Advertisment

୧ ବଲରେ ଦରକାର ଥିଲା ୩ ରନ: ଡିଭିଲିୟର୍ସଙ୍କ ଯୋଗୁ ଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା, ଦେଖନ୍ତୁ ଭିଡିଓ

ଶେଷ ବଲରେ ଦଳକୁ ୩ ରନ ଦରକାର ଥିବା ବେଳେ ଏବି ଡିଭିଲିୟର୍ସ ଗୋଟିଏ ଚମତ୍କାର ଥ୍ରୋ କରିଥିଲେ। ବାସ ଏହି ଥ୍ରୋ ଯୋଗୁ ଦକ୍ଷିଣ ଆଫ୍ରିକା ୧ ରନରେ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଛି।

author-image
Hemant Lenka
AB De Villiers

AB De Villiers

ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡ୍ସ (WCL)ରେ ଦକ୍ଷିଣ ଆଫ୍ରିକା ଚାମ୍ପିୟନ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଗୁରୁବାର ଖେଳା ଯାଇଥିବା ଦ୍ୱିତୀୟ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ଚାମ୍ପିୟନ ମାତ୍ର ୧ ରନରେ ଅଷ୍ଟ୍ରେଲିଆ ଚାମ୍ପିୟନକୁ ହରାଇ ଦେଇଛି। ଏଜବାଷ୍ଟନରେ ନାଟକୀୟ ବିଜୟ ସହ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଭାରତୀୟ ସମୟ ରାତି ୯ଟାରେ ପାକିସ୍ତାନ ବିପକ୍ଷରେ ଦଳ ଫାଇନାଲ ମ୍ୟାଚ ଖେଳିବ।

Advertisment

ସେମି ଫାଇନାଲରେ ଅଷ୍ଟ୍ରେଲିଆ ୧୮୭ ରନର ପିଛା କରୁଥିଲା। ଶେଷ ବଲରେ ଦଳକୁ ୩ ରନ ଦରକାର ଥିବା ବେଳେ ଏବି ଡିଭିଲିୟର୍ସ ଗୋଟିଏ ଚମତ୍କାର ଥ୍ରୋ କରିଥିଲେ। ବାସ ଏହି ଥ୍ରୋ ଯୋଗୁ ଦକ୍ଷିଣ ଆଫ୍ରିକା ୧ ରନରେ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଛି।

ଗୋଟିଏ ବଲରେ ୩ ରନ ଦରକାର ଥିବା ବେଳେ ୱାୟନେ ପାର୍ଣ୍ଣେଲ ୟର୍କର ପକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଷ୍ଟ୍ରାଇକରେ ଥିବା ଡାନ କ୍ରିଷ୍ଟିଆନ ଏହାକୁ ଫୁଲଟସରେ ବଦଳାଇ ଲଙ୍ଗଅନ ଅଞ୍ଚଳରେ ମାରିଥିଲେ।

Advertisment

ଶଟ ମାରିବା ପରେ କ୍ରିଷ୍ଟିଆନ ଓ ନାଥନ କୁଲଟର ନାଇଲ ଦୁଇ ରନ ନେବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ଉଦ୍ଦେଶ୍ୟ ଥିଲା ସ୍କୋରକୁ ସମାନ କରି ମ୍ୟାଚ୍‌କୁ ବୋଲ ଆଉଟକୁ ନେବା। କିନ୍ତୁ ଡିଭିଲିୟର୍ସ ରକେଟ ବେଗରେ ବଲକୁ ଧରିବା ସହ ତା’ ଠାରୁ ଅଧିକ ଜୋରରେ ବାଉଣ୍ଡରୀ ପାଖରୁ ଥ୍ରୋ କରିଥିଲେ। ଥ୍ରୋ ଏତେ ତୀକ୍ଷ୍ଣ ଥିଲା ଯେ ଏହାକୁ ବେଶ ସହଜରେ ପାର୍ଣ୍ଣେଲ ଧରିବା ସହ ବେଲ ଖସାଇ ଦେଇଥିଲେ। ଫଳରେ କୁଲଟର ନାଇଲଙ୍କୁ ରନ ଆଉଟ ହେବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଆଫ୍ରିକାର ୧୮୬ ଠାରୁ ୧ ରନ ପଛରେ ରହି ଯାଇଥିଲା।

ଏହାପୂର୍ବରୁ WCLର ପ୍ରଥମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା। ପ୍ରକୃତରେ ଭାରତ ଓ ପାକିସ୍ତାନ ମଧ୍ୟରେ WCL ସେମି ଫାଇନାଲ ହେବାର ଥିଲା। କିନ୍ତୁ ସୀମା ପାର ବିବାଦ ଯୋଗୁ ଭାରତୀୟ ଖେଳାଳି ପାକିସ୍ତାନ ସହ ମ୍ୟାଚ୍‌ ଖେଳିବାକୁ ମନା କରି ଦେଇଥିଲେ। ଏଥିଯୋଗୁ ବିନା ମ୍ୟାଚ୍‌ରେ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲେ। ଏବେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି।

AB De Villiers WCL