Advertisment

ବାହା ହେଲେ ରାଶିଦ ଖାନ, ସାମ୍ନାକୁ ଆସିଲା ଏହି ଭିଡିଓ

ତାଙ୍କ ବାହାଘରରେ ଆଫଗାନ କ୍ରିକେଟ ସହ ଜଡ଼ିତ ଅନେକ ଖେଳାଳି ଉପସ୍ଥିତ ରହିଥିଲେ। ସେମାନେ ରାଶିଦ ଖାନଙ୍କ ସହ ବିବାହ ମଣ୍ଡପରେ ଉଠାଇଥିବା ଫଟୋ ସାମ୍ନାକୁ ଆସିଛି।

Rashid

Rashid

Advertisment

କ୍ରିକେଟ ଦୁନିଆର ଅନ୍ୟତମ ଷ୍ଟାର ସ୍ପିନର ରାଶିଦ ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଫଗାନିସ୍ତାନର ଏହି କ୍ରିକେଟର ଜଣଙ୍କ ଅକ୍ଟୋବର ୩ ତାରିଖରେ ବିବାହ କରିଛନ୍ତି। ଆଫଗାନିସ୍ତାନର କାବୁଲ ଠାରେ ଥିବା ଗୋଟିଏ ହୋଟେଲରେ ତାଙ୍କ ବିବାହ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ବାହାଘର ଭେନ୍ୟୁର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ନିଜ ସ୍ପିନ ଯାଦୁ ବଳରେ ସମସ୍ତଙ୍କୁ ଜଳକା କରୁଥିବା ରାଶିଦ ପଶତୁନ ପରମ୍ପରା ଅନୁସାରେ ବିବାହ କରିଛନ୍ତି। ତାଙ୍କ ବାହାଘରରେ ଆଫଗାନ କ୍ରିକେଟ ସହ ଜଡ଼ିତ ଅନେକ ଖେଳାଳି ଉପସ୍ଥିତ ରହିଥିଲେ। ସେମାନେ ରାଶିଦ ଖାନଙ୍କ ସହ ବିବାହ ମଣ୍ଡପରେ ଉଠାଇଥିବା ଫଟୋ ସାମ୍ନାକୁ ଆସିଛି।

Advertisment

ଯେଉଁ ହୋଟେଲରେ ରାଶିଦଙ୍କ ବିବାହ ହେଉଥିଲା, ତାହା ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡ଼ାକଡ଼ି କରାଯାଇଥିଲେ। ସମ୍ଭବତଃ ଦେଶରେ ଶାସନ କରୁଥିବା ତାଲିବାନର ସଦସ୍ୟମାନେ ବନ୍ଧୁକ ଧରି ବାହାରେ ପ୍ରହାର ଦେଉଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଅନେକ ଆଫଗାନିସ୍ତାନୀ କ୍ରିକେଟର ସୋଶାଲ ମିଡିଆରେ ରାଶିଦ ଖାନଙ୍କୁ ଜୀବନର ନୂଆ ଇନିଂସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ସାଥୀ ଖେଳାଳି ମହମ୍ମଦ ନବି ମଧ୍ୟ ରହିଛନ୍ତି।

ରାଶିଦ ହେଉଛନ୍ତି ବର୍ତ୍ତମାନ ପିଢ଼ିର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ବିଶେଷ କରି ଟି-୨୦ରେ ତାଙ୍କର ବେଶୀ ଦବଦବା ରହିଛି। ସେ ଟି-୨୦ରେ ବିଶ୍ୱର ଦ୍ରୁତତମ ବୋଲର ଭାବେ ୫୦ ଓ ୧୦୦ ୱିକେଟ ନେବାର ରେକର୍ଡ କରିଛନ୍ତି। ଏକଦା ସେ ଆଇସିସି ଟି-୨୦ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ମଧ୍ୟ ରହିଥିଲେ।

Afghanistan Cricket Rashid Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe