Advertisment

୭ ଘଣ୍ଟାରେ ୫୮ କିମି! ବିରାଟଙ୍କୁ ଦେଖିବା ପାଇଁ ସାଇକେଲରେ ଆସିଲେ ୧୫ ବର୍ଷୀୟ ଛାତ୍ର

୧୫ ବର୍ଷୀୟ କାର୍ତ୍ତିକେୟଙ୍କ ଏପରି ଇଚ୍ଛା ଶକ୍ତି ଓ ବିରାଟ କୋହଲିଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Virat

Virat

Advertisment

ଟିମ ଇଣ୍ଡିଆର କ୍ରିକେଟର ବିରାଟଙ୍କ ପାଇଁ ପାଗଳ। କେବଳ ତାଙ୍କର ଟିକିଏ ଝଲକ ପାଇଁ ସ୍କୁଲରେ ପଢ଼ୁଥିବା ଜଣେ ୧୫ ବର୍ଷୀୟ ପିଲା କରିଛନ୍ତି ଅଜବ କାଣ୍ଡ। ସେ ବିରାଟଙ୍କୁ କେବଳ ଟିକିଏ ଦେଖିବା ପାଇଁ ଦୀର୍ଘ ୫୮ କିମି ରାସ୍ତା ସାଇକେଲ ଚଳାଇ ଆସିଛନ୍ତି। ଏଥିପାଇଁ ତାଙ୍କୁ ଲାଗିଛି ୭ ଘଣ୍ଟା।

Advertisment

୧୫ ବର୍ଷୀୟ କାର୍ତ୍ତିକେୟଙ୍କ ଏପରି ଇଚ୍ଛା ଶକ୍ତି ଓ ବିରାଟ କୋହଲିଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କାର୍ତ୍ତିକେୟଙ୍କ ଘର ଉତ୍ତର ପ୍ରଦେଶର ଉନ୍ନାଓରେ। ଆଜି ଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ବିରାଟଙ୍କୁ ଦେଖିବା ପାଇଁ କାର୍ତ୍ତିକେୟ ଷ୍ଟାଡିୟମ ଠାରୁ ୫୮ କିମି ଦୂର ଉନ୍ନାଓରୁ ସାଇକେଲ ଧରି ଆସିଛନ୍ତି।

Advertisment

ଆଜି ଭୋର ୪ଟାରୁ କାର୍ତ୍ତିକେୟ ଏକାକୀ ଉନ୍ନାଓରେ ଥିବା ତାଙ୍କ ଘରକୁ ସାଇକେଲ ଧରି ବାହାରି ଥିଲେ। ବାଟରେ କିଛି ସମୟ ବର୍ଷା ହୋଇଥିଲେ ହେଁ ବିରାଟଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବାରେ ଏହା ଆଦୌ ବାଧା ସାଜି ନଥିଲେ। ସେ ବର୍ଷା ସତ୍ତ୍ୱେ ବିରାଟଙ୍କୁ ଦେଖିବା ପାଇଁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଥିଲେ।

ଶେଷରେ ୭ ଘଣ୍ଟାର ନିରବଚ୍ଛିନ୍ନ ସାଇକେଲ ଯାତ୍ରା ପରେ ସେ ଦିନ ୧୧ଟା ବେଳେ ଷ୍ଟାଡିୟମ ନିକଟରେ ପହଞ୍ଚିଥିଲେ। ସାଇକେଲ ଚଳାଇ ଆସିଥିଲେ ମଧ୍ୟ ତାଙ୍କ ଉତ୍ସାହକୁ ଏହା ଫିକା କରିନାହିଁ। ସେ ଷ୍ଟାଡିୟମରେ ବିରାଟଙ୍କୁ ଦେଖିବାକୁ ବେଶ ଉତ୍ସାହିତ ଥିବା କହିଛନ୍ତି।

୧୦ମ ଶ୍ରେଣୀରେ ପଢ଼ୁଥିବା କାର୍ତ୍ତିକେୟ ସାଙ୍ଗରେ ଗୋଟିଏ ପାଣି ବୋତଲ ଧରି ଏତେ ବାଟ ସାଇକେଲ ଯାତ୍ରା କରିଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।

Virat Kohli Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe