Advertisment

ଭାରତ ପରାଜୟରେ ଖୁସି ହୋଇଥିବା ୭ ଛାତ୍ରଙ୍କୁ ୟୁଏପିଏ ବଳରେ ବାନ୍ଧିଲା ପୁଲିସ୍‌

ପଞ୍ଜାବର ଜଣେ ଛାତ୍ର ପ୍ରଥମେ ଏମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପଞ୍ଜାବର ଛାତ୍ର ଜଣଙ୍କ ଫାଇନାଲରେ ଭାରତର ସମର୍ଥନ କରୁଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେବା ସହ ଭାରତକୁ ସମର୍ଥନ କରୁଥିବାରୁ ଦୁର୍ବ୍ୟବହାର କରିଥିଲେ।

Team India

Team India

Advertisment

ଦୀର୍ଘ ୧୨ ବର୍ଷ ପରେ ଭାରତ ଦିନିକିଆ ବିଶ୍ୱକପ ଜିତିବାର ଅତି ନିକଟରୁ ଆସି ହାରି ଯାଇଥିଲା। ନଭେମ୍ବର ୧୯ରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ପୂରା ଦେଶବାସୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

Advertisment

ଏପରି ସ୍ଥିତିରେ ଭାରତର ପରାଜୟରେ ଖୁସି ମନାଇଥିଲେ ଜମ୍ମୁ-କଶ୍ମୀର ବିଶ୍ୱବିଦ୍ୟାଳୟର କିଛି ଛାତ୍ର। ଭାରତରେ ରହି ଭାରତ ବିରୋଧରେ ନାରାବାଜୀ କରିବା ୭ ଜଣ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଦେଶ ବିରୋଧରେ ନାରା ଦେବା ଅଭିଯୋଗରେ ପୁଲିସ୍‌ ୭ ଜଣ ଛାତ୍ରଙ୍କୁ ସଶକ୍ତ ୟୁଏପିଏ ବଳରେ ଗିରଫ କରିଛି।

ପୁଲିସ୍ କହିଛି ଯେ ଗିରଫ ଛାତ୍ରମାନେ ଶେର ଇ କଶ୍ମୀର ବିଶ୍ୱବିଦ୍ୟାଳୟରେ ପାଠପଢ଼ନ୍ତି। ସେମାନଙ୍କ ନାଁରେ ୟୁଏପିଏ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରାଯାଇଛି।

Advertisment

ପଞ୍ଜାବର ଜଣେ ଛାତ୍ର ପ୍ରଥମେ ଏମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପଞ୍ଜାବର ଛାତ୍ର ଜଣଙ୍କ ଫାଇନାଲରେ ଭାରତର ସମର୍ଥନ କରୁଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେବା ସହ ଭାରତକୁ ସମର୍ଥନ କରୁଥିବାରୁ ଦୁର୍ବ୍ୟବହାର କରିଥିଲେ। ମ୍ୟାଚ୍‌ରେ ଭାରତ ହାରିବା ପରେ କଶ୍ମୀରର ଛାତ୍ରମାନେ ଖୁସିର ଉତ୍ସବ ମନାଇଥିଲେ।

ସେମାନେ ପାକିସ୍ତାନ ସପକ୍ଷରେ ନାରାବାଜୀ ମଧ୍ୟ କରିଥିଲେ। ଏହାକୁ ନେଇ ନଭେମ୍ବର ୧୯ରେ ସାମାନ୍ୟ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଭାରତ ବିରୋଧୀ ନାରା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଥିବା ଆଜି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ୭ ଜଣ ଛାତ୍ରଙ୍କୁ ହଠାତ୍‌ ଗିରଫ କରାଯିବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି। ସେ ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଘଟଣାରେ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ନେବାକୁ ‌ଅନୁରୋଧ କରିଛନ୍ତି। ମୁଫତି କହିଛନ୍ତି, “ୟୁଏପିଏ ଆତଙ୍କବାଦୀଙ୍କ ବିରୋଧରେ ଲାଗୁ ହୁଏ। କିନ୍ତୁ ସରକାର ଏହି ଆଇନ ବଳରେ ଯୁବକ, ସାମ୍ବାଦିକ ଓ ଛାତ୍ରମାନଙ୍କୁ ଗିରଫ କରୁଛନ୍ତି।”

India Vs Australia Team India Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe