Advertisment

Abhishek Sharma: ଅଭିଷେକ ଶର୍ମାଙ୍କ ବିଶ୍ୱ ରେକର୍ଡ, ଅଷ୍ଟ୍ରେଲିଆ ମାଟିରେ ରଚିଲେ ଇତିହାସ

ଅଭିଷେକ ଶର୍ମା ୧୪ ରନ କରିବା କ୍ଷଣି ନିଜ ଟି-୨୦ କ୍ୟାରିୟରରେ ୧ ହଜାର ରନ ପୂରଣ କରିଥିଲେ। ୧ ହଜାର ରନ ପୂରଣ କରିବା ପାଇଁ ସେ ୫୨୮ ବଲର ସାମ୍ନା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଟିମ ଡାଭିଡଙ୍କ ନାଁରେ ଥିଲା। କିନ୍ତୁ ଅଷ୍ଟ୍ରେଲିଆ ମାଟିରେ ହିଁ ଅଭିଷେକ ଶାର୍ମ ନୂଆ ରେକର୍ଡ କରିଛନ୍ତି।

Abhishek

ଅଭିଷେକ ଶର୍ମା

Advertisment

ଟିମ ଇଣ୍ଡିଆର ଷ୍ଟାର ଟି-୨୦ ବ୍ୟାଟର ଅଭିଷେକ ଶର୍ମା ବିଶ୍ୱ ରେକର୍ଡ କରିଛନ୍ତି। ସେ ନିଜ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ଆଜି ୧ ହଜାର ରନ ପୂରଣ କରି ଇତିହାସ ରଚିଛନ୍ତି। ସେ ଗୋଟିଏ ଦେଶ ପାଇଁ ସବୁଠାରୁ କମ ବଲର ସାମ୍ନା କରି ଟି-୨୦(T20 Cricket)ରେ ୧ ହଜାର ରନ ପୂରଣ କରିଛନ୍ତି। ସେହିପରି ଭାରତ ପାଇଁ ସବୁଠାରୁ କମ ମ୍ୟାଚ୍‌ରେ ୧ ହଜାର ରନ ପୂରଣ କରିବାରେ କୀର୍ତ୍ତିମାନ ହାସଲ କରିଛନ୍ତି। 

Advertisment

ଗାବାରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ମ ଟି-୨୦ରେ ଅଭିଷେକ ଶର୍ମା ନିଜର ନାଁରେ ଏପରି ରେକର୍ଡ କରିଛନ୍ତି। ବର୍ଷା ଯୋଗୁ ଗାବାରେ ମ୍ୟାଚ୍‌ ବନ୍ଦ ହେବା ବେଳକୁ ଅଭିଷେକ ୧୩ ବଲରେ ୨୩ ରନ କରିଥିଲେ। ଯଦି ବର୍ଷା ଛାଡ଼ିବା ପରେ ମ୍ୟାଚ୍‌ ହୋଇଥାଆନ୍ତା, ତା’ହେଲେ ତାଙ୍କ ରନ ଆହୁରି ବଢ଼ି ଥାଆନ୍ତା। ଲଗାଣ ବର୍ଷା ଯୋଗୁ ମ୍ୟାଚ୍‌ ଅଧାରୁ ହିଁ ବାତଲ ହୋଇଛି। ଭାରତ ୨-୧ରେ ୫ ଟିକିଆ ଟି-୨୦ ସିରିଜକୁ କବଜା କରିଛି। 

ତେବେ ଆଜି ଅଭିଷେକ ଶର୍ମା(Abhishek Sharma) ୧୪ ରନ କରିବା କ୍ଷଣି ନିଜ ଟି-୨୦ କ୍ୟାରିୟରରେ ୧ ହଜାର ରନ ପୂରଣ କରିଥିଲେ। ୧ ହଜାର ରନ ପୂରଣ କରିବା ପାଇଁ ସେ ୫୨୮ ବଲର ସାମ୍ନା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଟିମ ଡାଭିଡଙ୍କ ନାଁରେ ଥିଲା। କିନ୍ତୁ ଅଷ୍ଟ୍ରେଲିଆ ମାଟିରେ ହିଁ ଅଭିଷେକ ଶାର୍ମ ନୂଆ ରେକର୍ଡ କରିଛନ୍ତି।

