Advertisment

ଉଦ୍‌ଘାଟନୀ ମ୍ୟାଚ୍‌ରେ ଆଫଗାନିସ୍ତାନ ବିଜୟୀ

ଦୁବାଇ: ଆଜି ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି ଆଫଗାନିସ୍ତାନ କ୍ରିକେଟ ଦଳ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୫ ରନ୍‌ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ଦଳ ୧୦.୧ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆଫଗାନିସ୍ତାନ ପକ୍ଷରୁ ଉତ୍ତମ ବୋଲିଂ, ଫିଲ୍ଡିଂ ସାଙ୍ଗକୁ ବ୍ୟାଟିଂ ଦେଖିବାକୁ ମିଳିଥିଲା। ତେଣୁ ଏହି ଦଳ ମ୍ୟାଚ୍‌କୁ ୮ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଉଦ୍‌ଘାଟନୀ ମ୍ୟାଚ୍‌ରେ ଆଫଗାନିସ୍ତାନ ବିଜୟୀ

cricket

ଦୁବାଇ: ଆଜି ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି ଆଫଗାନିସ୍ତାନ କ୍ରିକେଟ ଦଳ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୫ ରନ୍‌ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ଦଳ ୧୦.୧ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆଫଗାନିସ୍ତାନ ପକ୍ଷରୁ ଉତ୍ତମ ବୋଲିଂ, ଫିଲ୍ଡିଂ ସାଙ୍ଗକୁ ବ୍ୟାଟିଂ ଦେଖିବାକୁ ମିଳିଥିଲା। ତେଣୁ ଏହି ଦଳ ମ୍ୟାଚ୍‌କୁ ୮ ୱିକେଟରେ ବିଜୟ ହାସଲ କରିଛି।

Advertisment

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟସ୍ ଜିତି ଆଫଗାନିସ୍ତାନ ଟିମ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଟିମ୍ ପାଇଁ ଠିକ୍ ସାବସ୍ତ୍ୟ ହୋଇଥିଲା।

ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କା ଟିମ୍ ମାତ୍ର ୫ ରନ୍‌ରେ ୩ଟି ୱିକେଟ ହରାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷେ ସର୍ବାଧିକ ୩୮ ଓ ଚମିକା କରୁଣାରତ୍ନେ ୩୧ ରନ୍‌ କରିଥିଲେ। ତେବେ ଦଳର ତିନି ଖେଳାଳି କୁସାଲ ମେଣ୍ଡିସ, ଦାସୁନ ସନକା ଓ ମହୀଶ ତୀକଶନା ଶୂନ୍ୟ ରନରେ ଆଉଟ ହୋଇଥିଲେ। ଯାହା ଫଳରେ ଏହି ଟିମ୍ ଛୋଟ ସ୍କୋର କରିଥିଲା।

Advertisment

ଆଫଗାନିସ୍ତାନ ପକ୍ଷରୁ ଫାଜଲହକ୍‌ ଫାରୁକୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ମୁଜୀବ ଉର୍‌-ରହମାନ୍‌ ଓ ମହମ୍ମଦ ନବିଙ୍କୁ ୨ ଲେଖାଏଁ ୱିକେଟ ମିଳିଥିବା ‌ବେଳେ ନବୀନ ଉଲ୍‌-ହକ୍‌ ଗୋଟିଏ ୱିକେଟ ନେଇଥିଲେ।

ସେହିପରି ବ୍ୟାଟିଂରେ ଆଫଗାନିସ୍ତାନ ପକ୍ଷରୁ ହଜରତୁଲ୍ଲା ଜାଜାଇ ନଟ୍ ଆଉଟ୍ ରହି ୩୭ କରିଥିବା ବେଳେ ରହମାନୁଲ୍ଲା ଗୁରୁବାଜ ସର୍ବାଧିକ ୪୦ ରନ୍‌ କରି ଆଉଟ ହୋଇଥିଲେ।