Advertisment

୭ ରନରେ ଅଲଆଉଟ ହେଲା ପୂରା ଟିମ, ଦେଖନ୍ତୁ ଭିଡିଓ

ନାଇଜେରିଆ ବିପକ୍ଷ ମ୍ୟାଚ୍‌ରେ ଆଇଭରି କୋଷ୍ଟର ପୂରା ଟିମ କେବଳ ୭ ରନ କରିବାକୁ ସକ୍ଷମ ହୋଇଛି।

author-image
Hemant Lenka
Nigeria

Nigeria

ପୁରୁଷ ଟି-୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିଛି ଲଜ୍ଜାଜନକ ରେକର୍ଡ। କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଗୋଟିଏ ଟିମ ୭ ରନରେ ଅଲଆଉଟ ହୋଇଛି। ଏହା ଟି-୨୦ କ୍ରିକେଟର ସର୍ବନିମ୍ନ ଦଳଗତ ସ୍କୋର।

Advertisment

ଏପରି ଲଜ୍ଜାଜନ ରେକର୍ଡର ଅଧିକାରୀ ହୋଇଛି ଆଇଭରି କୋଷ୍ଟ। ଲାଗୋସରେ ଖେଳା ଯାଇଥିବା ନାଇଜେରିଆ ବିପକ୍ଷ ମ୍ୟାଚ୍‌ରେ ଆଇଭରି କୋଷ୍ଟର ପୂରା ଟିମ କେବଳ ୭ ରନ କରିବାକୁ ସକ୍ଷମ ହୋଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ପୂର୍ବରୁ ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବନିମ୍ନ ଦଳଗତ ସ୍କୋର ୧୦ ରହିଥିଲା। ୨୦୨୩ରେ ସ୍ପେନ ବିପକ୍ଷ ମ୍ୟାଚ୍‌ରେ ଆଇଲ ଅଫ ମ୍ୟାନ ୧୦ ରନରେ ଅଲଆଉଟ ହୋଇଯାଇଥିଲା। ସେପ୍ଟେମ୍ବର ମାସରେ ମଙ୍ଗୋଲିଆ ମଧ୍ୟ ସିଙ୍ଗାପୁର ବିପକ୍ଷ ଗୋଟିଏ ଟି-୨୦ ମ୍ୟାଚ୍‌ରେ ସମାନ ୧୦ ରନ କରିଥିଲା। ହେଲେ ଏବେ ଆଇଭରି କୋଷ୍ଟ ୭ ରନରେ ଅଲଆଉଟ ହୋଇ ବିରଳ ରେକର୍ଡର ଅଧିକାରୀ ହୋଇଛି।

Advertisment

ଆଇସିସି ବିଶ୍ୱକପ ସବ ରିଜୋନାଲ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ନାଇଜେରିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସେଲିମ ସାଲାଉ ୫୩ ବଲରେ ୧୧୨ ରନ କରି ରିଟାୟର ହେବା ପରେ ଇସାକ ଓକପେ ୨୩ ବଲରେ ଅପରାଜିତ ୬୫ ରନ କରିଥିଲେ। ଫଳରେ ନାଇଜେରିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୭୧ ରନ କରିଥିଲା।

ଏହାର ଜବାବରେ ଆଇଭର କୋଷ୍ଟ ୭.୩ ଓଭରରେ ୭ ରନ କରି ଅଲଆଉଟ ହୋଇଯାଇଛି। ଆଇଭରି କୋଷ୍ଟର ଓପନର ମହମ୍ମଦ ସର୍ବାଧିକ ୪ ରନ କରି ପ୍ରଥମ ବ୍ୟାଟର ଭାବେ ଆଉଟ ହୋଇଥିଲେ। ତାଙ୍କ ପରେ ଦଳର ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେଥିଲେ।

ଦଳ ପକ୍ଷରୁ କେହି ବାଉଣ୍ଡରୀ ମଧ୍ୟ ମାରି ନାହାନ୍ତି। ମିମି ଆଲେକ୍ସ, ମାଇଗା ଇବ୍ରାହିମ ଓ ଡି କ୍ଲାଉଡେ ୧ ରନ କରିଥିବା ବେଳେ ଅନ୍ୟମାନେ ଖାତା ଖୋଲି ପାରି ନଥିଲେ। ଦଳର ୬ ଜଣ ବ୍ୟାଟର ଖାତା ଖୋଲି ନଥିବା ବେଳେ ଲାଡଜି ଶେଷ ଯାଏ ଅପରାଜିତ ରହିଥିଲେ।

ନାଇଜେରିଆ ଉକ୍ତ ମ୍ୟାଚକୁ ନାଇଜେରିଆ ୨୬୪ ରନରେ ଜିତି ନେଇଛି।

T20 Match T20 Cricket