Advertisment

ଦ୍ୱିତୀୟ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ, ଜିମ୍ବାୱେକୁ ୨୩୫ ରନର ଟାର୍ଗେଟ

୨୪ ଘଣ୍ଟା ତଳେ ଜିମ୍ବାୱେ ଠାରୁ ଅପ୍ରତ୍ୟାଶିତ ଢଙ୍ଗରେ ହାରି ଯାଇଥିବା ଭାରତ ଆଜିର ମ୍ୟାଚ୍‌ରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୩୪ ରନ କରିଛି। ଏବେ ଜିମ୍ବାୱେକୁ ଘରୋଇ ପିଚ୍‌ ହରାରରେ ଜିତିବା ପାଇଁ ବିଶାଳ ୨୩୫ ରନ କରିବାକୁ ପଡ଼ିବ।

author-image
Hemant Lenka
Abhishek

Abhishek

ଡେବ୍ୟୁ ମ୍ୟାଚ୍‌ରେ ଖାତା ଖୋଲି ପାରି ନଥିଲେ। ହେଲେ ଦ୍ୱିତୀୟ ଟି-୨୦ରେ କମାଲ କରିଛନ୍ତି ୨୩ ବର୍ଷୀୟ ଅଭିଷେକ ଶର୍ମା। ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସେ ୪୭ ବଲରେ ଖେଳିଛନ୍ତି ବିସ୍ଫୋରକ ୧୦୦ ରନର ଇନିଂସ। ତାଙ୍କ ସହ ତାଳ ଦେଇ ଋତୁରାଜ ଗାଏକ୍ୱାଡ ଓ ରିଙ୍କୁ ସିଂହ ମଧ୍ୟ ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି।

Advertisment

ଗାଏକ୍ୱାଡ ୭୭ ଓ ରିଙ୍କୁ ଅପରାଜିତ ୪୮ ରନର ଇନିଂସ ଖେଳିଛନ୍ତି। ଫଳରେ ୨୪ ଘଣ୍ଟା ତଳେ ଜିମ୍ବାୱେ ଠାରୁ ଅପ୍ରତ୍ୟାଶିତ ଢଙ୍ଗରେ ହାରି ଯାଇଥିବା ଭାରତ ଆଜିର ମ୍ୟାଚ୍‌ରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୩୪ ରନ କରିଛି। ଏବେ ଜିମ୍ବାୱେକୁ ଘରୋଇ ପିଚ୍‌ ହରାରରେ ଜିତିବା ପାଇଁ ବିଶାଳ ୨୩୫ ରନ କରିବାକୁ ପଡ଼ିବ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆରମ୍ଭରୁ ଅଧିନାୟକ ଶୁବମନ ଗିଲଙ୍କୁ ହରାଇଥିଲା। ସେ ମାତ୍ର ୨ ରନ କରି ଇନିଂସର ଦ୍ୱିତୀୟ ଓଭରରେ ଆଉଟ ହୋଇଯାଇଥିଲେ। ହେଲେ ନିଜ ଟି-୨୦ କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍‌ ଖେଳୁଥିବା ଅଭିଷେକ ଆଜି ଅଲଗା ମୁଡରେ ଥିଲେ। ସେ ଗାଏକ୍ୱାଡଙ୍କୁ ସାଥୀ କରି ବଡ଼ବଡ଼ ଶଟ ଖେଳିବାରେ ଲାଗିଥିଲେ।

Advertisment

ଗତକାଲି ଡେବ୍ୟୁ ମ୍ୟାଚରେ ଅଭିଷେକ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ହେଲେ ଆଜି ସେ ବଡ଼ବଡ଼ ଶଟ ଖେଳି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗାଏକ୍ୱାଡଙ୍କ ସହ ମିଶି ଦ୍ରୁତଗତିରେ ଦଳୀୟ ସ୍କୋରକୁ ମଧ୍ୟ ଆଗକୁ ନେଇଥିଲେ। ଏଥିସହ ଫାଇନ ଲେଗ ଅଞ୍ଚଳରେ ଛକା ମାରି ନିଜ ଟି-୨୦ କ୍ୟାରିୟରର ପ୍ରଥମ ଶତକ ୪୬ ବଲରେ ହାସଲ କରିଥିଲେ।

ତେବେ ପରବର୍ତ୍ତୀ ବଲରେ ୱେଲଙ୍ଗିଟନ ମାସାକାଜା ତାଙ୍କୁ ଆଉଟ କରି ଦେଇଥିଲେ। ଅଭିଷେକ ତାଙ୍କର ବିସ୍ଫୋରକ ଇନିଂସରେ ୮ଟି ଛକା ଓ ୭ଟି ଚୌକା ମାରିଛନ୍ତି।

ଅଭିଷେକ ଆଉଟ ହେବା ପୂର୍ବରୁ ଗାଏକ୍ୱାଡଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୧୩୭ ରନ ଯୋଡ଼ିଥିଲେ। ସେ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୪୭ ରନ ହୋଇଥିଲା। ଏହାପରେ ବେଶ ସତର୍କତାର ସହ ବ୍ୟାଟିଂ କରୁଥିବା ଗାଏକ୍ୱାଡ ତାଙ୍କ ଗିୟର ବଦଳାଇଥିଲେ। ତାଙ୍କୁ ରିଙ୍କୁ ସିଂହ ସାଥ ଦେଇଥିଲେ। ସେ ବଡ଼ବଡ଼ ଶଟ ଖେଳି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଏହାପରେ ସେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ଜିମ୍ବାୱେର କୌଣସି ବୋଲର ତାଙ୍କୁ ଆଉଟ କରିବାକୁ ସକ୍ଷମ ହୋଇ ନଥିଲେ। ରିଙ୍କୁ ସିଂହ ମଧ୍ୟ ପଛରେ ପଡ଼ି ନଥିଲେ। ସେ ମଧ୍ୟ ସୁଯୋଗ ଦେଖି ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ଏଥିସହ ୧୯ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୨୧୩ ରନରେ ପହଞ୍ଚାଇ ଦେଇଥିଲେ।

ଶେଷ ଓଭର ନେଇ ଆସିଥିଲେ ଲୁକେ ଜୋଙ୍ଗ‌ୱେ। ତାଙ୍କର ପ୍ରଥମ ବଲରେ ଗାଏକ୍ୱାଡ ଚୌକା ମାରିଥିଲେ। ପରବର୍ତ୍ତୀ ବଲରେ ସେ ୧ରନ ନେଇଥିଲେ। ବାକି ୪ଟି ବଲରୁ ରିଙ୍କୁ ସିଂହ ଦୁଇଟି ଛକା ଓ ଗୋଟିଏ ଚୌକା ମାରି ଦଳୀୟ ସ୍କୋରକୁ ୨୩୪ ରନରେ ପହଞ୍ଚାଇ ଦେଇଥିଲେ।

ରିଙ୍କୁ ସିଂହ ୨୨ ବଲରେ ୫ଟି ଛକା ଓ ୨ଟି ଚୌକା ବଳରେ ୪୮ ଓ ଗାଏକ୍ୱାଡ ୪୭ ବଲରେ ଗୋଟିଏ ଛକା ଓ ୧୧ଟି ଚୌକା ବଳରେ ଅପରାଜିତ ୭୭ ରନ କରିଛନ୍ତି।

T20 Match T20 Cricket Abhishek Sharma INDVsZIM