ଟିମ ଇଣ୍ଡିଆର କ୍ରିକେଟର ବିରାଟଙ୍କ ପାଇଁ ପାଗଳ। କେବଳ ତାଙ୍କର ଟିକିଏ ଝଲକ ପାଇଁ ସ୍କୁଲରେ ପଢ଼ୁଥିବା ଜଣେ ୧୫ ବର୍ଷୀୟ ପିଲା କରିଛନ୍ତି ଅଜବ କାଣ୍ଡ। ସେ ବିରାଟଙ୍କୁ କେବଳ ଟିକିଏ ଦେଖିବା ପାଇଁ ଦୀର୍ଘ ୫୮ କିମି ରାସ୍ତା ସାଇକେଲ ଚଳାଇ ଆସିଛନ୍ତି। ଏଥିପାଇଁ ତାଙ୍କୁ ଲାଗିଛି ୭ ଘଣ୍ଟା।
୧୫ ବର୍ଷୀୟ କାର୍ତ୍ତିକେୟଙ୍କ ଏପରି ଇଚ୍ଛା ଶକ୍ତି ଓ ବିରାଟ କୋହଲିଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କାର୍ତ୍ତିକେୟଙ୍କ ଘର ଉତ୍ତର ପ୍ରଦେଶର ଉନ୍ନାଓରେ। ଆଜି ଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ବିରାଟଙ୍କୁ ଦେଖିବା ପାଇଁ କାର୍ତ୍ତିକେୟ ଷ୍ଟାଡିୟମ ଠାରୁ ୫୮ କିମି ଦୂର ଉନ୍ନାଓରୁ ସାଇକେଲ ଧରି ଆସିଛନ୍ତି।
A 15-year-old kid rode 58 kilometers on his bicycle just to watch Virat Kohli bat pic.twitter.com/rigqQBoCHq
— A (@_shortarmjab_) September 27, 2024
ଆଜି ଭୋର ୪ଟାରୁ କାର୍ତ୍ତିକେୟ ଏକାକୀ ଉନ୍ନାଓରେ ଥିବା ତାଙ୍କ ଘରକୁ ସାଇକେଲ ଧରି ବାହାରି ଥିଲେ। ବାଟରେ କିଛି ସମୟ ବର୍ଷା ହୋଇଥିଲେ ହେଁ ବିରାଟଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବାରେ ଏହା ଆଦୌ ବାଧା ସାଜି ନଥିଲେ। ସେ ବର୍ଷା ସତ୍ତ୍ୱେ ବିରାଟଙ୍କୁ ଦେଖିବା ପାଇଁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଥିଲେ।
ଶେଷରେ ୭ ଘଣ୍ଟାର ନିରବଚ୍ଛିନ୍ନ ସାଇକେଲ ଯାତ୍ରା ପରେ ସେ ଦିନ ୧୧ଟା ବେଳେ ଷ୍ଟାଡିୟମ ନିକଟରେ ପହଞ୍ଚିଥିଲେ। ସାଇକେଲ ଚଳାଇ ଆସିଥିଲେ ମଧ୍ୟ ତାଙ୍କ ଉତ୍ସାହକୁ ଏହା ଫିକା କରିନାହିଁ। ସେ ଷ୍ଟାଡିୟମରେ ବିରାଟଙ୍କୁ ଦେଖିବାକୁ ବେଶ ଉତ୍ସାହିତ ଥିବା କହିଛନ୍ତି।
୧୦ମ ଶ୍ରେଣୀରେ ପଢ଼ୁଥିବା କାର୍ତ୍ତିକେୟ ସାଙ୍ଗରେ ଗୋଟିଏ ପାଣି ବୋତଲ ଧରି ଏତେ ବାଟ ସାଇକେଲ ଯାତ୍ରା କରିଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।