Advertisment

ଡାଭିଡ ୫୬୯ ବଲରେ ଅଷ୍ଟ୍ରେଲିଆ ପାଇଁ ୧ ହଜାର ରନ ପୂରଣ କରିଥିଲେ। ନଭେମ୍ବର ୨ ତାରିଖ ଭାରତ ବିପକ୍ଷ ମ୍ୟାଚ୍‌ରେ ୩୮ ବଲରେ ୭୪ ରନର ଇନିଂସ ଖେଳି ଏପରି କୀର୍ତ୍ତିମାନ ହାସଲ କରିଥିଲେ। କିନ୍ତୁ ଏବେ ତାଙ୍କୁ ଅଭିଷେକ ଶର୍ମା ପଛରେ ପକାଇ ଦେଇଛନ୍ତି। 

ପୂର୍ବରୁ ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ(୫୭୩ ବଲ) ଦ୍ୱିତୀୟ ସ୍ଥାନରେ ଓ ନ୍ୟୁଜିଲ୍ୟାଣ୍ଡର ଫିନ ଆଲେନ(୬୧୧) ବଲ ତୃତୀୟ ସ୍ଥାନରେ ଥିଲେ। ମୋଟ ଉପରେ ବଲ ସାମ୍ନାକୁ ବିଚାରକୁ ନେଲେ ଡାଭିଡ ଏହି ତାଲିକାର ୬ଷ୍ଠ ସ୍ଥାନରେ ଅଛନ୍ତି। ସେ ୬୧୪ ବଲରେ ୧ ହଜାର ଟି-୨୦ ପୂରଣ କରିଥିଲେ। କିନ୍ତୁ ଏହି ରେକର୍ଡରେ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ମ୍ୟାଚ୍‌କୁ ମିଶାଯାଇଛି। 

ଇନିଂସ ହିସାବରେ ଅଭିଷେକ ଶର୍ମା ଅଳ୍ପକେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବାରୁ ବଞ୍ଚିତ ହୋଇଛନ୍ତି। ବିରାଟ ୨୯ଟି ମ୍ୟାଚର ୨୭ଟି ଇନିଂସରେ ତାଙ୍କ ଟି-୨୦ କ୍ୟାରିୟରରେ ୧ ହଜାର ରନ ପୂରଣ କରିଥିଲେ। କିନ୍ତୁ ଅଭିଷେକ ଶର୍ମା ୨୮ଟି ଇନିଂସରେ ଏପରି ରନ ହାସଲ କରିଛନ୍ତି। ତେଣୁ ମ୍ୟାଚ୍‌ କଥା ବିଚାରକୁ ନେଲେ ଅଭିଷେକ ଶର୍ମା ଦ୍ରୁତତମ ଭାରତୀୟ ଭାବେ ଟି-୨୦ରେ ୧ ହଜାର ରନ ପୂରଣ କରିଛନ୍ତି। 

ବଲ ସାମ୍ନା ପ୍ରସଙ୍ଗରେ ଅଭିଷେକ ଦ୍ରୁତତମ ବ୍ୟାଟର ବନିଥିଲେ ହେଁ ମ୍ୟାଚ୍‌ କଥା ବିଚାରକୁ ନେଲେ ଇଂଲଣ୍ଡର ଡାୱିଡ ମଲାନ ଓ ଚେକ ଗଣରାଜ୍ୟର ସାବାୱୋନ ଡାଭିଜି ମିଳିତ ଭାବେ ୧ ନମ୍ବର ସ୍ଥାନରେ ରହିଛନ୍ତି। ଉଭୟ ୨୪ଟି ମ୍ୟାଚ୍‌ରେ ନିଜ ନିଜର ଟି-୨୦ରେ ୧ ହଜାର ରନ ପୂରଣ କରିଛନ୍ତି। 

T20 Cricket Abhishek Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe