରୀକାନ୍ତ

ଆଜିକୁ ଠିକ୍‌ ୪୦ ବର୍ଷ ତଳେ କପିଲ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇଥିଲା ଓ ପ୍ରଥମଥର କ୍ରିକେଟ ବିଶ୍ୱକପ ଜିତିଥିଲା।

ଅଦ୍ୟତନ ହୋଇଛି
World Cup

World Cup

Advertisment

ଐତିହାସିକ ଲର୍ଡସରେ କପିଲ ଦେବ ବିଶ୍ୱକପ ଧରିବା ବେଳର ଫଟୋ ଏବେ ବି ପ୍ରତ୍ୟେକ ଭାରତୀୟ ମନେ ରଖିଛନ୍ତି। ଏହା ଏମିତି ଏକ ମୁହୂର୍ତ୍ତ ଥିଲା, ଯାହା ଭାରତୀୟ ଯୁବ ପିଢ଼ିଙ୍କୁ କ୍ରିକେଟ ଖେଳକୁ ଗୁରୁତ୍ୱର ସହ ନେବାକୁ ପ୍ରେରଣା ଦେଇଥିଲା।

Advertisment

ଆଜିକୁ ଠିକ୍‌ ୪୦ ବର୍ଷ ତଳେ କପିଲ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇଥିଲା ଓ ପ୍ରଥମଥର କ୍ରିକେଟ ବିଶ୍ୱକପ ଜିତିଥିଲା। ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଚମତ୍କାର ଢଙ୍ଗରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ଏହି ବିଜୟ ସହ ଭାରତୀୟ କ୍ରିକେଟର ନବକଳେବର ହୋଇଥିଲା।

ଆଜିକା ଦିନକରେ ଭାରତରେ କ୍ରିକେଟ ସବୁଠାରୁ ଲୋକପ୍ରିୟ ଖେଳ ହୋଇ ପାରିଛି। ଏହାର ମୂଳଦୁଆ କିନ୍ତୁ ୧୯୮୩ରେ ପଡ଼ିଥିଲା। ଏବେ ବି ୧୯୮୩ରେ ମିଳିଥିବା ସଫଳତା ଦେଶର କ୍ରୀଡ଼ା ଇତିହାସରେ ସବୁଠାରୁ ବଡ଼ ଉପଲବ୍ଧି ଭାବେ ଲିପିବଦ୍ଧ ହୋଇ ରହିଛି।

Advertisment

ବିଶ୍ୱକପ ପୂର୍ବରୁ କେମିତି ଥିଲା ଟିମ୍‌ର ମୁଡ୍‌

ବିଶ୍ୱକପ ଖେଳିବା ପାଇଁ ଇଂଲଣ୍ଡ ଆସିଥିବା ଅଧିକାଂଶ କ୍ରିକେଟର ଆଶଙ୍କା କରିଥିଲେ ଯେ ଲିଗ୍‌ ପର୍ଯ୍ୟାୟରୁ ଦଳ ଆଉ ଆଗକୁ ଯାଇ ପାରିବ ନାହିଁ। ତେଣୁ ସେମାନେ ଆମେରିକାରେ ଛୁଟି କାଟିବାକୁ ଯୋଜନା କରିଥିଲେ। ସେଠାରେ କିଛି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ମଧ୍ୟ ଖେଳିବାର ଥିଲା। ସମସ୍ତେ ବି ଜାଣିଥିଲେ ଯେ ଭାରତୀୟ ଟିମର ପ୍ରଦର୍ଶନ ଯାହା ଦଳ ଲିଗ୍‌ରୁ ଆଗକୁ ଯାଇ ପାରିବ ନାହିଁ। ଟିମର ନୂଆ ଓପନର କ୍ରିଷ୍ଣମାଚାରି ଶ୍ରୀକାନ୍ତ ମଧ୍ୟ ସଅଳ ବିଦାୟର ଆଶଙ୍କା କରିଥିଲେ। ତେଣୁ ସେ ନିଜର ହନିମୁନ ପାଇଁ ଟିକେଟ ମଧ୍ୟ କରି ସାରିଥିଲେ।

କିନ୍ତୁ ଭାରତୀୟ ଟିମର ପ୍ରଦର୍ଶନ ସବୁ ଯୋଜନାରେ ପାଣି ପକାଇ ଦେଇଥିଲା। ପଡ଼ିଆରେ ଖେଳାଳିଙ୍କ ପ୍ରଦର୍ଶନ ଯୋଗୁ ଶ୍ରୀକାନ୍ତ ନିଜର ହନିମୁନ ଟିକେଟ ବାତିଲ କରିଥିଲେ। ଏଥିପାଇଁ ସେ ଥଟାରେ କପିଲ ଦେବଙ୍କୁ ଟିକେଟ ବାତିଲର ଟଙ୍କା ମଧ୍ୟ ମାଗିଥିଲେ।

ଭାରତ ଜିତିବ ବୋଲି କପିଲ ଦେବଙ୍କ ବିଶ୍ୱାସ ଥିଲା

ଅଧିନାୟକ କପିଲ ଦେବଙ୍କୁ ଛାଡ଼ି ଦେଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆଉ କେହି ବି ଭାରତ ୧୯୮୩ ବିଶ୍ୱକପ ଜିତିବ ବୋଲି ଆଶା କରି ନଥିଲେ। ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଦୁର୍ବଳ ଦେଶ ଭାବେ ପରିଗଣିତ ହୋଇଥିଲା। ହେଲେ ଏହି ଦୁର୍ବଳ ଦଳ ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ହରାଇ ଚାମ୍ପିୟନ ହୋଇଥିଲା।

ବିଶ୍ୱକପ ଦଳରେ ଥିବା କୀର୍ତ୍ତି ଆଜାଦ କହିଛନ୍ତି, “ଯେତେବେଳେ ବିଶ୍ୱକପ ଗସ୍ତ ଆରମ୍ଭ ହେଲା ସେତେବେଳେ ଗୋଟିଏ ଛୋଟିଆ ସାମ୍ପେନ ବୋତଲ କପିଲ ଦେବଙ୍କ ବ୍ୟାଗରେ ରହିଥିଲା। ମୁଁ ତାଙ୍କୁ କହିଥିଲି ଯେ ଆପଣ ଏହାକୁ ପିଅନ୍ତି ନାହିଁ, ଏଇଟା କାହିଁକି ରଖିଛନ୍ତି? ଆମକୁ ଦେଇ ଦିଅନ୍ତୁ। କିନ୍ତୁ ସେ ଏହାକୁ ଟୁର୍ଣ୍ଣାମେଣ୍ଟ ଶେଷ ଯାଏ ରଖିଥିଲେ। ଆପଣ ଯଦି ଟ୍ରଫି ଜିତିବା ପରର ଭିଡିଓ ଦେଖିଥିବେ, ତା’ହେଲେ ଉକ୍ତ ବୋତଲ ହିଁ ପ୍ରଥମେ ଖୋଲା ଯାଇଥିଲା। ଆମେ ତାଙ୍କ ଠାରୁ ଏହାକୁ ନେବାକୁ ଚେଷ୍ଟା କରିଥିଲୁ। କିନ୍ତୁ ସେ ଦେଇ ନଥିଲେ। ସେ ଆରମ୍ଭରୁ ଭାରତ ଜିତି ପାରିବ ବୋଲି ବିଶ୍ୱାସ ରଖିଥିଲେ।”

୧୯୮୩ ବିଶ୍ୱକପ ଫାଇନାଲ

୧୯୮୩ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ଅଲ୍ଟିମେଟ୍ ସାହାସ ଓ କମବ୍ୟାକର ଲଢ଼େଇ ଥିଲା। ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂ କରି ଭାରତକୁ ୧୮୩ ରନରେ ଅଟକାଇ ଦେଇଥିଲା। ସମସ୍ତେ ଭାବିଥିଲେ ଯେ ଭାରତ ହାରିବା ସୁନିଶ୍ଚିତ। କିନ୍ତୁ ଭାରତ ବେଶ ଚମତ୍କାର ଢଙ୍ଗରେ କମବ୍ୟାକ କରିଥିଲା।

ଭିବ ରିଚାର୍ଡସଙ୍କ କ୍ୟାଚ୍‌କୁ କପିଲ ଦେବ ଡାଇଭ ମାରି ଧରିବା ପରେ ୱେଷ୍ଟଇଣ୍ଡିଜ୍‌ ଟିମ ବ୍ୟାଟିଂ ବପିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପୂରା ଟିମ ୧୪୦ ରନରେ ଅଲଆଉଟ ହୋଇଯାଇଥିଲେ।

ରିଚାର୍ଡସ ଆଉଟ ହେବା ବେଳେ ଇଣ୍ଡିଜ ଟିମର ସ୍କୋର ୫୭-୨ ଥିଲା। ରିଚାର୍ଡସ ପୂରା ବିଶ୍ୱକପରେ ଚମତ୍କାର ବ୍ୟାଟିଂ କରିଥିଲେ। ଫାଇନାଲରେ ମଧ୍ୟ ସେ ଭଲ ଲୟରେ ଥିଲେ। ତାଙ୍କ ୱିକେଟ ହିଁ ପୂରା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା।

ଭାରତର ବିଜୟ ଆତ୍ମବିଶ୍ୱାସ ଓ ପ୍ରତିବଦ୍ଧତାର ପରିଚୟ ଥିଲା। ଟିମ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟକୁ ଗୋଟିଏ ଦୁର୍ବଳ ଦଳର ପରିଚୟ ନେଇ ଯାଇଥିଲ। । କିନ୍ତୁ ଦଳର ଖେଳାଳିମାନେ ନିଜର ଦକ୍ଷତା ଓ ଆତ୍ମବିଶ୍ୱାସ ଦେଖାଇ ଟିମ ଇଣ୍ଡିଆକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ। 

Indian Cricket Team Cricket Kapil Dev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe