Advertisment

'500 ଓ 501 ମଧ୍ୟରେ ଘଟିଗଲା ବହୁ ଘଟଣା...'

ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ମ୍ୟାଚ୍‌ରୁ ଓହରି ଚେନ୍ନାଇ ଚାଲି ଯାଇଥିଲେ ଅଶ୍ୱିନ।

author-image
Jitendra Garnayak
Ashwin and Prithi

Ashwin and Prithi

ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ତୃତୀୟ ଟେଷ୍ଟ ମ୍ୟାଚ୍ ରବିବାର ଶେଷ ହୋଇଛି। ଏଥିରେ ଇଂଲଣ୍ଡକୁ 434 ରନ୍‌ରେ ହରାଇଛି ଭାରତ। 4 ଦିନରେ ଏହି ମ୍ୟାଚ୍ ଶେଷ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ଟେଷ୍ଟ କ୍ୟାରିୟରର 500ତମ ଓ୍ବିକେଟ୍ ନେଇଥିଲେ। ସେହି ଦିନ ଖେଳ ଶେଷ ହେବା ପରେ ସେ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଉପସ୍ଥିତ ରହିଥିଲେ। କିନ୍ତୁ ତା' ପରେ ହଠାତ୍ ସେ ଚେନ୍ନାଇ ଚାଲି ଯାଇଥିଲେ। ଅଶ୍ୱିନ ଏହି ଟେଷ୍ଟର ବାକି ଦିନ ଗୁଡ଼ିକରେ ଉପସ୍ଥିତ ରହିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା।

Advertisment

ଫ୍ୟାମିଲି ଏମର୍ଜେନ୍ସୀ ଯୋଗୁ ଅଶ୍ୱିନ ମ୍ୟାଚ୍ ଅଧାରୁ ଓହରି ଯାଇଥିବା ବିସିସିଆଇ କହିଥିଲା। ପରେ ବିସିସିଆଇ ଉପ-ସଭାପତି ରାଜୀବ ଶୁକ୍ଳାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟରୁ ଜଣାପଡ଼ିଥିଲା ଯେ ତାଙ୍କ ମା' ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସେ ନେଇ ସବିଶେଷ ଖବର ଆସିନଥିଲା। ଅନ୍ୟପକ୍ଷରେ ମ୍ୟାଚ୍ ଅଧାରୁ ଓହରି ଯାଇଥିବା ଅଶ୍ୱିନ ଗତକାଲି ମ୍ୟାଚ୍‌ର ଚତୁର୍ଥ ଦିବସରେ ରାଜକୋଟ ଫେରି ପୁଣି ଟିମ୍‌ରେ ସାମିଲ ହୋଇଥିଲେ ଏବଂ ଗୋଟିଏ ଓ୍ବିକେଟ ନେଇଥିଲେ।

ଅଶ୍ୱିନ 501ତମ ଓ୍ବିକେଟ୍ ନେବା ପରେ ତାଙ୍କ ପତ୍ନୀ ପ୍ରୀତି ସୋଶାଲ ମିଡିଆରେ ଏକ ଭବବିହ୍ବଳ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଆମେ ଭାବିଥିଲୁ ହାଇଦ୍ରାବାଦରେ 500 ହୋଇଯିବ। କିନ୍ତୁ ତାହା ହେଲା ନାହିଁ। ଭାଇଜାଗରେ ମଧ୍ୟ ହେଲା ନାହିଁ। ତେଣୁ ମୁଁ 499ରେ ହିଁ ମିଠା ଆଣି ଘରେ ସମସ୍ତଙ୍କୁ ଦେଇଥିଲି। 500 ଆସିଲା ଓ ଶାନ୍ତିରେ ଚାଲିଗଲା। ସେ ପର୍ଯ୍ୟନ୍ତ କିଛି ହୋଇ ନଥିଲା। 500ରୁ 501 ମଧ୍ୟରେ ବହୁତ କିଛି ଘଟିଗଲା। ଆମ ଜୀବନର ତାହା ଥିଲା ସବୁଠୁ ଲମ୍ବା 48 ଘଣ୍ଟା।

Advertisment

ଏହା ସହିତ ଅଶ୍ୱିନ 500 ଓ୍ବିକେଟ ନେଇଥିବାରୁ ସେ ଗର୍ବିତ ବୋଲି ଲେଖିଛନ୍ତି ପ୍ରୀତି। ଯଦିଓ ଅଶ୍ୱିନଙ୍କ ମା'ଙ୍କ ଦେହ ଖରାପ ହୋଇଥିବା ନେଇ ସୂଚନା ମିଳିଥିଲା, ତେବେ କେଉଁ ପ୍ରକାରର ଅସୁସ୍ଥତା ଓ ତାହା କେତେ ଗମ୍ଭୀର ଥିଲା, ସେ ବିଷୟରେ କିଛି ଜଣାପଡ଼ିନାହିଁ। କିନ୍ତୁ ପ୍ରୀତିଙ୍କ ପୋଷ୍ଟରୁ ଜଣାପଡ଼ୁଛି ଯେ ସ୍ଥିତ ବଡ଼ ଜଟିଳ ହୋଇଯାଇଥିଲା ଓ ପୂରା ପରିବାର 48 ଘଣ୍ଟା ଧରି ବହୁତ ଚିନ୍ତାରେ ଥିଲେ।

Ravichandran Ashwin Prithi