Advertisment

T20 World Cup: ଦ୍ରୁତଗତିରେ ଖସିଗଲା ଅଭିଷେକ ଶର୍ମାଙ୍କ ଓଜନ, ଚିନ୍ତାରେ ଟିମ ଇଣ୍ଡିଆ

ପେଟ ଜନିତ ସଂକ୍ରମଣର ସମ୍ମୁଖୀନ ହୋଇଥିବା ଅଭିଷେକ ଶର୍ମାଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ବୁଧବାର ଯଦିଓ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି କିନ୍ତୁ ସେ ମ୍ୟାଚ୍‌ ଖେଳିବାକୁ ଏଯାଏ ଫିଟ ହୋଇ ନାହାନ୍ତି।

abhishek-sharma

ଅଭିଷେକ ଶର୍ମା

Advertisment

ନାମିବିୟା ବିପକ୍ଷ ଟି-୨୦ ବିଶ୍ୱକପ(T20 World Cup) ମୁକାବିଲା ପୂର୍ବରୁ ଭାରତୀୟ କ୍ରିକେଟ ଟିମ ପାଇଁ ଅତ୍ୟନ୍ତ ଚିନ୍ତାଜନକ ଖବର ଆସିଛି। କେବଳ ଭାରତୀୟ ଟିମ ନୁହେଁ, କ୍ରିକେଟ ପ୍ରେମୀଙ୍କୁ ମଧ୍ୟ ଚକିତ କରିବା ଭଳି ଖବର ମିଳିଛି। କାରଣ ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ଓପନର ଅଭିଷେକ ଶର୍ମା ଅସୁସ୍ଥତା କାରଣରୁ ନାମିବିୟା ବିପକ୍ଷ ମ୍ୟାଚ୍‌ରୁ ବିଧିବଦ୍ଧ ଭାବେ ବାଦ ପଡ଼ିଛନ୍ତି।

Advertisment

ସେହିପରି ୧୫ ତାରିଖରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ସେ ଖେଳିବେ କି ନାହିଁ, ସେକଥା ମଧ୍ୟ ଏଯାଏ ସ୍ପଷ୍ଟ ହୋଇନି। ପେଟ ଜନିତ ସଂକ୍ରମଣର ସମ୍ମୁଖୀନ ହୋଇଥିବା ଅଭିଷେକ ଶର୍ମାଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ବୁଧବାର ଯଦିଓ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି କିନ୍ତୁ ସେ ମ୍ୟାଚ୍‌ ଖେଳିବାକୁ ଏଯାଏ ଫିଟ ହୋଇ ନାହାନ୍ତି। ରବିବାର ପାକିସ୍ତାନ ସହ ମ୍ୟାଚ୍‌ ଥିବାରୁ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଯଥା ସମ୍ଭବ ବିଶ୍ରାମ ଦେବାକୁ ଚାହୁଁଛି।

ଅନ୍ୟପକ୍ଷରେ ପେଟ ଜନିତ ସଂକ୍ରମଣରେ ପଡ଼ିଥିବା ଅଭିଷେକ ଶର୍ମାଙ୍କ ଓଜନ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଥିଲା। ରବିବାର ଠାରୁ ନିୟମିତ ତାଙ୍କ ଓଜନ ହ୍ରାସ ପାଉଥିବା ବେଳେ ଏବେ ଏହା ସ୍ଥିର ହୋଇଥିବା ଜଣାପଡ଼ିଛି। କିନ୍ତୁ ଓଜନ ହ୍ରାସ ଯୋଗୁ ଅଭିଷେକ ଶର୍ମା ସାମାନ୍ୟ ଦୁର୍ବଳ ହୋଇ ପଡ଼ିଛନ୍ତି।

Advertisment

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଗୋଟିଏ ରିପୋର୍ଟରେ ଅଭିଷେକ ଶର୍ମା କେମିତି ସ୍ୱାସ୍ଥ୍ୟାଗତ ସମସ୍ୟାରେ ପଡ଼ିଲେ, ତା’ର ବିସ୍ତୃତ ତଥ୍ୟ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଫେବୃଆରୀ ୬ ଅର୍ଥାତ ବିଶ୍ୱକପ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅଭିଷେକ ଶର୍ମା ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଗୋଟିଏ ନେଟ ସେସନ୍ସ ପରଠାରୁ ଅଭିଷେକ ଶର୍ମା ଅସହଜ ଅନୁଭବ କରିଥିଲେ। ମୁମ୍ବାଇରେ ସେ ଏମିତି କିଛି ଜିନିଷ ଖାଇଥିଲେ ଯାହା ତାଙ୍କ ପେଟରେ ସମସ୍ୟା ସୃଷ୍ଟି କରିଥିଲା। 

ଫେବୃଆରୀ ୭ ଅର୍ଥାତ ଭାରତୀୟ କ୍ରିକେଟ ଟିମ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ମଧ୍ୟ ଅଭିଷେକ ଶର୍ମା ଅସୁସ୍ଥ ରହିଥିଲେ। ତଥାପି ସେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲେ। କିନ୍ତୁ ସେ ଗୋଟିଏ ବଲ ଖେଳି ପ୍ୟାଭିଲିୟନ ଫେରିଥିଲେ। ସେଦିନ ସନ୍ଧ୍ୟା ସମୟରେ ସ୍ଥିତି ଅଧିକ ଖରାପ ହେବାରୁ ଭାରତର ବୋଲିଂ ବେଳେ ଅଭିଷେକ ଶର୍ମା ଫିଲ୍ଡିଂ କରିପାରି ନଥିଲେ। ସେହିପରି ମ୍ୟାଚ୍‌ ସରିବା ପରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନଥିଲା। 

ପେଟ ଜନିତ ସଂକ୍ରମଣ ଯୋଗୁ ସେ ଭୟଙ୍କର ଜ୍ୱର ଓ ଗମ୍ଭୀର ବଦହଜମି ଶିକାର ହୋଇଥିଲେ। ଏଥିଯୋଗୁ ତାଙ୍କ ଦେହରୁ ଜଳୀୟ ଅଂଶ କମି ଯାଇଥିଲା ଓ ସେ ଦ୍ରୁତଗତିରେ ଓଜନ ମଧ୍ୟ ହରାଇଥିଲେ। ସେ ଅତ୍ୟନ୍ତ ଦୁର୍ବଳ ହୋଇଯିବାରୁ ସୋମବାର ରାତିରେ ହିଁ ଦିଲ୍ଲୀର ଶ୍ରୀ ଗଙ୍ଗା ରାମ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ସେ ସୁସ୍ଥ ହୋଇ ନାମିବିୟା ମ୍ୟାଚ୍‌ ବେଳକୁ ଫିଟ ହୋଇଯିବେ ବୋଲି ସମସ୍ତେ ଆଶା ରଖିଥିଲେ। କିନ୍ତୁ ବୁଧବାର ନେଟ ସେସନ୍ସରେ ମଧ୍ୟ ଅଭିଷେକ ସାମିଲ ହୋଇ ପାରିନାହାନ୍ତି। ତେଣୁ ସେ ନାମିବିୟା ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। 

ଆଜି ଭାରତୀୟ ଟିମ ଦିଲ୍ଲୀରେ ନାମିବିୟା ମ୍ୟାଚ୍‌ରେ ନିଜର ଦ୍ୱିତୀୟ ଗ୍ରୁପ ମ୍ୟାଚ ଖେଳିବ। ଏହାପରେ ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ଗସ୍ତ କରିବ। ଏହାପୂର୍ବରୁ ଅଭିଷେକ ଫିଟ ହୋଇଯିବେ ବୋଲି ସମସ୍ତେ ଆଶା ରଖିଛନ୍ତି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe