Advertisment

ବିଶ୍ୱକପରେ ପଶିଲା କରୋନା, ଭାରତର ୫ କ୍ରିକେଟର୍ ପଜିଟିଭ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପରେ ଭାରତର ଚିନ୍ତା ବଢ଼ାଇଛି କରୋନା ଭାଇରସ୍। ଭାରତୀୟ ଅଣ୍ଡର୍-୧୯ କ୍ରିକେଟ୍ ଟିମର କ୍ୟାପଟେନ୍ ୟଶ ଧୂଲଙ୍କ ସମେତ ପାଞ୍ଚଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୟଶ କୋଭିଡ୍-୧୯ର ଆରଟିପିଆର୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁ କାରଣରୁ ସେ ଉଗାଣ୍ଡା ବିପକ୍ଷ ଶେଷ ଲିଗ୍ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ବୁଧବାର ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ କ୍ୱାରେଣ୍ଟାଇନରେ ଥିବା ୬ ଜଣ ଖେଳାଳିଙ୍କ ମଧ୍ୟରୁ ବାସୁ ବତ୍ସଙ୍କ ରିପୋର୍ଟ […]

ବିଶ୍ୱକପରେ ପଶିଲା କରୋନା, ଭାରତର ୫ କ୍ରିକେଟର୍ ପଜିଟିଭ୍

india-u19

Advertisment

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପରେ ଭାରତର ଚିନ୍ତା ବଢ଼ାଇଛି କରୋନା ଭାଇରସ୍। ଭାରତୀୟ ଅଣ୍ଡର୍-୧୯ କ୍ରିକେଟ୍ ଟିମର କ୍ୟାପଟେନ୍ ୟଶ ଧୂଲଙ୍କ ସମେତ ପାଞ୍ଚଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୟଶ କୋଭିଡ୍-୧୯ର ଆରଟିପିଆର୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁ କାରଣରୁ ସେ ଉଗାଣ୍ଡା ବିପକ୍ଷ ଶେଷ ଲିଗ୍ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ବୁଧବାର ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ କ୍ୱାରେଣ୍ଟାଇନରେ ଥିବା ୬ ଜଣ ଖେଳାଳିଙ୍କ ମଧ୍ୟରୁ ବାସୁ ବତ୍ସଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ହେଲେ ବାକି ୫ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଛି।

Advertisment

ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଥିବା କ୍ୟାପଟେନ୍ ୟଶ, ଆରାଧ୍ୟ ଯାଦବ, ଶେଖ ରଶିଦଙ୍କର ଆରଟିପିସିଆର୍ ଟେଷ୍ଟ ମଧ୍ୟ ପଜିଟିଭ୍ ଆସିଛି। ଆଣ୍ଟିଜେନରେ ନେଗେଟିଭ୍ ଆସିଥିବା ମାନବ ପାରଖଙ୍କର ମଧ୍ୟ ଆରଟିପିସିଆର ରିପୋର୍ଟ ପଜିଟିଭ୍ ଆସିଛି। ଆଇସିସିର ଏକ ସୂତ୍ରରେ କୁହାଯାଇଛି, ଆୟର୍ଲ୍ୟାଣ୍ଡ ବିପକ୍ଷରେ ଭାରତ ଯେଉଁ ଏକାଦଶ ସହ ମଇଦାନକୁ ଓହ୍ଲାଇଥିଲା, ସେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଭାରତ ଯଦି ତା’ର ଗ୍ରୁପରେ ଶୀର୍ଷରେ ରୁହେ, ତାହେଲେ ଟିମର କ୍ୱାର୍ଟର୍ ଫାଇନାଲ୍ ମୁକାବିଲା ୨୯ ତାରିଖରେ ହେବ ଏବଂ ସେତେବେଳକୁ ୟଶଙ୍କ ବ୍ୟତୀତ ବାକି ସବୁ ଖେଳାଳି ସୁସ୍ଥ ହୋଇସାରିଥିବେ।

ଟୁର୍ଣ୍ଣାମେଣ୍ଟ ପ୍ରୋଟୋକଲ ମୁତାବକ, ସମସ୍ତ ସଂକ୍ରମିତ ଖେଳାଳିଙ୍କୁ ପାଞ୍ଚଦିନ ଯାଏ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଏହି ଅବଧି ଭିତରେ ତିନିଥର ପରୀକ୍ଷାରେ ନେଗେଟିଭ୍ ଆସିବା ପରେ ଖେଳାଳି ଟିମରେ ସାମିଲ୍ ହୋଇପାରିବେ। ତେବେ ବାୟୋ-ବବଲରେ ରହିବା ସତ୍ତ୍ୱେ ଭାରତୀୟ ଖେଳାଳି କରୋନାରେ କିପରି ସଂକ୍ରମିତ ହେଲେ, ତାକୁ ନେଇ ପ୍ରଶ୍ନ ଉଠୁଛି।

Advertisment

ୟୁଏଇରେ ଯୁବ ଏସିଆ କପ୍ ଜିତିବା ପରେ ଭାରତୀୟ ଟିମ୍ ଆମଷ୍ଟରଡାମ୍ ହୋଇ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲେ। ଗାଏନାରେ ପହଞ୍ଚିବା ପରେ ଭାରତୀୟ ଟିମ୍ ପାଞ୍ଚଦିନ କ୍ୱାରେଣ୍ଟାଇନରେ ରହିଥିଲେ ଏବଂ ଏହାରି ଭିତରେ ଟିମର ଜଣେ ସପୋର୍ଟ ଷ୍ଟାଫଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ହୁଏତ ତାଙ୍କ ଠାରୁ ଅନ୍ୟ ଖେଳାଳି ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe