Advertisment

ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଫେରିଗଲେ କିଏ ଧରିବେ ଟାଇଟନ୍ସ ମଙ୍ଗ?

ଆସନ୍ତା ଆଇପିଏଲ୍ ସିଜନରେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ରିପୋର୍ଟରେ ଦାବି କରାଯାଉଛି।

ଅଦ୍ୟତନ ହୋଇଛି
Shubman Gill, Kane Williamson and Rashid Khan

Shubman Gill, Kane Williamson and Rashid Khan

Advertisment

ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ଆଇପିଏଲ୍ ସିଜନରେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ରିପୋର୍ଟରେ ଦାବି କରାଯାଉଛି। ଯଦିଓ ଏହି ଖବର ଉଭୟ ଫ୍ରାଞ୍ଚାଇଜ୍ ପକ୍ଷରୁ ପ୍ରକାଶ କରାଯାଇ ନାହିଁ ତଥାପି  ଗୁଜରାଟ ଟାଇଟନ୍ସର କ୍ୟାପ୍ଟେନ୍ସି ନେଇ ଅଡୁଆ ବଢିପାରେ। ଏପରି ପରିସ୍ତିତିରେ କେଉଁ ଖେଳାଳି ଟାଇଟନ୍ସର ମଙ୍ଗ ଧରି ପାରନ୍ତି, ନଜର ପକାନ୍ତୁ... 

Advertisment

ଶୁବମାନ ଗିଲ: ଏହି ତାଲିକାର ପ୍ରଥମରେ ଅଛନ୍ତି ଯୁବ ତାରକା ଶୁବମନ ଗିଲ। ସେ ଟାଇଟନ୍ସ ଟିମର ଅଧିନାୟକତ୍ୱ ପାଇଁ ଜଣେ ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରନ୍ତି। ଗିଲ ତାଙ୍କ କ୍ୟାରିଅରରେ ଆଖି ଦୃଶିଆ ପ୍ରଦର୍ଶନ ଜାରି ରଖିଛନ୍ତି। ଖୁବ୍ କମ୍ ସମୟ ମଧ୍ୟରେ ସେ ଇଣ୍ଟରନ୍ୟାସନାଲ ମ୍ୟାଚରେ 9ଟି ଶତକୀୟ ପାଳି ଖେଳି ସାରିଲେଣି। ଏଥିସହ ଆଇପିଏଲରେ ମଧ୍ୟ 3ଟି ଶତକ କରିଛନ୍ତି। ସେହିପରି ଭାରତୀୟ ଟିମ୍ ପାଇଁ 18 ଏବଂ ଆଇପିଏଲରେ 18ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏପରି ସ୍ଥଳରେ ଯଦି ତାଙ୍କୁ ଅଧିନାୟକତ୍ୱ ଦିଆଯାଏ, ତେବେ ସେ ଏହାକୁ କିପରି ପ୍ରତିପାଦିତ କରୁଛନ୍ତି ଦେଖିବା ଏକ ସୁଯୋଗ ହେବ। 

କେନ୍ ୱିଲିୟମସନ: ଯଦି ଶୁବମନ ଗିଲ ଅଭିଜ୍ଞତା ଦୃଷ୍ଟିରୁ ଊଣା ପଡନ୍ତି, ତେବେ କେନ୍ ୱିଲିୟମସନ ଆଗକୁ ଆସିପାରନ୍ତି। ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ୱିଲିୟମସନ ପୂର୍ବରୁ ଏକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବିଜେତା ସହ ଦିନିକିଆ ବିଶ୍ୱକପ୍ ରନର୍ସ ଅପ୍ ଭାବେ ଅଭିଜ୍ଞତା ହାସଲ କରିଛନ୍ତି। ସେ ଆଇପିଏଲ୍ 2023ରେ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲେ। କାରଣ ଆହତ କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଅଧିନାୟକ ଦୃଷ୍ଟିରୁ ୱିଲିୟମସନ ମାଷ୍ଟରଷ୍ଟ୍ରୋକ୍ ହୋଇପାରନ୍ତି।  

Advertisment

ଦସୁନ ଶନକା: ଶ୍ରୀଲଙ୍କାର ଦସୁନ ଶନକାଙ୍କ ପାଖରେ ମଧ୍ୟ ଜାତୀୟ ଦଳରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ରହିଛି। ସେ ଶ୍ରୀଲଙ୍କା ଟିମର ଟପ୍ ଖେଳାଳିଙ୍କ ମଧ୍ୟରୁ ଜଣେ। ଦସୁନ ଶନକାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଏସିଆ କପ୍ 2022 ବିଜୟୀ ହୋଇଥିଲା। ପୂର୍ବ ଆଇପିଏଲ ସିଜନରେ ୱିଲିୟମସନ ବିଶ୍ରାମ ନେବା ପରେ ତାଙ୍କ ବଦଳରେ ଶନକା ଏଣ୍ଟ୍ରି ମାରିଥିଲେ।

ମାଥ୍ୟୁ ୱେଡ: ଅଧିନାୟକତ୍ୱ ପାଇଁ ଅଷ୍ଟ୍ରେଲିଆର ମାଥ୍ୟୁ ୱେଡ ଅନ୍ୟ ଏକ ବିକଳ୍ପ। ଏବେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଟି-20 ସିରିଜରେ ୱାଡେ ଅଧିନାୟକତ୍ୱ କରୁଛନ୍ତି। ଏହି ସିରିଜ୍ ପୂର୍ବରୁ ସେ ଅଷ୍ଟ୍ରେଲିଆ ପକ୍ଷରୁ 7ଟି ଟି-20 ସିରିଜ୍ ଖେଳି ସାରିଛନ୍ତି। ୱେଡ ଟି-20 ବିଶ୍ୱକପ ବିଜେତା ମଧ୍ୟ ହୋଇଛନ୍ତି। 2021 ଟି-20 ବିଶ୍ୱକପ ବିଜୟରେ ଅଷ୍ଟ୍ରେଲିଆ ଦଳର ଏକ ଅଂଶ ହୋଇଥିଲେ ୱେଡ। 

ରାଶିଦ ଖାନ: ଅଧିନାୟକତ୍ୱ ପାଇଁ ଆଉ ଏକ ବିକଳ୍ପ ହୋଇପାରନ୍ତି ରଶିଦ ଖାନ। ତାଙ୍କର ଆଇପିଏଲରେ ଅନେକ ଅଭିଜ୍ଞତା ରହିଛି। ଏଥିସହ ଆଫଗାନିସ୍ତାନ ଟିମକୁ ମଧ୍ୟ ତିନୋଟି ଫର୍ମାଟରେ ଆଗେଇ ନେଇଛନ୍ତି ରାଶିଦ।

Hardik Pandya Shubman Gill Gujarat Titans MI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe