୨୧ଟି ଶତକ, ୩୯ ଅର୍ଦ୍ଧଶତକ: ତଥାପି ଟିମ ଇଣ୍ଡିଆରେ ମିଳି ନଥିଲା ସୁଯୋଗ, ଘୋଷଣା କଲେ ଅବସର

୧୦୫ ପ୍ରଥମ ଶ୍ରେଣୀ କ୍ରିକେଟରେ ୭୨୮୩ ରନ କରିଥିବା ଜ୍ୟାକସନଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୮୬।

Sheldon Jackson

ଶେଲଡନ ଜ୍ୟାକସନ

Hemant Lenka
  • Published: Tuesday, 11 February 2025
  • Updated: 11 February 2025, 08:10 PM IST

Sports

Latest News

ଘରୋଇ କ୍ରିକେଟର ଜଣାଶୁଣା ନାଁ ଶେଲଡନ ଜ୍ୟାକସନ। ସୌରାଷ୍ଟ୍ର ପାଇଁ ଖେଳୁଥିବା ଜ୍ୟାକସନ ଆଜି କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୧୫ ବର୍ଷ ଧରି ଘରୋଇ କ୍ରିକେଟ ଠାରୁ ଆରମ୍ଭ କରି ଆଇପିଏଲରେ ଜ୍ୟାକସନ ନଜର ଆସିଥିଲେ। ତାଙ୍କ ବ୍ୟାଟରୁ ୨୦ରୁ ଅଧିକ ଶତକ ଓ ପ୍ରାୟ ୪୦ଟି ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ତଥାପି ତାଙ୍କୁ ଭାରତୀୟ ଜାତୀୟ ଟିମରେ ଖେଳିବାର ସୁଯୋଗ ମିଳି ନଥିଲା। ଆଜି ଶେଷରେ ୩୮ ବର୍ଷୀୟ ଜ୍ୟାକସନ କ୍ରିକେଟକୁ ଅଲବିଦା କହିଛନ୍ତି।

ନିଜର ଶେଷ ମ୍ୟାଚ ଜ୍ୟାକସନ ଗୁଜରାଟ ବିପକ୍ଷରେ ଖେଳିଛନ୍ତି। ଚଳିତ ରଣଜୀ ସିଜିନର କ୍ୱାର୍ଟର ଫାଇନାଲରେ ସୌରାଷ୍ଟ୍ର ପାଇଁ ସେ ଗୁଜରାଟ ବିପକ୍ଷରେ ଖେଳିଛନ୍ତି। ହେଲେ ସୌରାଷ୍ଟ୍ରକୁ ଇନିଂସ ପରାଜୟ ବରଣ କରିବାକୁ ପଡ଼ିଛି। ଆଜି ସୌରାଷ୍ଟ୍ର ହାରିବା ସହ ଜ୍ୟାକସନ କ୍ରିକେଟର ସବୁ ଫର୍ମାଟକୁ ବାଏବାଏ କହିଛନ୍ତି।

Also Read

୧୦୫ ପ୍ରଥମ ଶ୍ରେଣୀ କ୍ରିକେଟରେ ୭୨୮୩ ରନ କରିଥିବା ଜ୍ୟାକସନଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୮୬। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୨୧ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ମାରିଛନ୍ତି। ୪୫ରୁ ଅଧିକ ହାରରେ ରନ କରି ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି।

ଜ୍ୟାକସନ ଜଣେ ବହୁ ପ୍ରତିଭାର କ୍ରିକେଟର। ଜଣେ ପୋଖତ ବ୍ୟାଟର ବ୍ୟତୀତ ଦମଦାର ଫିଲ୍ଡର ଭାବେ ସେ ପରିଚିତ। ସେହିପରି ସୀମିତ ଓଭର କ୍ରିକେଟରେ ସେ ସୌରାଷ୍ଟ୍ର ପାଇଁ ୱିକେଟ କିପିଂ ମଧ୍ୟ କରନ୍ତି। ତେବେ କ୍ରିକେଟର ଲମ୍ବା ଫର୍ମାଟରେ ସେ କିପିଂ କରନ୍ତି ନାହିଁ। ଦଳରେ ସାଗର ଯୋଗିୟାନିଙ୍କ ଉପସ୍ଥିତି ଯୋଗୁ ତାଙ୍କୁ କିପିଂ କରିବାକୁ ପଡ଼େ ନାହିଁ। ନିଜର ଶେଷ ମ୍ୟାଚର ପ୍ରଥମ ଇନିଂସରେ ସେ ୧୪ ଓ ଦ୍ୱିତୀୟ ଇନିଂସରେ ୨୭ ରନ କରିଛନ୍ତି। ସୌରାଷ୍ଟ୍ର ଇନିଂସ ଓ ୯୮ ରନରେ ଗୁଜରାଟ ଠାରୁ ହାରି ମଧ୍ୟ ଯାଇଛି।

ଜ୍ୟାକସନ ଏକଦା ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳିଥିଲେ। ପୂର୍ବତନ ବେଙ୍ଗଲ କ୍ରିକେଟର ଜୟଦୀପ ମୁଖାର୍ଜୀ ତାଙ୍କୁ ଦେଖିବା ପରେ ସୌରାଷ୍ଟ୍ର ପାଇଁ ଜ୍ୟାକସନ ୨୦୧୧ ଡିସେମ୍ବର ମାସରେ ରେଲବାଇ ବିପକ୍ଷରେ ଡେବ୍ୟୁ କରିଥିଲେ। ଏହାପୂର୍ବରୁ ସେ ୩ ବର୍ଷ ଧରି ନିଜ ରାଜ୍ୟ ସୌରାଷ୍ଟ୍ର ଟିମରେ ସାମିଲ ହେବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କୁ ସୁଯୋଗ ମିଳି ନଥିଲା।

୨୦୧୨-୧୩ ରଣଜୀ ସିଜିନରେ ଜ୍ୟାକସନ କର୍ଣ୍ଣାଟକା ବିପକ୍ଷ କ୍ୱାର୍ଟର ଫାଇନାଲ ଓ ପଞ୍ଜାବ ବିପକ୍ଷ ସେମି ଫାଇନାଲରେ ଶତକ ମାରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଏଥିସହ ସୌରାଷ୍ଟ୍ରକୁ ପ୍ରଥମଥର ଫାଇନାଲକୁ ନେଇ ନଥିଲେ। ଏହି ସିଜିନରେ ତାଙ୍କ ବ୍ୟାଟରୁ ୪ଟି ଅର୍ଦ୍ଧଶତକ ଓ ୩ଟି ଶତକ ଦେଖିବାକୁ ମିଳିଥିଲା।

ଦମଦାର ପ୍ରଦର୍ଶନ ଯୋଗୁ ତାଙ୍କୁ ସେହି ବର୍ଷ ଇଣ୍ଡିଆ ଏ ଟିମରେ ସୁଯୋଗ ମିଳଥିଲା। ୨୦୧୫-୧୬ ରଣଜୀ ସିଜିନରେ ସୌରାଷ୍ଟ୍ରର ପ୍ରମୁଖ ସଦସ୍ୟ ଥିଲେ ଜ୍ୟାକସନ। ତାଙ୍କ ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଜିତିବା ଦୌଡ଼ରେ ନିଜକୁ ସାମିଲ କରିପାରିଥିଲା।

ଗତ ମାସରେ ଜ୍ୟାକସନ ସୀମିତ ଓଭର କ୍ରିକେଟକୁ ଅଲବିଦା କହିଥିଲେ। ସେ ଲିଷ୍ଟ ଏର ୮୬ଟି ମ୍ୟାଚରେ ୨୭୯୨ ରନ କରିଛନ୍ତି। ୨୦୨୨ ବିଜୟ ହଜାରେ ଟ୍ରଫିରେ ସେ ୧୩୩ ରନର ଅପାରିଜ ଇନିଂସ ଖେଳିଥିଲେ। ୮୪ଟି ଟି-୨୦ ମ୍ୟାଚ୍‌ରେ ୧୮୧୨ ରନ କରିଥିଲେ। ସେ ସୀମିତ ଓଭର କ୍ରିକେଟରେ ୧୦ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story