ବାଂଲାଦେଶକୁ ହରାଇ ସୁପର ୪ରେ ଆଫଗାନିସ୍ତାନ

ଶାରଜା: ଶ୍ରୀଲଙ୍କାକୁ ଏକତରଫା ଭାବେ ପରାସ୍ତ କରିଥିବା ଆଫଗାନିସ୍ତାନ ଏସିଆ କପରେ ଦ୍ୱିତୀୟ ବିଜୟ ହାସଲ କରିଛି। ଆଜି ଦଳ ରୋମାଞ୍ଚକର ଢଙ୍ଗରେ ବାଂଲାଦେଶକୁ ୭ ୱିକେଟରେ ହରାଇ ସୁପର ୪ରେ ସ୍ଥାନ ପକ୍କା କରି ନେଇଛି। ବୋଲିଂରେ ଆଫଗାନର ସ୍ପିନରମାନେ ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ଦୁଇ ଜଦରାନ କମାଲ କରିଛନ୍ତି। ଏକଦା ଆଫଗାନିସ୍ତାନ ହାତରୁ ମ୍ୟାଚ ଖସି ଯବାକୁ ବସିଥିଲା। ହେଲେ ଦୁଇ ଜଦରାନ ଦମଦାର ବ୍ୟାଟିଂ କରି ବାଂଲାଦେଶ ହାତରୁ ଛଡ଼ାଇ ଆଣି […]

afa

afa

Hemant Lenka
  • Published: Tuesday, 30 August 2022
  • Updated: 30 August 2022, 10:54 PM IST

Sports

Latest News

ଶାରଜାଶ୍ରୀଲଙ୍କାକୁ ଏକତରଫା ଭାବେ ପରାସ୍ତ କରିଥିବା ଆଫଗାନିସ୍ତାନ ଏସିଆ କପରେ ଦ୍ୱିତୀୟ ବିଜୟ ହାସଲ କରିଛି। ଆଜି ଦଳ ରୋମାଞ୍ଚକର ଢଙ୍ଗରେ ବାଂଲାଦେଶକୁ ୭ ୱିକେଟରେ ହରାଇ ସୁପର ୪ରେ ସ୍ଥାନ ପକ୍କା କରି ନେଇଛି।

ବୋଲିଂରେ ଆଫଗାନର ସ୍ପିନରମାନେ ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ଦୁଇ ଜଦରାନ କମାଲ କରିଛନ୍ତି। ଏକଦା ଆଫଗାନିସ୍ତାନ ହାତରୁ ମ୍ୟାଚ ଖସି ଯବାକୁ ବସିଥିଲା। ହେଲେ ଦୁଇ ଜଦରାନ ଦମଦାର ବ୍ୟାଟିଂ କରି ବାଂଲାଦେଶ ହାତରୁ ଛଡ଼ାଇ ଆଣି ଦଳକୁ ବିଜୟ ଭେଟି ଦେଇଛନ୍ତି। ଏଥିସହ ନଜିବୁଲ୍ଲା ଜଦରାନ ଛକା ମାରି ମ୍ୟାଚ୍ ଶେଷ କରିଛନ୍ତି।

ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୨୭ ରନ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୯ ବଲ ପୂର୍ବରୁ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ନଜିବୁଲ୍ଲା ଶେଷ ଯାଏ ୧୭ ବଲରେ ୪୩ ଓ ଇବ୍ରାହିମ ଜଦରାନ ୪୧ ବଲରେ ୪୨ ରନ କରି ଅପରାଜିତ ଥିଲେ।

ଆଫଗାରନର ଦୁଇ ସ୍ପିନର ମୁଜୀବ ଉର-ରହମନ ଓ ରଶିଦ ଖାନଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୨୭ ରନ କରିଥିଲା। ୧୨୮ ରନର ଟାର୍ଗେଟ ପାଇଥିବା ଆଫଗାନିସ୍ତାନ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ହଜରତୁଲ୍ଲା ଜଜାଇ ଓ ରହମନତୁଲ୍ଲା ଗୁରବାଜ ୪ ଓଭର ଯାଏ କୌଣସି ୱିକେଟ ଦେଇ ନଥିଲେ। ହେଲେ ସେମାନେ ମାତ୍ର ୧୫ ରନ ହିଁ ଯୋଡ଼ି ପାରିଥିଲେ।

