Advertisment

ପ୍ରଥମ ଟେଷ୍ଟ ହାରିବା ପରେ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ଦଳକୁ ଆସିଲେ ଷ୍ଟାର ଅଲରାଉଣ୍ଡର

ଦ୍ୱିତୀୟ ଟେଷ୍ଟ ପୂର୍ବରୁ  ଟିମ୍ ଇଣ୍ଡିଆରେ ଜଣେ ଅତିରିକ୍ତ ଅଲରାଉଣ୍ଡରଙ୍କୁ ସାମିଲ କରାଯାଇଛି।

ଅଦ୍ୟତନ ହୋଇଛି
Indian Players

Indian Players

Advertisment

ବେଙ୍ଗାଲୁରୁରରେ ଅନୁଷ୍ଠିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ସ୍କ୍ୱାଡରେ ପରିବର୍ତ୍ତନ କରିଛି ଭାରତ। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରେ ଜଣେ ଅତିରିକ୍ତ ଅଲରାଉଣ୍ଡରଙ୍କୁ ସାମିଲ କରାଯାଇଛି। ରଣଜୀ ଟ୍ରଫିରେ ତାମିଲନାଡ଼ୁ ପାଇଁ 152 ରନର ଦମଦାର ପାଳି ଖେଳିଥିବା ୱାଶିଂଟନ୍ ସୁନ୍ଦର ଟିମ୍ ଇଣ୍ଡିଆର ଟେଷ୍ଟ ଟିମରେ ଯୋଗ ଦେଇଛନ୍ତି। 

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଚାର ବିମର୍ଷ କରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଓ ଚୟନକର୍ତ୍ତା ସ୍କ୍ୱାଡରେ ବାମହାତି ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିଛନ୍ତି। ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ୱାଶିଂଟନ ସୁନ୍ଦର ପୁଣେରେ ଭାରତୀୟ ଦଳରେ ଯୋଗଦେବେ। ଏହାର ଅର୍ଥ ଭାରତର ଟେଷ୍ଟ ଟିମରେ ଚାରି ଜଣ ଅଲରାଉଣ୍ଡର ସାମିଲ ହୋଇଛନ୍ତି। 

ତେବେ ସୁନ୍ଦର ଯୋଗଦେବା ପୂର୍ବରୁ ଭାରତୀୟ ଦଳରେ ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଭଳି ଅଭିଜ୍ଞ ଅଲରାଉଣ୍ଡର ରହିଛନ୍ତି। ତେଣୁ ଚତୁର୍ଥ ଅଲରାଉଣ୍ଡର ଭାବେ ସୁନ୍ଦରଙ୍କୁ ଦଳରେ ସାମିଲ କରିଛି ବିସିସିଆଇ। ଅର୍ଥାତ ପୁଣେ ଓ ମୁମ୍ବାଇରେ ଖେଳାଯିବାକୁ ଥିବା ଶେଷ ଦୁଇ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ସ୍କ୍ଲାଡ 16 ସଦସ୍ୟ ବିଶିଷ୍ଟ ହୋଇଛି। 24 ଅକ୍ଟୋବରରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ।

Advertisment

ୱାଶିଂଟନ ସୁନ୍ଦରଙ୍କ ଅନ୍ତର୍ଜାତୀୟ ରେକର୍ଡ:-
ଭାରତୀୟ ଦଳ 2020-21ରେ ଅଷ୍ଟ୍ରେଲିଆରେ ପାଇଥିବା ଐତିହାସିକ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ୱାଶିଂଟନ ସୁନ୍ଦର। ଗାବା ଟେଷ୍ଟର ପ୍ରଥମ ପାଳିରେ ଶାର୍ଦ୍ଦୁଲ ଠାକୁରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଟିମ ଇଣ୍ଡିଆକୁ ସଂକଟରୁ ଉଦ୍ଧାର କରିଥିଲେ ସୁନ୍ଦର। ସେ ଏପର୍ଯ୍ୟନ୍ତ ଭାରତ ପାଇଁ 4ଟି ଟେଷ୍ଟ ମ୍ୟାଚ୍ ଖେଳି 3ଟି ଅର୍ଦ୍ଧଶତକୀୟ ପାଳି ସହିତ 66.25 ହାରରେ 265 ରନ ସଂଗ୍ରହ କରିଛନ୍ତି।

କ୍ରିକେଟର ସବୁଠାରୁ ବଡ଼ ଫର୍ମାଟରେ ସେ ମୋଟ 6 ୱିକେଟ ମଧ୍ୟ ହାସଲ କରିଛନ୍ତି। ଭାରତୀୟ ଜର୍ସିରେ 22 ଏକଦିବସୀୟ ମ୍ୟାଚ୍ ଖେଳିଥିବା ସୁନ୍ଦର 24.23 ହାରରେ 315 ରନ୍ ଏବଂ 52ଟି ଟି-20 ମ୍ୟାଚ୍ ଖେଳି 13.42 ହାରରେ 161 ରନ ସଂଗ୍ରହ କରିଛନ୍ତି। ତାମିଲନାଡ଼ୁର ଏହି କ୍ରିକେଟର ଅନ୍ତର୍ଜାତୀୟ ଟି-20 କ୍ରିକେଟରେ 47 ଓ ଦିନିକିଆରେ 23ଟି ୱିକେଟ ହାସଲ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡ:-
ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧୃବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା (ଉପ-ଅଧିନାୟକ), ମହମ୍ମଦ ସିରାଜ, ଆକାଶ ଦୀପ ଓ ୱାଶିଂଟନ ସୁନ୍ଦର।

Cricket Sports India Vs New Zealand 2nd Test IndVsNZ Test Washington Sundar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe