Advertisment

ପନ୍ତଙ୍କ ଦମ୍‌ଦାର ଶତକ, ଡ୍ରାଇଭର୍ ସିଟ୍‌ରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ସ୍ପିନରଙ୍କ ପରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ବି ଦମ୍ ଦେଖାଇଛନ୍ତି। ଋଷଭ ପନ୍ତଙ୍କ ଜବରଦସ୍ତ ଶତକ ଓ ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ଅହମ୍ମଦାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଡ୍ରାଇଭର୍ ସିଟରେ ରହିଛି। ଇଂଲଣ୍ଡର ୨୦୫ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୨୯୪ ରନ୍ କରିଛି। ଏଥିସହ ଭାରତ ୮୯ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା […]

ଅଦ୍ୟତନ ହୋଇଛି
ପନ୍ତଙ୍କ ଦମ୍‌ଦାର ଶତକ, ଡ୍ରାଇଭର୍ ସିଟ୍‌ରେ ଟିମ୍ ଇଣ୍ଡିଆ

pant

Advertisment

ଅହମ୍ମଦାବାଦ: ସ୍ପିନରଙ୍କ ପରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ବି ଦମ୍ ଦେଖାଇଛନ୍ତି। ଋଷଭ ପନ୍ତଙ୍କ ଜବରଦସ୍ତ ଶତକ ଓ ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ଅହମ୍ମଦାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଡ୍ରାଇଭର୍ ସିଟରେ ରହିଛି। ଇଂଲଣ୍ଡର ୨୦୫ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୨୯୪ ରନ୍ କରିଛି। ଏଥିସହ ଭାରତ ୮୯ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ବେଳେ ହାତରେ ୩ ୱିକେଟ୍ ବାକି ରହିଛି। ଭାରତ ପକ୍ଷରୁ ପନ୍ତ ୧୦୧ (୧୧୮ ବଲ୍, ୧୩ ଚୌକା, ୨ ଛକା) ରନର ଶତକୀୟ ଇନିଂସ୍ ଖେଳିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ୱାଶିଂଟନ୍ ସୁନ୍ଦର ୬୦ (୧୧୭ ବଲ୍, ୮ ଚୌକା) ଓ ଅକ୍ଷର ପଟେଲ୍ ୧୧ ରନ୍ କରି ଅପରାଜିତ ରହିଛନ୍ତି।

Advertisment

[caption id="" align="alignleft" width="1000"]publive-image ଅର୍ଦ୍ଧଶତକ ପରେ ୱାଶିଂଟନ୍ ସୁନ୍ଦର[/caption]

ଦ୍ୱିତୀୟ ଦିବସରେ ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୪/୧ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଚେତେଶ୍ୱର ପୂଜାରା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ପୂଜାରା ପୁଣିଥରେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ପୂଜାରା ବ୍ୟକ୍ତିଗତ ୧୭ ରନ୍ କରିଥିବା ବେଳେ ଜ୍ୟାକ୍ ଲିଚଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଖାତା ଖୋଲିପାରିନଥିଲେ। କୋହଲିଙ୍କୁ ବେନ୍ ଷ୍ଟୋକ୍ସ ଆଉଟ୍ କରିଥିଲେ।

Advertisment

ରୋହିତଙ୍କୁ ସାଥ୍ ଦେଇଥିବା ଅଜିଙ୍କ୍ୟ ରାହାଣେ ସକାରାତ୍ମକ ବ୍ୟାଟିଂ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରିନଥିଲେ। ରାହାଣେ (୨୭)ଙ୍କୁ ଭ୍ରମଣକାରୀ ଦଳର ଏକ ନମ୍ବର ବୋଲର ଜେମ୍ସ ଆଣ୍ଡରସନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ରୋହିତ୍ ଓ ପନ୍ତ ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ରୋହିତ୍ ୪୯ ରନରେ ବ୍ୟାଟିଂ କରୁଥିବା ବେଳେ ତାଙ୍କୁ ଷ୍ଟୋକ୍ସ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ରୋହିତ୍ ରିଭ୍ୟୁ ନେଇଥିଲେ ହେଁ, ଅମ୍ପାୟାରଙ୍କ ନିଷ୍ପତ୍ତି ଆଧାରରେ ସେ ଆଉଟ୍ ହୋଇଥିଲେ।

[caption id="" align="alignleft" width="1400"]publive-image ପନ୍ତଙ୍କୁ ଆଉଟ୍ କରିବା ପରେ ଜେମ୍ସ ଆଣ୍ଡରସନ୍[/caption]

ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରବିଚନ୍ଦ୍ରନ୍ ଅଶ୍ୱିନ୍ (୧୩) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ୧୪୬ ରନରେ ୬ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଭାରତ ସଙ୍କଟରେ ପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ଜବରଦ ଫର୍ମରେ ଥିବା ପନ୍ତ ଓ ସୁନ୍ଦର ଇଂଲିଶ ଟିମର ବୋଲରଙ୍କୁ ଉଚିତ୍ ସାମ୍ନା କରିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୧୧୩ ରନର ଶତକୀୟ ଭାଗିଦାରୀ କରିବା ସହ ଭାରତକୁ ଲିଡ୍ ମଧ୍ୟ ଦେଇଥିଲେ।

[caption id="" align="alignleft" width="1400"]publive-image ଆଉଟ୍‌ ପରେ ପ୍ୟାଭିଲିୟନ୍ ଫେରୁଛନ୍ତି ବିରାଟ୍‌ କୋହଲି[/caption]

୮୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ପନ୍ତ ଶତକ ମାରିବା ପାଇଁ ଆଉ ମାତ୍ର ୩୩ ବଲରେ ସହାୟତା ନେଇଥିଲେ। ଅର୍ଥାତ୍ ପନ୍ତ ୧୧୫ ବଲରେ ନିଜର ତୃତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ତେବେ ଶତକ ମାରିବା ପରେ ପନ୍ତଙ୍କୁ ଆଉଟ୍ କରିଥିଲେ ଆଣ୍ଡରସନ୍। ପନ୍ତଙ୍କ ଯିବା ପରେ ଅକ୍ଷର ପଟେଲ ମଧ୍ୟ ଗୋଟିଏ ଏଣ୍ଡ୍ ସମ୍ଭାଳିଥିଲେ। ଅକ୍ଷର ଓ ସୁନ୍ଦର ୧୦ ଓଭର ବ୍ୟାଟିଂ କରି ଭାରତକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ସୁନ୍ଦର ୯୬ ବଲରେ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ମାରିଥିଲେ। ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍ ୩ଟି, ବେନ୍ ଷ୍ଟୋକ୍ସ ଓ ଲିଚ୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe