Advertisment

ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହଟିଲେ

କାବୁଲ: ତାଲିବାନ ଆଫଗାନିସ୍ତାନ ଦଖଲ କରିବାପରଠୁ ପ୍ରତି ସମୟରେ ବଦଳୁଛି ଚିତ୍ର। ଲୋକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ରହୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ତାଲିବାନ କ୍ରିକେଟ୍ ବୋର୍ଡ ଏବଂ ଷ୍ଟାଡିୟମକୁ ମଧ୍ୟ ନିଜ ଦଖଲକୁ ନେଇଛି। ଏହାପରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି)ରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଅଜିଜୁଲ୍ଲା ଫଜଲି ପୁଣି ଏସିବି ଅଧ୍ୟକ୍ଷ ହୋଇଛନ୍ତି। ରବିବାର ସେ ଏସିବିର ଏହି ପଦରେ ନିଯୁକ୍ତି ହୋଇଛନ୍ତି। ତାଲିବାନ ପ୍ରତିନିଧୀମାନେ ଏସିବି […]

ଅଦ୍ୟତନ ହୋଇଛି
ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ  ହଟିଲେ

Taliban-Cricket-Team

Advertisment

କାବୁଲ: ତାଲିବାନ ଆଫଗାନିସ୍ତାନ ଦଖଲ କରିବାପରଠୁ ପ୍ରତି ସମୟରେ ବଦଳୁଛି ଚିତ୍ର। ଲୋକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ରହୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ତାଲିବାନ କ୍ରିକେଟ୍ ବୋର୍ଡ ଏବଂ ଷ୍ଟାଡିୟମକୁ ମଧ୍ୟ ନିଜ ଦଖଲକୁ ନେଇଛି।

Advertisment

ଏହାପରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି)ରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଅଜିଜୁଲ୍ଲା ଫଜଲି ପୁଣି ଏସିବି ଅଧ୍ୟକ୍ଷ ହୋଇଛନ୍ତି। ରବିବାର ସେ ଏସିବିର ଏହି ପଦରେ ନିଯୁକ୍ତି ହୋଇଛନ୍ତି। ତାଲିବାନ ପ୍ରତିନିଧୀମାନେ ଏସିବି କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ, ଏହା ପରେ କ୍ରିକେଟ୍ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ଥିବା ରେଜିଙ୍କୁ ଅଜିଜୁଲ୍ଲାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା।

ଏସିବି ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ପୂର୍ବତନ ଏସିବି ଅଧ୍ୟକ୍ଷ ଫଜଲିଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଆଗାମୀ ଦିନରେ ହେବାକୁ ଥିବା ମ୍ୟାଚ ଏବଂ ଅନ୍ୟାନ୍ୟ କାମର ତଦାରଖ କରିବେ। ଏହାପୂର୍ବରୁ ଯେତେବେଳେ ଅଜିଜୁଲ୍ଲା ଏସିବିର ଚେୟାରମ୍ୟାନ୍ ହୋଇଥିଲେ ସେତେବେଳେ ଅତିଜ ମଶଲ ଏହି ପଦରୁ ଇସ୍ତଫା ଦେଇଥିଲେ। ଫଜଲି ସେପ୍ଟେମ୍ବର ୨୦୧୮ ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଏହି ପଦରେ ଥିଲେ। ସେ ଏହି ପଦରୁ ହଟିବା ପରେ ଫରହାନ ୟୁସୁଫଜାଇ ଅଧ୍ୟକ୍ଷ ହୋଇଥିଲେ।

Advertisment

https://twitter.com/ACBofficials/status/1429380457410531332?s=20

ଅଜିଜୁଲ୍ଲା ଆଫଗାନିସ୍ତାନ କ୍ରିକେଟ୍ ସହିତ ପ୍ରାୟ ଦୁଇ ଦଶନ୍ଧି ଧରି ଜଡିତ ରହିଛନ୍ତି। କ୍ରିକେଟରୁ ଅବସର ନେବା ପରେ ସେ ଏସିବିର ଉପାଧ୍ୟକ୍ଷ ଏବଂ ପରାମର୍ଶଦାତା ଭାବରେ ମଧ୍ୟ କାମ କରିଥିଲେ।

ସୂଚନାଯୋଗ୍ୟ, ଗତ ସୋମବାର ଆଫଗାନିସ୍ତାନ କ୍ରିକେଟ ବୋର୍ଡକୁ ଦଖଲ କରିବା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସିଇଓ ହମିଦ ଶିନଓ୍ୱାରି କହିଥିଲେ ଯେ ଆଗାମୀ ଦିନରେ କ୍ରିକେଟ ପ୍ରଭାବିତ ହେବ ନାହିଁ। ତାଲିବାନୀ ମଧ୍ୟ କ୍ରିକେଟକୁ ସମର୍ଥନ କରନ୍ତି।

Taliban Recapture Afghanistan Taliban Taliban Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe