Advertisment

ଶାମିଙ୍କ ଉପରେ ଫିଦା ହେଲେ ଜଣେ ଅଭିନେତ୍ରୀ ତଥା ରାଜନେତ୍ରୀ, ଦେଲେ ବିବାହ ପ୍ରସ୍ତାବ

ଏଯାବତ ମାତ୍ର ୪ଟି ମ୍ୟାଚ୍ ଖେଳି ଶାମି ନେଇ ସାରିଲେଣି ୧୬ଟି ୱିକେଟ୍‌। ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ୫ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ୪ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନେଇଛନ୍ତି ୨ଟି ୱିକେଟ୍‌।

Shami

Shami

Advertisment

ବିଶ୍ୱକପ୍‌ ଦଳରେ ସାମିଲ ଥିଲେ ମହମ୍ମଦ ଶାମି। କିନ୍ତୁ ପ୍ରାରମ୍ଭରୁ ଚୂଡ଼ାନ୍ତ ଏକାଦଶରେ ମିଳି ନଥିଲା ସୁଯୋଗ। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ବାହାରିବା ପରେ ତାଙ୍କୁ ମିଳିଥିଲା ଚୂଡ଼ାନ୍ତ ଏକାଦଶରେ ସ୍ଥାନ। ଆଉ ଏହାର ଭରପୂର ସଦୁପଯୋଗ କରିଥିଲେ ଶାମି । ଏଯାବତ ମାତ୍ର ୪ଟି ମ୍ୟାଚ୍ ଖେଳି ସେ ନେଇ ସାରିଲେଣି ୧୬ଟି ୱିକେଟ୍‌। ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ୫ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ୪ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନେଇଛନ୍ତି ୨ଟି ୱିକେଟ୍‌। ଏହି ସଫଳତା ସହିତ ତାଙ୍କ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଥିବା ବେଳେ ତାଙ୍କର କ୍ରେଜ୍ ବହୁଗୁଣା ହୋଇଯାଇଛି।

Advertisment
Payalପାୟଲ ଘୋଷ

ଏସବୁ ଭିତରେ ତାଙ୍କୁ ବିବାହର ପ୍ରସ୍ତାବ ଦେଇଛନ୍ତି ଜଣେ ଅଭିନେତ୍ରୀ। ତାଙ୍କ ପାୟଲ ଘୋଷ। ସେ ଜଣେ ରାଜନେତ୍ରୀ ମଧ୍ୟ। ଶାମିଙ୍କୁ ସେ ସୋଶାଲ ମିଡିଆ ମାଧ୍ୟମରେ ବିବାହ ପ୍ରସ୍ତାବ ଦେଇଛନ୍ତି। ସେ ତାଙ୍କ ‘X’ ଏକାଉଣ୍ଟରେ ଶାମିଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ସେ ଲେଖିଛନ୍ତି ଯେ ଶାମି, ତୁମେ ତୁମ ଇଂରାଜୀରେ ସୁଧାର ଆଣିଲେ ମୁଁ ତୁମକୁ ବିବାହ କରିବା ପାଇଁ ପ୍ରସ୍ତୁତ।

ପାୟଲ ଘୋଷ କିଛି ତିନୋଟି ତେଲୁଗୁ, ଗୋଟିଏ କନ୍ନଡ଼ ଓ ଦୁଇଟି ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ତା’ସହିତ ଟେଲିଭିଜନରେ ପ୍ରସାରିତ ଧାରାବାହିକ ସାଥ୍ ନିଭାନା ସାଥିୟାଁରେ ସେ ଅଭିନୟ କରିଥିଲେ। ୨୦୨୦ରେ ସେ ରାମଦାସ ଆଠୱାଲେଙ୍କ ଦଳ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଏ)ରେ ସାମିଲ ହୋଇଥିଲେ।

Advertisment
Mohammed Shami Payal Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe