Advertisment

ପୁଣି ଟସ୍ ହାରିଲେ କୋହଲି

ଆବୁ ଧାବି: ଚଳିତ ଟି-୨୦ ବିଶ୍ୱକପରେ କ୍ରମାଗତ ତୃତୀୟଥର ଲାଗି ଟସ୍ ହାରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ଆବୁଧାବିରେ ଖେଳାଯାଉଥିବା ଭାରତ ଓ ଆଫଗାନିସ୍ତାନ ମ୍ୟାଚରେ ଆଫଗାନ୍ କ୍ୟାପଟେନ୍ ମହମ୍ମଦ ନବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଭାରତର ସେମିଫାଇନାଲ୍‌ ଆଶା ସୂତା ଖିଅରେ ଝୁଲୁଛି। ଆଜି ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି […]

ଅଦ୍ୟତନ ହୋଇଛି
ପୁଣି ଟସ୍ ହାରିଲେ କୋହଲି

india-vs-afghan.jpg1

Advertisment

ଆବୁ ଧାବି: ଚଳିତ ଟି-୨୦ ବିଶ୍ୱକପରେ କ୍ରମାଗତ ତୃତୀୟଥର ଲାଗି ଟସ୍ ହାରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ଆବୁଧାବିରେ ଖେଳାଯାଉଥିବା ଭାରତ ଓ ଆଫଗାନିସ୍ତାନ ମ୍ୟାଚରେ ଆଫଗାନ୍ କ୍ୟାପଟେନ୍ ମହମ୍ମଦ ନବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ।

Advertisment

ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଭାରତର ସେମିଫାଇନାଲ୍‌ ଆଶା ସୂତା ଖିଅରେ ଝୁଲୁଛି। ଆଜି ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ସୂର୍ଯ୍ୟକୁମାର ଯାଦବ ଫିଟ୍ ହୋଇ ସ୍କ୍ୱାଡକୁ ଫେରିଥିବା ବେଳେ ଈଶାନ୍ କିଶନ ବାଦ୍ ପଡ଼ିଛନ୍ତି। ସେହିପରି ବରୁନ୍ ଚକ୍ରବର୍ତ୍ତୀ ଆହତ କାରଣରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ସାମିଲ୍ କରାଯାଇଛି। ସେହିପରି ଆଫଗାନିସ୍ତାନ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ମୁଜୀବ-ଉର୍-ରେହମାନ୍ ଓ ଅସଗର ଆଫଗାନ୍ ବାଦ୍ ପଡ଼ିଛନ୍ତି।

ଉଭୟ ଟିମ୍ ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଭାରତକୁ ଏହି ମ୍ୟାଚ୍ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ଦୁଇଟି ମ୍ୟାଚ୍ ଜିତି ସେମିଫାଇନାଲ୍‌ ଦୌଡ଼ରେ ଥିବା ଆଫଗାନିସ୍ତାନ ଆଜି ମ୍ୟାଚ୍ ଜିତି ସ୍ଥିତି ମଜଭୁତ୍ କରିବାକୁ ଚାହିଁବ।

Advertisment

https://twitter.com/BCCI/status/1455892686204850183?s=20

ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ରବିଚନ୍ଦ୍ରନ୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା।

ଆଫଗାନିସ୍ତାନ: ହଜରତୁଲ୍ଲା ଜଜଇ, ମହମ୍ମଦ ଶେହଜାଦ୍ (ୱିକେଟକିପର), ରେହମାନୁଲ୍ଲା ଗୁରବାଜ୍, ନାଜିବୁଲ୍ଲା ଜର୍ଦ୍ଦାନ, ମହମ୍ମଦ ନବି (କ୍ୟାପଟେନ୍), ଶରାଫୁଦ୍ଦିନ ଅଶରଫ୍, ଗୁଲବଦିନ ନଇବ୍, ରାଶିଦ୍ ଖାନ୍, କରିମ୍ ଜନ୍ନତ, ନବୀନ-ଉଲ୍-ହକ୍, ହମିଦ୍ ହାସନ୍।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe