Advertisment

ଅଷ୍ଟ୍ରେଲିଆ ସହ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ତାଲିବାନର ଅନୁମତି

କାବୁଲ: ବଳପୂର୍ବକ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଧାର୍ଯ୍ୟ ତାରିଖ ଅନୁସାରେ ଆଫଗାନ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆ ସହ ଟେଷ୍ଟ ମ୍ୟାଚ୍‌ ଖେଳିବ ବୋଲି ତାଲିବାନ ଅନୁମତି ଦେଇଛି। ଏ ସମ୍ପର୍କରେ ଆଫଗାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତାଲିବାନ ବନ୍ଧୁକ ମୁନରେ ଆଫଗାନ ଦଖଲ କରିବା ବେଳେ କ୍ରିକେଟ ବୋର୍ଡର ଅଫିସକୁ ମଧ୍ୟ କବଜା କରିଥିଲା। ଲାଗୁଥିଲା ତାଲିବାନ କ୍ରିକେଟ […]

ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆ ସହ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ତାଲିବାନର ଅନୁମତି

Afghan

Advertisment

କାବୁଲ: ବଳପୂର୍ବକ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଧାର୍ଯ୍ୟ ତାରିଖ ଅନୁସାରେ ଆଫଗାନ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆ ସହ ଟେଷ୍ଟ ମ୍ୟାଚ୍‌ ଖେଳିବ ବୋଲି ତାଲିବାନ ଅନୁମତି ଦେଇଛି। ଏ ସମ୍ପର୍କରେ ଆଫଗାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ତାଲିବାନ ବନ୍ଧୁକ ମୁନରେ ଆଫଗାନ ଦଖଲ କରିବା ବେଳେ କ୍ରିକେଟ ବୋର୍ଡର ଅଫିସକୁ ମଧ୍ୟ କବଜା କରିଥିଲା। ଲାଗୁଥିଲା ତାଲିବାନ କ୍ରିକେଟ ଖେଳିବାକୁ ଆଉ ଅନୁମତି ଦେବନି। ଏପରି କି ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷ ସିରିଜ୍‌କୁ ମଧ୍ୟ ଏହି କାରଣ ପାଇଁ ସ୍ଥଗିତ ରଖାଯାଇଥିଲା।

ତେବେ ଆଜି ତାଲିବାନ ପକ୍ଷରୁ ଆଫଗାନ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିବାକୁ ଗ୍ରୀନ ସିଗ୍ନାଲ ମିଳିଛି। ନଭେମ୍ବର ୨୭ରେ ଦୁଇ ଦେଶ ମଧ୍ୟରେ ଅଷ୍ଟ୍ରେଲିଆରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ।

Advertisment

ତାଲିବାନ ଆଫଗାନକୁ ଦଖଲ କରିବା ପରେ ଦେଶର ଜାତୀୟ ଟିମ୍‌ କୌଣସି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି। ଆଫଗାନ କ୍ରିକେଟ ବୋର୍ଡର ମୁଖପାତ୍ର କହିଛନ୍ତି, “ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପରେ ଆଫଗାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍ ତୁରନ୍ତ ଆୟୋଜନ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସହମତ ହୋଇଛନ୍ତି। ଟି-୨୦ ବିଶ୍ୱକପରେ ମଧ୍ୟ ଆଫଗାନ ଟିମ୍ ଖେଳିବ।”

ତାଲିବାନ ଆଫଗାନର ପୁରୁଷ ଟିମର ଖେଳ ଉପରେ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ ବୋଲି କହିସାରିଛି। କିନ୍ତୁ ମହିଳା ଟିମ୍‌ର କ୍ରିକେଟ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି।

Cricket Afganistan Taliban Recapture Afghanistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe