Advertisment

T20 World Cup: ସିରାଜଙ୍କ ଜର୍ସି ପିନ୍ଧି ବ୍ୟାଟିଂ କଲେ, ପୁଣି ଶୂନରେ ଆଉଟ ହେଲେ

ଚଳିତ ବିଶ୍ୱକପରେ ପ୍ରଥମଥର ପାଇଁ ଖେଳୁଛନ୍ତି ଅଭିଷେକ ଶର୍ମା। ବିଶ୍ୱକପ ପୂର୍ବରୁ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ସେ ବେଶ ଜଣାଶୁଣା ଥିଲେ। ହେଲେ ବିଶ୍ୱକପରେ ଏଯାଏ ତାଙ୍କ ବ୍ୟାଟରୁ ରନ ବାହାରି ନାହିଁ।

abhi

ବୋଲ୍ଡ ହେଲେ ଅଭିଷେକ

Advertisment

ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ କ୍ରମାଗତ ତୃତୀୟ ଥର ପାଇଁ ଫେଲ ମାରିଛନ୍ତି ବିଶ୍ୱର ୧ ନମ୍ବର ବ୍ୟାଟର ଅଭିଷେକ ଶର୍ମା। ଟିମ ଇଣ୍ଡିଆର ଓପନର ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ନେଦରଲ୍ୟାଣ୍ଡ୍ସର ସ୍ପିନ ବୋଲର ଆର୍ଯ୍ୟନ ଦତ୍ତ ତାଙ୍କୁ ଇନିଂସର ୩ୟ ବଲରେ କ୍ଲିନବୋଲ୍ଡ କରି ଦେଇଛନ୍ତି।

Advertisment

ପୂର୍ବରୁ ଆମେରିକା ଓ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ ଅଭିଷେକ। ଆମେରିକା ବିପକ୍ଷ ମ୍ୟାଚ୍‌ରେ ଗୋଟିଏ ବଲର ସାମ୍ନା କରିଥିବା ଅଭିଷେକ ‌ଅସୁସ୍ଥତା କାରଣରୁ ନାମିବିୟା ବିପକ୍ଷ ମ୍ୟାଚ୍‌ ଖେଳି ପାରି ନଥିଲେ। ପାକିସ୍ତାନ ବିପକ୍ଷରେ ସେ କମବ୍ୟାକ କରିଥିଲେ ହେଁ କେବଳ ୪ଟି ବଲ ସାମ୍ନା କରି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ଆଜି ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବ୍ୟାଟରୁ ସମସ୍ତେ ରନ ଅପେକ୍ଷା କରିଥିଲେ। ହେଲେ ସେ ପୁଣି ଶୂନରେ ଆଉଟ ହୋଇଛନ୍ତି। 

ଆଜି ଅଭିଷେକ ଶର୍ମା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଜର୍ସି ପିନ୍ଧି ବ୍ୟାଟିଂ କରିବାକୁ ଆସିଥିଲେ। ଭାବିଥିଲେ ତାଙ୍କ ଭାଗ୍ୟରେ କିଛି ପରିବର୍ତ୍ତନ ହେବ। କିନ୍ତୁ ସେ ପୁଣି ନିରାଶ କରିଛନ୍ତି। ବାସ୍ତବରେ ଅଭିଷେକ ପ୍ରଥମେ ଅର୍ଶଦୀପ ସିଂହଙ୍କ ଜର୍ସି ପିନ୍ଧି ପଡ଼ିଆକୁ ଆସିବାକୁ ଚାହୁଁଥିଲେ। କିନ୍ତୁ ଅର୍ଶଦୀପ ଚୂଡ଼ାନ୍ତ ଏକାଦଶରେ ଥିବାରୁ ଅମ୍ପାୟାର ତାଙ୍କ ଜର୍ସି ପିନ୍ଧିବାକୁ ଅଭିଷେକଙ୍କୁ ଅନୁମତି ଦେଇ ନଥିଲେ।

Advertisment

ଏହାପରେ ସିରାଜଙ୍କ ୭୩ ନମ୍ବର ବିଶିଷ୍ଟ ଜର୍ସି ପିନ୍ଧିଥିଲେ ଅଭିଷେକ। ଏହାପରେ ସେ ବ୍ୟାଟିଂ କରିବା ଆସିଥିଲେ। ପ୍ରଥମ ଦୁଇଟି ବଲରେ ସେ ଡିଫେନ୍ସ କରିଥିଲେ ହେଁ ତୃତୀୟ ବଲରେ ବୋଲ୍ଡ ହୋଇ ଯାଇଥିଲେ। 


ଚଳିତ ବିଶ୍ୱକପରେ ପ୍ରଥମଥର ପାଇଁ ଖେଳୁଛନ୍ତି ଅଭିଷେକ ଶର୍ମା। ବିଶ୍ୱକପ ପୂର୍ବରୁ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ସେ ବେଶ ଜଣାଶୁଣା ଥିଲେ। ହେଲେ ବିଶ୍ୱକପରେ ଏଯାଏ ତାଙ୍କ ବ୍ୟାଟରୁ ରନ ବାହାରି ନାହିଁ। ଭାରତ ସୁପର ୮ରେ ପ୍ରବେଶ କରି ସାରିଥିବାରୁ ଆଜିର ମ୍ୟାଚ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତଥାପି ଅଭିଷେକ ଶର୍ମା ଖାତା ନ ଖୋଲି ପାରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe