Advertisment

ଗୋଟିଏ ଓଭରରେ ହେଲା ୪୬ ରନ୍‌, ଦେଖନ୍ତୁ ଭିଡିଓ

ଟି-୨୦ କ୍ରିକେଟରେ ମଧ୍ୟ ଓଭରକୁ ୩୬ ରନ ଦୁଇ ଥର ଦେଖିବାକୁ ମିଳିଛି। ୨୦୦୭ରେ ଯୁବରାଜ ସିଂହ ଓ ୨୦୨୧ରେ କାଏରନ ପୋଲାର୍ଡ ୬ ବଲରେ ୬ ଛକା ମାରିଥିଲେ।

author-image
Hemant Lenka
Match

Match

ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଯଦି ଜଣେ ବ୍ୟାଟର ଗୋଟିଏ ଓଭରର ପ୍ରତି ବଲ୍‌ରେ ଛକା ମଧ୍ୟ ମାରନ୍ତି, ତା’ହେଲେ ସର୍ବାଧିକ ୩୬ ରନ ହାସଲ କରିବେ। କିନ୍ତୁ ୪୬ ରନ୍‌ ହାସଲ କରିବା ଗୋଟିଏ ବିରଳ ଘଟଣା। 

Advertisment

ଦିନିକିଆରେ ଗୋଟିଏ ଓଭରରେ ୩୬ ଜଣ ଦୁଇ ଥର ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକାର ହର୍ଷଲେ ଗିବ୍ବସ ୨୦୦୬ରେ ଓ ୨୦୨୧ରେ ଆମେରିକାର ଜସକରନ ମାଲହୋତ୍ରା ୬ ବଲରେ ୬ଟି ଛକା ମାରିଥିଲେ।

ଟେଷ୍ଟ କ୍ରିକେଟରେ ଭାରତର ଯଶପ୍ରୀତ ବୁମ୍ରା ଗୋଟିଏ ଓଭରରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ନିଜ ନାଁରେ ରଖିଛନ୍ତି। ସେ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟର ଗୋଟିଏ ଓଭରରେ ୩୫ ରନ ଆଦାୟ କରିଥିଲେ।

Advertisment

ଟି-୨୦ କ୍ରିକେଟରେ ମଧ୍ୟ ଓଭରକୁ ୩୬ ରନ ଦୁଇ ଥର ଦେଖିବାକୁ ମିଳିଛି। ୨୦୦୭ରେ ଯୁବରାଜ ସିଂହ ଓ ୨୦୨୧ରେ କାଏରନ ପୋଲାର୍ଡ ୬ ବଲରେ ୬ ଛକା ମାରିଥିଲେ।

କିନ୍ତୁ ଯଦି ଜଣେ ବ୍ୟାଟର ଗୋଟିଏ ଓଭରରେ ୪୬ ରନ କରିବେ, ତା’ହେଲେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଘଟଣା ଘଟିଛି ଓ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଗୋଟିଏ ଟି-୨୦ ମ୍ୟାଚ୍‌ରେ ଏହା ଘଟିଛି। କୁଏତା ଚାଲିଥିବା କେସିସି ଫ୍ରେଣ୍ଡ୍ସ ମୋବାଇଲ ଟି-୨୦ ଚାମ୍ପିୟନ୍ସ ଟ୍ରଫି ୨୦୨୩ର ଗୋଟିଏ ମ୍ୟାଚ୍‌ରେ ଓଭରରୁ ୪୬ ରନ ମିଳିଛି। ଏନସିଏମ ଇନଭେଷ୍ଟମେଣ୍ଟ ଓ ଟାଲି ସିସି ମଧ୍ୟରେ ମ୍ୟାଚ୍‌ ଚାଲିଥିଲା। ଏହି ସମୟରେ ଏନସିଏମର ବାସୁ ଟାଲି ଟିମ୍‌ର ହରମନଙ୍କ ଓଭରରୁ ୪୬ ରନ ଆଦାୟ କରିଛନ୍ତି।

ଓଭରର ପ୍ରଥମ ବଲ ହରମନ ନୋରୁ ଆରମ୍ଭ କରିଥିଲେ। ନୋ-ବଲ ସହ ଏହା ଛକା ହୋଇଥିଲା। ଏହାପରେ ସେ ବାଇରେ ୪ ରନ ଦେଇଥିଲେ। ଏହାର ଅର୍ଥ ଗୋଟିଏ ବଲରେ ୧୧ ରନ ମିଳିଥିଲା। ଏହାର ପରବର୍ତ୍ତୀ ୫ଟି ବଲରେ ବାସୁ ୫ଟି ଛକା ମାରିଥିଲେ। ଏହା ମଧ୍ୟରେ ମଧ୍ୟ ଗୋଟିଏ ନୋ ବଲ ଥିଲା। ତେଣୁ ଅତିରିକ୍ତ ଫ୍ରି ହିଟ୍‌ ବଲରେ ସେ ପୁଣି ଗୋଟିଏ ଚୌକା ମାରିଥିଲେ। ଏପରି ଭାବେ ସେ ଗୋଟିଏ ଓଭରରୁ ମୋଟ ୪୬ ରନ ଆଦାୟ କରିଥିଲେ।

ଅନ୍ୟପକ୍ଷରେ ଆମେ ଯଦି ଆଇପିଏର ସବୁଠାରୁ ବ୍ୟୟ ବହୁଳ ଓଭରକୁ ବିଚାରକୁ ନେବା ତା’ହେଲେ ଦୁଇ ଥର ୩୭ ରନ ଲେଖାଏ ହାସଲ ହୋଇଛି। ପ୍ରଥମେ ୨୦୧୧ରେ ଆରସିବି କୋଚି ଟସ୍କର୍ସର ବୋଲର ପି ପରମେଶ୍ୱରମଙ୍କ ଗୋଟିଏ ଓଭରରୁ ୩୭ ରନ ଆଦାୟ କରିଥିଲା। ସେହିପରି ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ ଆରସିବିର ହର୍ଷଲ ପଟେଲଙ୍କ ଓଭରରୁ ୩୭ ହାସଲ କରିଥିଲା।

Cricket IPL