Advertisment

ଅଜବ ପ୍ରକାରରେ ଆଉଟ ହେଲେ ଆଫଗାନ ବ୍ୟାଟର, ଭିଡିଓ ଭାଇରାଲ୍‌

୩ଟିକିଆ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଥିବା ଆଫଗାନିସ୍ତାନ ରବିବାର ଖେଳା ଯାଇଥିବା ଶେଷ ଦିନିକିଆରେ ହାରି ଯାଇଛି। ତଥାପି ଦଳ ୨-୧ରେ ସିରିଜ ଜିତିବାକୁ ସକ୍ଷମ ହୋଇଛି।

author-image
Hemant Lenka
OUT

OUT

ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ବାଜିମାତ କରି ଆଫଗାନିସ୍ତାନ କ୍ରିକେଟ ଟିମ ବେଶ ଚର୍ଚ୍ଚାରେ ରହିଛି। ପ୍ରଥମଥର ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ସୃଷ୍ଟି କରିଛି।

Advertisment

୩ଟିକିଆ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଥିବା ଆଫଗାନିସ୍ତାନ ରବିବାର ଖେଳା ଯାଇଥିବା ଶେଷ ଦିନିକିଆରେ ହାରି ଯାଇଛି। ତଥାପି ଦଳ ୨-୧ରେ ସିରିଜ ଜିତିବାକୁ ସକ୍ଷମ ହୋଇଛି।

ତୃତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ମାତ୍ର ୧୬୯ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ କରିବା ସହ ୧୭୦ ରନର ଟାର୍ଗେଟକୁ ୩ ୱିକେଟ ହରାଇ ହାସଲ କରି ନେଇଥିଲା। ଏଥିସହ ଲଜ୍ଜାଜନକ ସିରିଜକ କ୍ଲିନସୁଇପରୁ ଦଳ ବର୍ତ୍ତି ଯାଇଛି।

Advertisment

ତେବେ ତୃତୀୟ ମ୍ୟାଚରେ ଆଫଗାନ ବ୍ୟାଟର ରହମତ ଶାହ ଅଜବ ପ୍ରକାରରର ଆଉଟ ହେବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଫଗାନିସ୍ତାନ ଇନିଂସର ୯ମ ଓଭରରେ ପୂରା ଘଟଣା ଘଟିଥିଲା।

ଷ୍ଟ୍ରାଇକରେ ଥିବା ଆଫଗାନର ରହମନୁଲ୍ଲା ଗୁରବାଜ ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନଗିଡିଙ୍କ ଗୋଟିଏ ଫୁଲ ଲେନ୍ଥ ଡେଲିଭରୀକୁ ସିଧା ଖେଳିଥିଲେ। ଏହାକୁ ଏନଗିଡି ଧରିବାକୁ ଚେଷ୍ଟା କରିଥିଲେ ହେଁ ବଲଟି କେବଳ ତାଙ୍କ ଅଙ୍ଗୁଳିରେ ବାଜିଥିଲା।

ବଲ ତାଙ୍କ ଅଙ୍ଗୁଳିରେ ବାଜି ନନଷ୍ଟ୍ରାଇକରେ ଥିବା ରହମତଙ୍କ ଆଡ଼କୁ ଯାଇଥିଲା। ଏହି ସମୟରେ ସେ କ୍ରିଜ ଛାଡ଼ି ୧ ରନ ନେବାକୁ ଚେଷ୍ଟା କରୁଥିଲେ। ବଲଟି ଏନଗିଡିଙ୍କ ଅଙ୍ଗୁଳିକୁ ସ୍ପର୍ଶ କରି ରହମତଙ୍କ ଦେହରେ ମାଡ଼ ହୋଇ ସିଧା ବୋଲିଂ ଏଣ୍ଡ ୱିକେଟରେ ବାଜିଥିଲା।

ରହମତ କ୍ରିଜ ବାହାରେ ଥିବାରୁ ତାଙ୍କୁ ନିରାଶ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲେ। ସେ ୬ ବଲରେ ୧ ରନ କରି ଆଉଟ ହୋଇଥିଲେ। ଏହି ଅଜବ ପ୍ରକାରର ଆଉଟ ହେବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Afghanistan Cricket Afghanistan Cricketer