Advertisment

ଆଫଗାନିସ୍ତାନ ବିପକ୍ଷରେ ବି ଟସ୍‌ ହାରିଲା ଭାରତ, ଖେଳୁ ନାହାନ୍ତି ରୋହିତ ଶର୍ମା

ଦୁବାଇ: ଏସିଆ କପରୁ ବିଦା ହୋଇ ସାରିଥିବା ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି। ଉଭୟ ଦେଶ ପାଇଁ ଆଜିର ମ୍ୟାଚ୍‌ ମୂଲ୍ୟହୀନ। କେବଳ ସମ୍ମାନ ଦୃଷ୍ଟିରୁ ଉଭୟ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଭାରତ ପୂର୍ବ ଦୁଇ ମ୍ୟାଚ୍‌ ଭଳି ଏଥର ମଧ୍ୟ ପ୍ରଥମେ ବ୍ୟାଟିଂ କରିବ। ଟିମ […]

author-image
Hemant Lenka
ଅଦ୍ୟତନ ହୋଇଛି
ଆଫଗାନିସ୍ତାନ ବିପକ୍ଷରେ ବି ଟସ୍‌ ହାରିଲା ଭାରତ, ଖେଳୁ ନାହାନ୍ତି ରୋହିତ ଶର୍ମା

Toss

ଦୁବାଇ: ଏସିଆ କପରୁ ବିଦା ହୋଇ ସାରିଥିବା ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି। ଉଭୟ ଦେଶ ପାଇଁ ଆଜିର ମ୍ୟାଚ୍‌ ମୂଲ୍ୟହୀନ। କେବଳ ସମ୍ମାନ ଦୃଷ୍ଟିରୁ ଉଭୟ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

Advertisment

ଏହାର ଅର୍ଥ ଭାରତ ପୂର୍ବ ଦୁଇ ମ୍ୟାଚ୍‌ ଭଳି ଏଥର ମଧ୍ୟ ପ୍ରଥମେ ବ୍ୟାଟିଂ କରିବ। ଟିମ ଇଣ୍ଡିଆ ନିଜର ବୋଲିଂ ଓ ବ୍ୟାଟିଂକୁ ନେଇ ତୀବ୍ର ସମାଲୋଚନାର ଶିକାର ହୋଇ ଆସୁଛି। ଆଜିର ମ୍ୟାଚ୍‌ ସେତେଟା ଗୁରୁତ୍ୱ ନଥିବାରୁ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି। ତାଙ୍କ ବଦଳରେ କେଏଲ ରାହୁଲ ଟିମ୍‌ର କମାଣ ସମ୍ଭାଳିଛନ୍ତି।

ସେହିପରି ୟୁଜି ଚହଲ ଓ ହାର୍ଦ୍ଦିକ ପାଣ୍ତ୍ୟା ମଧ୍ୟ ଆଜିର ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ସେମାନଙ୍କ ବଦଳରେ ଅକ୍ଷର ପଟେଲ, ଦୀପକ ଚହର ଓ ଦୀନେଶ କାର୍ତ୍ତିକଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ରୋହିତ ଆଜି ଖେଳୁ ନଥିବାରୁ ରାହୁଲଙ୍କ ସହ ବିରାଟ କୋହଲି କିମ୍ବା ଋଷଭ ପନ୍ତ ଇନିଂସ ଆରମ୍ଭ କରିପାରନ୍ତି।

Advertisment

ଅନ୍ୟପକ୍ଷରେ ଆଫଗାନିସ୍ତାନ ପୂରା ଟୁର୍ଣ୍ଣାମେଣ୍ଟରେ ଭଲ କ୍ରିକେଟ ପ୍ରଦର୍ଶନ କରି ଆସିଛି। ଗତକାଲି ମଧ୍ୟ ଦଳ ଶକ୍ତିଶାଳୀ ପାକିସ୍ତାନକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ଆଜି ଦଳ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।