Abhisekh
ଏସିଆ କପ ୨୦୨୫ର ଅଭିଯାନ ଭାରତ ଐତିହାସିକ ବିଜୟ ସହ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଦଳ ଅପେକ୍ଷାକୃତ ଦୁର୍ବଳ ୟୁଏଇକୁ ଏକତରଫା ଭାବେ ୯ ୱିକେଟରେ ଓ ୯୩ଟି ବଲ ପୂର୍ବରୁ ହରାଇ ଦେଇଛି। ଟସ୍ ଜିତି ପ୍ରଥମେ ବୋଲିଂ କରୁଥିବା ଭାରତ ମାତ୍ର ୫୭ ରନରେ ୟୁଏଇକୁ ଅଲଆଉଟ କରି ଦେଇଥିଲେ।
ଭାରତୀୟ ବୋଲର ବେଶ କମାଲ କରିଥିଲେ। ବିଶେଷ କରି କୁଲଦୀପ ଯାଦବଙ୍କ ଘାତକ ବୋଲିଂ ପୂରା ବିଶ୍ୱ ଦେଖିଥିଲା। ସେ ମାତ୍ର ୨.୧ ଓଭରରେ ୭ ରନ ଦେଇ ୩ ୱିକେଟ ଦଖଲ କରିଥିଲେ। ତାଙ୍କ ବ୍ୟତୀତ ଶିବମ ଦୁବେ ୩ଟି, ଯଶପ୍ରୀତ ବୁମ୍ରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଥିଲା।
ପ୍ରଥମ ମ୍ୟାଚ୍ରେ ମାତ୍ର ୫୮ ରନ ଟାର୍ଗେଟକୁ ଭାରତ ମାତ୍ର ୪.୩ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲା। ଶୁବମନ ଗିଲ ୯ ବଲରେ ଅପରାଜିତ ୨୦ ଓ କରିଥିବା ବେଳେ ଅନ୍ୟତମ ଓପନର ଅଭିଷେକ ଶର୍ମା ୧୬ ବଲରେ ୩୦ ରନ କରି ଭାରତର ଏକମାତ୍ର ବ୍ୟାଟର ଭାବେ ଆଉଟ ହୋଇଥିଲେ।
ତେବେ ପ୍ରଥମ ମ୍ୟାଚ୍ରେ ଦ୍ରୁତ ୩୦ ରନ କରିଥିବା ଅଭିଷେକ ଶର୍ମା ଐତିହାସିକ ରେକର୍ଡ କରିଛନ୍ତି। ୧୬ ବଲରେ ୩୦ ରନ କରିଥିବା ଅଭିଷେକ ତାଙ୍କ ଇନିଂସରେ ୩ଟି ଛକା ଓ ୨ଟି ଚୌକା ମାରିଥିଲେ। ୩ଟି ଛକା ମଧ୍ୟରୁ ପ୍ରଥମଟି ଇନିଂସର ପ୍ରଥମ ବଲରୁ ହିଁ ଆସିଥିଲା। ସେ ୟୁଏଇର ବାମହାତୀ ସ୍ପିନର ହାଇଦର ଅଲୀଙ୍କୁ ଏକ୍ସଟ୍ରା କଭର ଅଞ୍ଚଳରେ ବିରାଟ ଛକା ମାରି ନିଜ ଇନିଂସ ଆରମ୍ଭ କରିଥିଲେ। ଏହି ଛକା ସହ ଅଭିଷେକ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।
ସେ ଭାରତର ପ୍ରଥମ ବ୍ୟାଟର ଭାବେ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ରନ ଚେଜ କରିବା ବେଳେ ପ୍ରଥମ ବଲରେ ଛକା ମାରିବାର ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଏପରି ରେକର୍ଡ କରି ନଥିଲେ। ପ୍ରଥମ ବଲରେ ଛକା ମାରିବା ପରେ ସେ ଦ୍ୱିତୀୟ ବଲରେ ପୁଣି ଚୌକା ମାରିଥିଲେ। ଦଳକୁ ଜିତିବାକୁ ୧୦ ରନ ଥିବା ବେଳେ ବ୍ୟକ୍ତିଗତ ୩୦ ରନ କରି ଅଭିଷେକ ଶର୍ମା ପ୍ୟାଭିଲିୟନ ଫେରିଥିଲେ।
ଭାରତ ଏସିଆ କପର ପ୍ରଥମ ମ୍ୟାଚ୍କୁ ସହଜରେ ଜିତି ନେଇଥିବା ବେଳେ ଆସନ୍ତା ୧୪ରେ ଦଳର ମୁକାବିଲା ପାକିସ୍ତାନ ସହ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Abhisekh_1757578359.jpg)