Advertisment

ଯୁବରାଜଙ୍କ ମା’ଙ୍କୁ ବ୍ଲାକମେଲ୍‌ ଧମକ; ୪୦ ଲକ୍ଷ ମାଗି ଫସିଲେ ମହିଳା

ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗିଥିବା ଜଣେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୁଲିସ୍‌।

author-image
Niharika Rout
Yuvraj Singh & Mother Shabnam

Yuvraj Singh & Mother Shabnam

ଭାରତୀୟ ଟିମ୍‌ର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ପରିବାରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗିଥିବା ଜଣେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୁଲିସ୍‌। ଏକ ମିଥ୍ୟା କେସ୍‌ରେ ଫସାଇବାର ଧମକ ଦେଇ ମହିଳାଜଣକ ଶବନମଙ୍କୁ ମୋଟା ଅଙ୍କର ଅର୍ଥ ମାଗିଥିଲେ। ମାତ୍ର ଟଙ୍କା ଭର୍ତ୍ତି ବ୍ୟାଗ ସହ ପୁଲିସ୍‌ ତାଙ୍କୁ କାବୁ କରିବାରେ ସଫଳ ହୋଇଛି।

Advertisment

ଅଭିଯୁକ୍ତ ମହିଳାଜଣକ ହେମା କୌଶିକ ଓରଫ ଡିମ୍ପି ବୋଲି ଜଣାଯାଇଛି। ଯୁବରାଜଙ୍କ ସାନ ଭାଇ ଜୋରାବର ସିଂ ମାନସିକ ଅବସାଦରେ ଆ ଆକ୍ରାନ୍ତ ଥିବାରୁ ତାଙ୍କ ଯତ୍ନ ନେବାକୁ ଡିମ୍ପିଙ୍କୁ ତାଙ୍କ ଘରେ ନିଯୁକ୍ତି ମିଳିଥିଲା। ମାତ୍ର ତାଙ୍କ ବ୍ୟବହାର ଠିକ୍‌ ନ ଲାଗିବାରୁ ପ୍ରାୟ ୧୫ ଦିନ ପରେ ଶବନମ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ।

ଏହାପରେ ଡିମ୍ପି ଶବନମଙ୍କ ନିକଟକୁ ଫୋନ୍‌ କରି ୪୦ ଲକ୍ଷ ଟଙ୍କା ନ ଦେଲେ ତାଙ୍କ ପରିବାର ଉପରେ ମିଥ୍ୟା ଆରୋପ ଲଗାଇ ଥାନାରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ମାତ୍ର ଏତେ ଟଙ୍କା ସଙ୍ଗେ ସଙ୍ଗେ ଯୋଗାଡ଼ କରିବା ସମ୍ଭବପର ନୁହେଁ କହି ପ୍ରଥମେ ୫ ଲକ୍ଷ ଦେବାକୁ ରାଜି ହୋଇଥିଲେ ଶବନମ ।

Advertisment

ଏହାପରେ ୫ ଲକ୍ଷ ଟଙ୍କା ନେବାକୁ ଡିମ୍ପି ଶବନମଙ୍କ ଘରକୁ ଆସିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ପୁଲିସ୍‌ ତାଙ୍କୁ ଟଙ୍କା ସହ ମାଡ଼ି ବସିଲା। ଏହାପରେ ପୁଲିସ୍‌ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।

Cricket Delhi Police