୫ମ ଓଭରରେ ଅଧିନାୟକ ସାକିବ ଅଲ ହାସନ ୧୧ ରନ କରିଥିବା ଗୁରବାଜଙ୍କୁ ଆଉଟ କରି ଆଫଗାନକୁ ପ୍ରଥମ ଝଟକା ଦେଇଥିଲେ। ଦଳୀୟ ସ୍କୋର ୪୫ ଥିବା ବେଳେ ଜଜାଇ ୨୩ ରନ କରି ମୋସାଡେକ ହୁସୈନଙ୍କ ବଲରେ ପ୍ୟାଭିଲିୟନ ‍ଫେରିଥିଲେ। ଆଫଗାନ ଭଳି ବାଂଲାଦେଶର ସ୍ପିନର ମାନେ ବେଶ ମାପିଚୁପି ବୋଲିଂ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ୧୦ମ ଓଭରରେ ହିଁ ଆଫଗାନିସ୍ତାନ ୫୦ ରନ କରିପାରିଥିଲା।

ଏହାପରେ ଦଳର ସ୍କୋରିଂ ହାରକୁ ଇବ୍ରାହିମ ଜଦରାନ ଓ ଅଧିନାୟକ ମହମ୍ମଦ ନବି ବଢ଼ାଇବାକୁ ଚାହିଁଥିଲେ। କିନ୍ତୁ ଦ୍ରୁତ ବୋଲର ମହମ୍ମଦ ସୈଫୁଦ୍ଦିନ ୮ ରନ କରିଥିବା ନବିଙ୍କୁ ଆଉଟ କରି ଆ‍ଫଗାନିସ୍ତାନକୁ ୩ୟ ଝଟକା ଦେଇଥିଲେ। ଆଫଗାନିସ୍ତାନ ହାତରୁ ମ୍ୟାଚ୍‌ ଖସି ଯିବାକୁ ବସିଥିବା ବେଳେ ଇବ୍ରାହିମଙ୍କ ସହ ନଜିବୁଲ୍ଲା ଦରାନ ସ୍ଥିତି ସମ୍ଭାଳିଥିଲେ।

ଉଭୟ କେବଳ ୱିକେଟ ବଞ୍ଚାଇ ନଥିଲେ ବରଂ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ୧୭ତମ ଓଭର ପକାଉଥିବା ମୁସ୍ତାଫିଜୁର ରହମାନ ଓ ୧୮ତମ ଓଭର ପକାଇଉଥିବା ସୈଫୁଦ୍ଦିନକୁ ଉଭୟ କଡ଼ା ପ୍ରହାର କରିଥିଲେ। ୧୭ତମ ଓଭରରେ ଆଫଗାନିସ୍ତାନ ୧୭ ରନ ଆଦାୟ କରିଥିଲା। ସେହିପରି ୧୮ତମ ଓଭରର ଦୁଇ ବ୍ୟାଟର ୨୨ ରନ କରି ବାଂଲାଦେଶ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଶେଷ ୨ ଓଭର୍‌ରେ ଦଳକୁ ଜିତିବାକୁ ମାତ୍ର ୪ ରନ ଆବଶ୍ୟକ ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ହୁସୈନ।

ପ୍ରଥମ ବଲରେ ଇବ୍ରାହିମ କୌଣସି ରନ କରି ନଥିଲେ। ହେଲେ ଦ୍ୱିତୀୟ ବଲରେ ୧ ରନ ନେଇଥିଲେ। ଏହାପରେ ଷ୍ଟ୍ରାଇକୁ ଆସିଥିଲେ ନଜିବୁଲ୍ଲା ଜଦରାନ। ଦଳକୁ ଜିତିବାକୁ ୩ ରନ ଦରକାର ଥିବା ବେଳେ ସେ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ। ନିଜର ବିସ୍ଫୋରକ ୪୩ ରନର ଇନିଂସରେ ସେ ୬ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି। ସେହିପରି ଇବ୍ରାହିମ ୪ଟି ଚୌକା ସହ ୪୨ ରନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos