Advertisment

T20 World Cup: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିଷେକ ଶର୍ମା, ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବ ତ?

ନାମିବିୟା ମ୍ୟାଚ୍‌ ପୂର୍ବରୁ ଅସୁସ୍ଥ ହୋଇ ପଡ଼ିଛନ୍ତି ଟିମ ଇଣ୍ଡିଆର ବିସ୍ଫୋରକ ଓପନର ଅଭିଷେକ ଶର୍ମା। ପେଟ ଜନିତ ସଂକ୍ରମଣ ଯୋଗୁ ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।

author-image
Hemant Lenka
abhi

ଅଭିଷେକ ଶର୍ମା

ଟି-୨୦ ବିଶ୍ୱକପ(T20 World Cup)ରେ ଭାରତ ଆସନ୍ତାକାଲି ନିଜର ଦ୍ୱିତୀୟ ମୁକାବିଲାରେ ନାମିବିୟାକୁ ଭେଟିବ। ସେହିପରି ରବିବାର ଦଳ ବିଶ୍ୱକପର ସବୁଠାରୁ ବଡ଼ ଲଢ଼େଇରେ ପାକିସ୍ତାନର ସାମ୍ନା କରିବ। କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆ ଓ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଅତ୍ୟନ୍ତ ଚିନ୍ତାଜନକ ଖବର।

Advertisment

ନାମିବିୟା ମ୍ୟାଚ୍‌ ପୂର୍ବରୁ ଅସୁସ୍ଥ ହୋଇ ପଡ଼ିଛନ୍ତି ଟିମ ଇଣ୍ଡିଆର ବିସ୍ଫୋରକ ଓପନର ଅଭିଷେକ ଶର୍ମା। ପେଟ ଜନିତ ସଂକ୍ରମଣ ଯୋଗୁ ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଏଥିପାଇଁ ସେ(Abhishek Sharma) ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। 

ଫେବୃଆରୀ ୧୦ ତାରିଖରେ ଅଭିଷେକ ଶର୍ମାଙ୍କୁ ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ରାତି ତମାମ ରହିଥିଲେ। ରିପୋର୍ଟ ଲେଖା ହେବା ଯାଏ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇନାହିଁ। ସେଠାରେ ପେଟ ଜନିତ ସଂକ୍ରମଣର କାରଣ ଜାଣିବା ପାଇଁ ଏକାଧିକ ପରୀକ୍ଷା କରାଯାଇଛି।

Advertisment

ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିରି ଥିବା ଜଣାପଡ଼ିଛି। କିନ୍ତୁ ସେ କେବେ ହସ୍ପିଟାଲରୁ ଡିସଚାର୍ଜ ହେବେ ସେକଥା ଜଣାପଡ଼ିନି। ସେହିପରି ସେ ପାକିସ୍ତାନ ବିପକ୍ଷ ୧୫ ତାରିଖ ମୁକାବିଲା ବେଳକୁ ଉପଲବ୍ଧ ରହିବେ କି ନାହିଁ, ସେକଥା ମଧ୍ୟ ବିସିସିଆଇ ସ୍ପଷ୍ଟ କରିନି। 

ଅସୁସ୍ଥତା କାରଣରୁ ସୋମବାର ଅଭିଷେକ ଶର୍ମା ଟ୍ରେନିଂ ସେସନ୍ସରେ ସାମିଲ ହୋଇ ନଥିଲେ। ସେହିପରି ୭ ତାରିଖ ଆମେରିକା ବିପକ୍ଷ ଦ୍ୱିତୀୟ ଇନିଂସରେ ମଧ୍ୟ ସେ ଫିଲ୍ଡିଂ କରିବାକୁ ପଡ଼ିଆକୁ ଆସି ନଥିଲେ। ଉକ୍ତ ମ୍ୟାଚ୍‌ରେ ସେ ମାତ୍ର ଗୋଟିଏ ବଲରେ ସାମ୍ନା କରି ଆଉଟ ହୋଇ ଯାଇଥିଲେ। ତେବେ ରବିବାର ସେ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ପକ୍ଷରୁ ଦିଲ୍ଲୀ ସ୍ଥିତି ବାସଭବନରେ ଆୟୋଜିତ ଡିନର ପାର୍ଟିରେ ସାମିଲ ହୋଇଥିଲେ। ଏହାପରେ କିନ୍ତୁ ତାଙ୍କ ଅସୁସ୍ଥତା ଖବର ଆସିଛି।

ଯଦି ଆସନ୍ତାକାଲି ନାମିବିୟା ମ୍ୟାଚ୍‌ ବେଳକୁ ଅଭିଷେକ ଶର୍ମା ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବେ, ତା’ହେଲେ ସଞ୍ଜୁ ସାମସନଙ୍କୁ ଇନିଂସ ଆରମ୍ଭ କରିବାକୁ ସୁଯୋଗ ମିଳିବ। ସେ ଓ ଈଶାନ କିଶନ ଗୁରୁବାର ନାମିବିୟା ବିପକ୍ଷରେ ଓପନ କରିବେ।

କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବେଳକୁ ଅଭିଷେକ ଶର୍ମାଙ୍କ ଉପସ୍ଥିତି ଜରୁରୀ। ଏସିଆ କପରେ ଅଭିଷେକ ଶର୍ମା ପାକିସ୍ତାନ ବିପକ୍ଷରେ ୧୧୦ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ ୧୮୯ରୁ ଅଧିକ ରହିଥିଲା। ତେଣୁ ୨୫ ବର୍ଷୀୟ ଅଭିଷେକ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳକୁ ଫିଟ ହୋଇଯିବେ ବୋଲି ସମସ୍ତେ ଆଶା କରୁଛନ୍ତି। 

Abhishek Sharma T20 World Cup