Advertisment

T20 World Cup: ଟି-୨୦ ବିଶ୍ୱକପ ଫାଇନାଲ: ଧୂଆଁଧାର ଅର୍ଦ୍ଧଶତକ ପରେ ଅଭିଷେକ ଶର୍ମା ଆଉଟ

ଟସ୍‌ ହାରି ଅହମଦାବାଦରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଦ୍ରୁତ ଆରମ୍ଭ ଦେଇଥିଲେ। ଉଭୟ ପାୱାର ପ୍ଲେ ଅର୍ଥାତ ୬ ଓଭରରେ ୯୨ ରନ ଯୋଡ଼ିଥିଲେ।

author-image
Hemant Lenka
abhisekh

ଅଭିଷେକ ଶର୍ମା

T20 World Cup: ଟି-୨୦ ବିଶ୍ୱକପ ଫାଇନାଲରେ ଭାରତକୁ ଲାଗିଛି ପ୍ରଥମ ଝଟକା। ଧୂଆଁଧାର ଅର୍ଦ୍ଧଶତକ ମାରିବା ପରେ ଆଉଟ ହୋଇ ଯାଇଛନ୍ତି ଓପନର ଅଭିଷେକ ଶର୍ମା। ଚଳିତ ବିଶ୍ୱକପ ସାରା ଅଭିଷେକ ଶର୍ମାଙ୍କ ବ୍ୟାଟ ଚୁପ ରହିଥିଲା। କିନ୍ତୁ ଫାଇନାଲରେ ସେ ନିଜର ଜଲୱା ଦେଖାଇଛନ୍ତି। ସେ ମାତ୍ର ୧୮ ବଲରେ ଅର୍ଦ୍ଧଶତକ ଓ ଏହାପରେ ୨୧ ବଲରେ ୫୨ ରନ କରି ଆଉଟ ହୋଇଛନ୍ତି। ତାଙ୍କ ୱିକେଟ ରଚିନ ରବୀନ୍ଦ୍ର ନେଇଛନ୍ତି। 

Advertisment

ଟସ୍‌ ହାରି ଅହମଦାବାଦରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଦ୍ରୁତ ଆରମ୍ଭ ଦେଇଥିଲେ। ଉଭୟ ପାୱାର ପ୍ଲେ ଅର୍ଥାତ ୬ ଓଭରରେ ୯୨ ରନ ଯୋଡ଼ିଥିଲେ। କିନ୍ତୁ ୮ମ ଓଭରରେ ଅଭିଷେକ ଶର୍ମା ଆଉଟ ହୋଇଛନ୍ତି। ଆଜି ସେ ୬ଟି ଚୌକା ଓ ୩ଟି ବିଶାଳ ଛକା ମାରିଛନ୍ତି। ଅଭିଷେକ ଆଉଟ ହେବା ପରେ ଈଶାନ କିଶନ ଆସିବା ସହ ସଞ୍ଜୁଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। 

ଭାରତ ବିଶ୍ୱର ପ୍ରଥମ ଦଳ ଭାବେ ୪ର୍ଥ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଥର ପାଇଁ ଟ୍ରଫି ପାଇଁ ଟକ୍କର କରୁଛି।
୨୦୨୧ରେ ଦଳ ଫାଇନାଲକୁ ଯାଇଥିବା ବେଳେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା।

Advertisment

ଏବେ ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦଳ ଭାରତ ସହ ଟ୍ରଫି ପାଇଁ ଟକ୍କର କରିବ। ନ୍ୟୁଜିଲ୍ୟାଣ୍ଡ କେବେ ହେଲେ ବି ଟି-୨୦ ବିଶ୍ୱକପରେ ଭାରତ ଠାରୁ ହାରି ନାହିଁ। ଏଯାଏ ୨ ଦଳ ୩ଥର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିବା ବେଳେ ସବୁଥର ନ୍ୟୁଜିଲ୍ୟାଣ୍ଡ ବାଜି ମାରିଛି। 

ଏଯାଏ କୌଣସି ଦଳ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତି ନାହିଁ। ଭାରତ ୨୦୦୭ ଓ ୨୦୨୪ରେ ଟି-୨୦ ବିଶ୍ୱକପ ଜିତିଥିଲା। ସେହିପରି କୌଣସି ଟିମ ଘରୋଇ ମାଟିରେ ଟ୍ରଫି ଜିତିବାର ଗୌରବ ହାସଲ କରିନାହାନ୍ତି। ଭାରତ ପାଖରେ ପ୍ରଥମଥର ଘରୋଇ ମାଟିରେ ଟ୍ରଫି ଜିତିବାର ସୁଯୋଗ ରହିଛି।

ଏଯାଏ କୌଣସି ଟିମ କ୍ରମାଗତ ଟି-୨୦ ବିଶ୍ୱକପ ଜିତି ନାହିଁ। ଭାରତ ୨୦୨୪ରେ ଟ୍ରଫି ଜିତିଥିବା ବେଳେ ଏବେ ୨୦୨୬ ଫାଇନାଲ ଖେଳୁଛି।
ଆଜିର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। କୋଲି ମ୍ୟାକୋଞ୍ଚିଙ୍କ ବଦଳରେ ଦ୍ରୁତ ବୋଲର ଜ୍ୟାବକ ଡଫୀଙ୍କୁ ଫାଇନାଲରେ ସୁଯୋଗ ମିଳିଛି। ନ୍ୟୁଜିଲ୍ୟାଣ୍ଡ ସେମିରେ ଏକତରଫା ଭାବେ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।