Advertisment

ପାକିସ୍ତାନର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ଶଫିକ, ପ୍ରଥମଥର ଦଳ ପାଇଁ ମାରିଲେ ଛକା

ସୋମବାର ମ୍ୟାଚ୍‌ ଯାଏ ପାକିସ୍ତାନ ଚଳିତ ବିଶ୍ୱକପର ଏକମାତ୍ର ଟିମ ଭାବେ ପ୍ରଥମ ୧୦ ଓଭର୍‌ରେ କୌଣସି ଛକା ମାରିବାକୁ ସକ୍ଷମ ହୋଇ ନଥିଲା

author-image
Hemant Lenka
Abdullah Shafique

Abdullah Shafique

ଦୀର୍ଘ ସମୟ ଧରି ପାକିସ୍ତାନ କ୍ରିକେଟ ଟିମ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚେନ୍ନାଇରେ ଓପନର ଅବଦୁଲ୍ଲା ଶଫିକ ପାକିସ୍ତାନ ଟିମ କରିଥିବା ଅପେକ୍ଷାର ଅନ୍ତ ଘଟାଇଛନ୍ତି। ସେ ଚଳିତ କ୍ୟାଲେଣ୍ଡର ବର୍ଷରେ ପାକିସ୍ତାନ ପାଇଁ ପ୍ରଥମ ପାୱାର ପ୍ଲେରେ ସେ ପ୍ରଥମ ଛକା ମାରିବାର ରେକର୍ଡ କରିଛନ୍ତି। ସୋମବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶଫିକ ପ୍ରଥମ ପାୱାର ପ୍ଲେରେ ଛକା ମାରି ପାକିସ୍ତାନକୁ ଆଶ୍ୱସ୍ତ କରିଛନ୍ତି।

Advertisment

ସୋମବାର ମ୍ୟାଚ୍‌ ଯାଏ ପାକିସ୍ତାନ ଚଳିତ ବିଶ୍ୱକପର ଏକମାତ୍ର ଟିମ ଭାବେ ପ୍ରଥମ ୧୦ ଓଭର୍‌ରେ କୌଣସି ଛକା ମାରିବାକୁ ସକ୍ଷମ ହୋଇ ନଥିଲା। ଏହି ତାଲିକାର ୧ ନଂ ସ୍ଥାନରେ ୪୬ଟି ଛକା ସହ ଭାରତ ଥିବା ବେଳେ ଅଧିନାୟକ ରୋହିତ ଶର୍ମା ଏକାକୀ ୩୫ଟି ଛକା ମାରିବାର ରେକର୍ଡ କରିଛନ୍ତି।

ପାକିସ୍ତାନ ପ୍ରଥମ ପାୱାର ପ୍ଲେରେ ଛକା ନ ମାରିବାର ଧାରା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଯାଏ ଚାଲିଥିଲା। ଶେଷରେ ଶଫିକ ୧୧୬୯ ବଲ ପରେ ପାକିସ୍ତାନ ପାଇଁ ଛକା ମାରିଛନ୍ତି। ସେ ମ୍ୟାଚ୍‌ର ୫ମ ଓଭର୍‌ରେ ନବୀନ ଉଲ ହକଙ୍କୁ ପୁଲ ମାରି ବଲ୍‌କୁ ବାଉଣ୍ଡରୀ ବାହାରକୁ ପଠାଇବାକୁ ସକ୍ଷମ ହୋଇଥିଲେ।

Advertisment

ସେ ୮ମ ଓଭର୍‌ରେ ମଧ୍ୟ ଆଉ ଗୋଟିଏ ଛକା ମାରିଥିଲେ। ଆଫଗାନ ସ୍ପିନର ମୁଜୀବ ଉର ରହମାନଙ୍କୁ ଷ୍ଟେପ ଆଉଟ କରି ସେ ପାକିସ୍ତାନ ପାଇଁ ଦ୍ୱିତୀୟ ଛକା ମାରିଥିଲେ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ପାଇଁ ଶଫିକ ଆଜି ୫୮ ରନର ଇନିଂସ ଖେଳିଛନ୍ତି। ସେ ୫୮ ରନ କରିବା ପରେ ନୁର ଅହମଦଙ୍କ ବଲରେ ଆଉଟ ହୋଇଯାଇଛନ୍ତି।

Pakistan ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC