Advertisment

ବିସିସିଆଇ କଥା ମାନିବ ଆଇସିସି, ପାକିସ୍ତାନ ଯିବନି ଟିମ ଇଣ୍ଡିଆ!

ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ସବୁ କିଛି ଆଇସିସି ଉପରେ ଛାଡ଼ି ଦେଇଛି। ଆଇସିସି ପକ୍ଷରୁ ବିସିସିଆଇକୁ ବୁଝାସୁଝା କରି ପାକିସ୍ତାନକୁ ଭାରତୀୟ ଟିମ ପଠାଉ ବୋଲି ପିସିବି ଚାହୁଁଛି।

author-image
Hemant Lenka
PCB

PCB

ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ଚାଲିଥିବେ ବିବାଦରେ ନୂଆ ଖବର ସାମ୍ନାକୁ ଆସିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନର ଅଧିକାର ପାଇଥିବା ବେଳେ ଏବେ ଭାରତୀୟ ଟିମର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। ନିକଟରେ ଶ୍ରୀଲଙ୍କାର କଲମ୍ବୋରେ ଆଇସିସିର ବାର୍ଷିକ ସମ୍ମିଳନୀ ବସିଥିଲା। ଏହି ବୈଠକରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ କିଛି ଆଲୋଚନା ହୋଇଛି।

Advertisment

ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ସବୁ କିଛି ଆଇସିସି ଉପରେ ଛାଡ଼ି ଦେଇଛି। ଆଇସିସି ପକ୍ଷରୁ ବିସିସିଆଇକୁ ବୁଝାସୁଝା କରି ପାକିସ୍ତାନକୁ ଭାରତୀୟ ଟିମ ପଠାଉ ବୋଲି ପିସିବି ଚାହୁଁଛି। କିନ୍ତୁ ଆଇସିସି ଅଲଗା ମୁଡରେ ରହିଛି।

ବିସିସିଆଇ କଥା ମାନିବା ସପକ୍ଷରେ ଆଇସିସି ରହିଥିବା ଜଣାପଡ଼ିଛି। ଏଥିସହ ଏସିଆ କପ ଭଳି ଚାମ୍ପୟନ୍ସ ଟ୍ରଫିରେ ମଧ୍ୟ ଆଇସିସି ହାଇବ୍ରିଡ ମଡେଲ ଆପଣାଇ ପାରେ। ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଅତିରିକ୍ତ ବଜେଟର ବ୍ୟବସ୍ଥା କରିଛି। ଯଦି ବିସିସିଆଇ ତା’ର ଟିମକୁ ପାକିସ୍ତାନକୁ ପଠାଇବ ନାହିଁ, ତା’ହେଲେ ଆଇସିସି ହାଇବ୍ରିଡ ମଡେଲରେ ଭାରତର ମ୍ୟାଚ୍‌ ଗୁଡ଼ିକ ୟୁଏଇ କିମ୍ବା ଶ୍ରୀଲଙ୍କାରେ ଆୟୋଜନ କରିବ। ଏଥିପାଇଁ ଅତିରିକ୍ତ ବଜେଟର ବ୍ୟବସ୍ଥା ହୋଇଥିବା କୁହାଯାଉଛି। 

Advertisment

ପିସିବି ସୂତ୍ର ଅନୁସାରେ, କଲମ୍ବୋରେ ହୋଇଥିବା ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫି ବଜେଟକୁ ଅନୁମୋଦନ ମିଳିଛି। ହେଲେ ପିସିବି ଦେଇଥିବା ପ୍ରାରମ୍ଭିକ ସେଡ୍ୟୁଲ କିମ୍ବା ଫର୍ମାଟ ଉପରେ ଆଦୌ ଆଲୋଚନା ହୋଇନାହିଁ।

ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପାଇଁ ଆବଶ୍ୟକ ପଦକ୍ଷେପ ଏବେ ପାକିସ୍ତାନ ଆପଣାଇବ। ପିସିବି ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଫର୍ମାଟ ଓ ସେଡ୍ୟୁଲ ସହ ବଜେଟ ଆଇସିସି ନିକଟରେ ଦାଖଲ କରାଯାଇ ସାରିଛି।

ଏବେ ଆଇସିସି ବିଭିନ୍ନ ସଦସ୍ୟ ବୋର୍ଡ ସହ ଏହା ଉପରେ ଆଲୋଚନା କରିବ ଓ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ପିସିବି ପ୍ରସ୍ତୁତ କରିଥିବା ଡ୍ରାଫ୍ଟ ଅନୁସାରେ ଭାରତର ସବୁ ମ୍ୟାଚ୍‌ ଲାହୋରରେ ଅନୁଷ୍ଠିତ ହେବ। ଭାରତ ଯଦି ସେମି ଓ ଫାଇନାଲ ଖେଳିବ, ସେହି ମ୍ୟାଚ ମଧ୍ୟ ଲାହୋରରେ ହିଁ ଖେଳାଯିବ ବୋଲି ଏହି ସୂତ୍ରରେ କୁହାଯାଇଛି।

Pakistan ICC India Vs Pakistan