Advertisment

ଆଉ କ୍ରିକେଟ ଖେଳିବେନି ଏବି ଡିଭିଲିୟର୍ସ, ଆଇପିଏଲକୁ ବି କହିଲେ ଅଲବିଦା

ଡର୍ବାନ: କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଅଲବିଦା କହିଛନ୍ତି ଷ୍ଟାର ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସ। ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଆଇପିଏଲ ସହ ଅନ୍ୟ ସବୁ ପ୍ରକାରର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ। ଆଜି ସେ ଟ୍ୱିଟ ଯୋଗେ କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହାର ଅର୍ଥ ୨୦୨୨ ଠାରୁ ଏବି ଡିଭିଲିୟର୍ସଙ୍କୁ ଆଉ ଆଇପିଏଲରେ ବି ଦେଖିବାକୁ ମିଳିବନି। ୩୭ ବର୍ଷୀୟ ଏବି ଡିଭିଲିୟର୍ସ […]

author-image
Hemant Lenka
ଅଦ୍ୟତନ ହୋଇଛି
ଆଉ କ୍ରିକେଟ ଖେଳିବେନି ଏବି ଡିଭିଲିୟର୍ସ, ଆଇପିଏଲକୁ ବି କହିଲେ ଅଲବିଦା

ABD

ଡର୍ବାନ: କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଅଲବିଦା କହିଛନ୍ତି ଷ୍ଟାର ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସ। ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଆଇପିଏଲ ସହ ଅନ୍ୟ ସବୁ ପ୍ରକାରର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ। ଆଜି ସେ ଟ୍ୱିଟ ଯୋଗେ କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହାର ଅର୍ଥ ୨୦୨୨ ଠାରୁ ଏବି ଡିଭିଲିୟର୍ସଙ୍କୁ ଆଉ ଆଇପିଏଲରେ ବି ଦେଖିବାକୁ ମିଳିବନି।

Advertisment

୩୭ ବର୍ଷୀୟ ଏବି ଡିଭିଲିୟର୍ସ ମିଷ୍ଟର ୩୬୦ ଭାବେ ପରିଚିତ। ସେ ଦୀର୍ଘ ୧୭ ବର୍ଷ ହେଲା କ୍ରିକେଟ ଖେଳି ଆସୁଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଏବିଡି ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ଟି-୨୦ ଖେଳିଛନ୍ତି। ଅଲବିଦେ ସମ୍ପର୍କରେ ଡିଭିଲିୟର୍ସ କହିଛନ୍ତି, “ଏହା ଏକ ଅଭୂତପୂର୍ବ ଯାତ୍ରା ଥିଲା। କିନ୍ତୁ ମୁଁ ସବୁ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହି ଦୀର୍ଘ ଦିନର ଯାତ୍ରା ମଧ୍ୟରେ ମୋ ସହ ରହିଥିବା ସବୁ ଖେଳାଳି, ସଦସ୍ୟ ଓ କୋଚମାନଙ୍କୁ ଧନ୍ୟବାଦ ଜଣାଉଛି।

ମୁଁ କ୍ରିକେଟକୁ ଉପଭୋଗ କରିଥିଲି। କିନ୍ତୁ ଏବେ ୩୭ ବର୍ଷ ବୟସରେ ମୋ ଶରୀରରେ ମୋତେ ସେତେଟା ଭଲ କରିବାକୁ ଅନୁମତି ଦେଉନି। ମୁଁ ଭଲ ଭାବେ ଜାଣିଛି ଯେ ମୋ ପରିବାର, ମୋ ଭାଇ, ମୋ ପତ୍ନୀ ଡାନିଲେ ଓ ମୋ ପିଲାଙ୍କ ତ୍ୟାଗ ବିନା ଏହା କେବେ ହେଲେ ସଫଳ ହୋଇ ନଥାଆନ୍ତା।

Advertisment

ଆମ ଜୀବନର ନୂଆ ଅଧ୍ୟାୟରେ ମୁଁ ସେମାନଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବି। କ୍ରିକେଟ ସବୁବେଳେ ମୋ ସହ ରହିଛି। ଟାଇଟନ୍ସ, ଦକ୍ଷିଣ ଆଫ୍ରିକା, ଆଇପିଏଲ କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ମୁଁ ଖେଳିବା ବେଳେ ଅନେକ ଅଭିଜ୍ଞତା ପାଇଛି। ଏଥିପାଇଁ ମୁଁ ସବୁବେଳେ କୃତଜ୍ଞ ହୋଇ ରହିବି।

ଆରସିବି ସବୁବେଳେ ମୋର ଓ ପରିବାରର ଅତ୍ୟନ୍ତ ଘନିଷ୍ଠ। ଆରସିବି ସହ ମୋର ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି। ଏହି ଟିମକୁ ଆମେ ସବୁବେଳେ ସମର୍ଥନ କରିବୁ। ମୁଁ ସବୁବେଳେ ଆରସିବିଆନ ହୋଇ ରହିବି।”

ଏବି ଡିଭିଲିର୍ସ ଆରିସିବି ପାଇଁ ୧୪୯ଟି ମ୍ୟାଚ୍‌ ଖେଳି ୪,୪୯୧ ରନ କରିଛନ୍ତି। ସେ ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ରନ କରିଥିବା ଖେଳାଳି।

Cricket AB De Villiers