Advertisment

ପାକିସ୍ତାନକୁ ହରାଇ ବିପର୍ଯ୍ୟୟ ଘଟାଇଲା ଆଫଗାନିସ୍ତାନ, ସ୍ୱର୍ଣ୍ଣ ପାଇଁ ଭାରତ ସହ ଲଢ଼ିବ

ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ। ସେହିପରି ଭାରତ ଠାରୁ ସେମିରେ ହାରିଥିବା ବାଂଲାଦେଶ ସହ ପାକିସ୍ତାନ ବ୍ରୋଞ୍ଜ ପଦକ ପାଇଁ ଖେଳିବ।

author-image
Hemant Lenka
ଅଦ୍ୟତନ ହୋଇଛି
Asian Games

Asian Games

ଏସିଆ ଗେମ୍ସ କ୍ରିକେଟରେ ବଡ଼ ବିପର୍ଯ୍ୟୟ ଘଟିଛି। ପାକିସ୍ତାନକୁ ସେମି ଫାଇନାଲରେ ମାତ ଦେଇଛି ଆଫଗାନିସ୍ତାନ। କ୍ୱାର୍ଟର ଫାଇନାଲରେ ଦଳ ଶ୍ରୀଲଙ୍କାକୁ ହରାଇଥିବା ବେଳେ ଏବେ ପାକିସ୍ତାନକୁ ସ୍ୱର୍ଣ୍ଣ ପଦକ ରେସ୍‌ରୁ ବିଦା କରି ସବୁ କିଛି ଓଲଟପାଲଟ କରି ଦେଇଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୧୫ ରନ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୧୩ ବଲ ପୂର୍ବରୁ ୬ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟ ହାସଲ କରି ନେଇଛି।

Advertisment

ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ। ସେହିପରି ଭାରତ ଠାରୁ ସେମିରେ ହାରିଥିବା ବାଂଲାଦେଶ ସହ ପାକିସ୍ତାନ ବ୍ରୋଞ୍ଜ ପଦକ ପାଇଁ ଖେଳିବ।

ଚାଇନାରେ ଚାଲିଥିବା ଏସିଆନ ଗେମ୍ସ କ୍ରିକେଟର ଦ୍ୱିତୀୟ ସେମିରେ ଆଜି ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୧୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ୟୁସୁଫ ସର୍ବାଧିକ ୨୪ ରନ କରିଥିବା ବେଳେ ରୋହାଲି ନଜିର ୧୦, ଅରାଫତ ମିନହାସ ୧୩ ଓ ଆମୀର ଜମାଲ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ।

Advertisment

ଏମାନଙ୍କ ବ୍ୟତୀତ ଆଉ କୌଣସି ପାକ ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ। ଫଳରେ ପୂରା ଟିମ ୨୦ ଓଭର ମଧ୍ୟ ଖେଳି ପାରି ନଥିଲା। ୧୮ ଓଭରରେ ପାକିସ୍ତାନ ୧୧୫ ରନ କରି ଅଲଆଉଟ ହୋଇଯାଇଥିଲା।

ଆଫଗାନିସ୍ତାନ ପକ୍ଷରୁ ଫରୀଦ ଅହମଦ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଜାହିର ଖାନ ଓ ଅହମଦ ଦୁଇଟି ଲେଖାଏ ସଫଳତା ପାଇଥିଲେ। ସେହିପରି ଅଧିନାୟକ ଗୁଲବଦିନ ନବି ଓ କରିମ ଜମାତଙ୍କ ଖାତାଙ୍କୁ ଗୋଟିଏ ଲେଖାଏ ୱିକେଟ ଯାଇଥିଲା।

୨୦ ଓଭର୍‌ରେ ୧୧୬ ରନର ଟାର୍ଗେଟ ପାଇଥିବା ଆଫଗାନିସ୍ତାନ ୩୫ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଓପନର ମହମ୍ମଦ ଶେହଜାଦ(୯), ସେଦିକ୍ୟୁଲ୍ଲା ଅତଲ(୫) ଓ ସାହିଦୁଲ୍ଲା(୦) ସମସ୍ତଙ୍କୁ ନିରାଶ କରିଥିଲେ। ତେବେ ୪ର୍ଥ ୱିକେଟ ପାଇଁ ନୁର ଅଲୀ ଜର୍ଦାନ ଓ ଅଫସର ଜଜାଇ ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ଦଳୀୟ ସ୍କୋର ୭୧ ଥିବା ବେଳେ ବ୍ୟକ୍ତିଗତ ୩୯ ରନ କରି ଜର୍ଦାନ ଆଉଟ ହୋଇ ଯାଇଥିଲେ।

ସେହିପରି ସମାନ ୭୧ ରନରେ ବ୍ୟକ୍ତିଗତ ୧୩ ରନ କରି ସାହିଦୁଲ୍ଲା ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ୮୪ ରନରେ ଦଳ କରିମ ଜମାତ(୩)ଙ୍କୁ ହରାଇଥିଲା। କିନ୍ତୁ ଅଧିନାୟକ ନବି ଅପରାଜିତ ୨୬ ରନର ଇନିଂସ ଖେଳି ଆଫଗାନିସ୍ତାନକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଥିଲେ। ତାଙ୍କ ସହ ଶେଷ ଯାଏ ଶରଫୁଦ୍ଦିନ ଅଶରଫ ୬ ରନ କରି ରହିଥିଲେ।

Cricket Asian Games 19th Asian Games