Advertisment

ଭାରତ ହାରିବାରୁ ଉତ୍ସାହିତ ହେଲେ ଅବଦୁଲ ରଜାକ, କହିଲେ ଏମିତି କଥା

କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରି ଅବଦୁଲ ରଜାକ କ୍ଷମା ମାଗିଥିଲେ।

Abdul Razzaq

Abdul Razzaq

Advertisment

ଭାରତୀୟ କ୍ରିକେଟରଙ୍କ ସମ୍ପର୍କରେ ଅରୁଚିକର ବୟାନ ଦେବା ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ସେ ଘୃଣାରେ ହେଉ କି ଈର୍ଷାରେ ହେଉ ସେମାନେ ନିୟମିତ ଭାରତୀୟ କ୍ରିକେଟ ସମ୍ପର୍କରେ ବୟାନ ଦେଇଥାଆନ୍ତି। ଏହିକ୍ରମରେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ ପୁଣି ଭାରତୀୟ କ୍ରିକେଟ ଟିମ ସମ୍ପର୍କରେ ଅବାନ୍ତର ବୟାନ ଦେଇଛନ୍ତି।

Advertisment

ଭାରତ ବିଶ୍ୱକପ ଫାଇନାଲରେ ହାରିଥିବାରୁ ସେ ବେଶ ଖୁସି ଅନୁଭବ କରିଛନ୍ତି। ଏଥିସହ ଭାରତ ହାରିବା ସହ କ୍ରିକେଟର ବିଜୟ ହୋଇଥିବା ମଧ୍ୟ ସେ କହିବାକୁ ପଛାଇ ନାହାନ୍ତି।

କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରି ଅବଦୁଲ ରଜାକ କ୍ଷମା ମାଗିଥିଲେ। ଏବେ ପୁଣି ସେ ଭାରତୀୟ କ୍ରିକେଟ ସମ୍ପର୍କରେ ନକାରାତ୍ମକ ବୟାନ ଦେଉଥିବା ବେଳର ଭିଡିଓ ସାମ୍ନା ଆସିଛି।

Advertisment

ବିଶ୍ୱକପ ଫାଇନାଲ ପୂର୍ବରୁ ଭାରତ ଅପରାଜେୟ ଥିଲା। ସମସ୍ତ ୧୦ ମ୍ୟାଚ୍‌ରେ ଭାରତ ତା’ର ଦବଦବା ଦେଖାଇ ପ୍ରତିପକ୍ଷ ଟିମକୁ ଘାଇଲା କରିଥିଲା। କିନ୍ତୁ ଫାଇନାଲ ମ୍ୟାଚରେ ଦଳକୁ ଅଷ୍ଟ୍ରେଲିଆ ଠାରୁ ହାରିବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ବିଜୟ ସମ୍ପର୍କରେ ଅବଦୁଲ ରଜାକ ଗୋଟିଏ କାର୍ଯ୍ୟକ୍ରମରେ ମତ ରଖିବା ବେଳେ ଭାରତ ବିରୋଧରେ ବିଷ ଓକାରିଛନ୍ତି।

ସେ କହିଛନ୍ତି, “କ୍ରିକେଟ ଜିତିଛି ଓ ଭାରି ହାରିଛି। ଯଦି ଭାରତ ବିଶ୍ୱକପ ଜିତି ନେଇଥଆନ୍ତା, ତା’ହେଲେ କ୍ରିକେଟ ଜଗତ ପାଇଁ ଗୋଟିଏ ଦୁଃଖର ମୁହୂର୍ତ୍ତ ଆସି ଯାଇଥାଆନ୍ତା। ସେମାନେ ନିଜର ଫାଇଦା ପାଇଁ ପରିବେଶକୁ ବ୍ୟବହାର କରୁଥିଲେ। ସେହିପରି ଆଇସିସିର କୌଣସି ଫାଇନାଲରେ ଏତେ ଖରାପ ପିଚ୍‌ର ବ୍ୟବହାର କରାଯିବା ମୁଁ କେବେ ହେଲେ ପୂର୍ବରୁ ଦେଖି ନଥିଲି। ତଥାପି ଭାରତ ହାରିଛି। ଭାରତ ହାରିଥିବାରୁ ଏହା କ୍ରିକେଟ ପାଇଁ ଗୋଟିଏ ଭଲ ଖବର।”

ଅବଦୁଲ ରଜାକ ଆହୁରି କହିଛନ୍ତି, “ଯଦି ଭାରତ ଜିତି ଥାଆନ୍ତା, ତା’ହେଲେ ଆମ ସମସ୍ତଙ୍କୁ ଖରାପ ଲାଗି ଥାଆନ୍ତା। କାରଣ ସେମାନେ କଣ୍ଡିସନକୁ ବ୍ୟବହାର କରୁଥିଲେ। ଗୋଟିଏ ସେମି ଫାଇନାଲରେ ୪୦୦ ରନ ହେଉଥିବା ବେଳେ ପ୍ରତିପକ୍ଷ ଟିମ ୩୫୦ ରନ କରୁଛି। କିନ୍ତୁ ଆଉ ଗୋଟିଏ ସେମି ଫାଇନାଲରେ ୨୨୦-୨୩୦ ହେଉଛି। ଏହାପରେ ଫାଇନାଲା ମାତ୍ର ୨୪୦ ରନ ହୋଇଥିଲା।

ଏହାର ଅର୍ଥ କଣ୍ଡିସନରେ କିଛି ଭୁଲ ରହିଛି। ଆଇସିସି ଟୁର୍ଣ୍ଣାମେଣ୍ଟରେ ନିରପେକ୍ଷ ପିଚ୍‌ ପ୍ରସ୍ତୁତ କରାଯିବା ଦରକାର। କିନ୍ତୁ ଫାଇନାଲରେ ଭାରତ ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲା। ଯଦି ବିରାଟ କୋହଲି ଶତକ ମାରିଥାଆନ୍ତେ, ତା’ହେଲେ ଭାରତ ବିଶ୍ୱକପ ଜିତି ନେଇଥାଆନ୍ତା। ଏଥିପାଇଁ ପୂରା ପ୍ରସ୍ତୁତି କରାଯାଇଥିଲା।”

ତେବେ ରଜାକଙ୍କ ଏପରି ବୟାନକୁ ବିଭିନ୍ନ ମହମଲରେ ନିନ୍ଦା କରାଯାଇଛି। ଭାରତର ସଫଳତାର ଈର୍ଷାନ୍ୱିତ ହୋଇ ସେ ଏପରି ଟିପ୍ପଣୀ କରିଥିବା ଅନେକ କହିଛନ୍ତି। 

Pakistan Indian Cricket Team Cricket Abdul Razzaq
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe