Advertisment

ସରିଲା ପ୍ରତୀକ୍ଷା, ୩୩୦ ଦିନ ପରେ ଭାରତକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ୍

ଚେନ୍ନାଇ: ଅଷ୍ଟ୍ରେଲିଆର ଅବିଶ୍ୱସନୀୟ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ଆସନ୍ତାକାଲିଠାରୁ ତା’ର ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବ। କରୋନା ମହାମାରୀ ପରେ ପ୍ରାୟ ବର୍ଷକ ବ୍ୟବଧାନ ଅର୍ଥାତ୍ ୩୩୦ ଦିନ ପରେ ଭାରତକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଛି। ସେହିପରି ପିତୃତ୍ୱ ଅବକାଶ ପରେ ଟିମକୁ କମବ୍ୟାକ୍ କରିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି। ତାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ଶୁକ୍ରବାରଠାରୁ ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ […]

ଅଦ୍ୟତନ ହୋଇଛି
ସରିଲା ପ୍ରତୀକ୍ଷା, ୩୩୦ ଦିନ ପରେ ଭାରତକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ୍

INDIA-VS-ENG

Advertisment

ଚେନ୍ନାଇ: ଅଷ୍ଟ୍ରେଲିଆର ଅବିଶ୍ୱସନୀୟ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ଆସନ୍ତାକାଲିଠାରୁ ତା'ର ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବ। କରୋନା ମହାମାରୀ ପରେ ପ୍ରାୟ ବର୍ଷକ ବ୍ୟବଧାନ ଅର୍ଥାତ୍ ୩୩୦ ଦିନ ପରେ ଭାରତକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଛି। ସେହିପରି ପିତୃତ୍ୱ ଅବକାଶ ପରେ ଟିମକୁ କମବ୍ୟାକ୍ କରିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି। ତାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ଶୁକ୍ରବାରଠାରୁ ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବିଜୟ ଆଶା ନେଇ ମଇଦାନକୁ ଓହ୍ଲାଇବ। ଏହି ସିରିଜ୍ ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ବେଶ ଗୁରୁତ୍ତ୍ୱପୂର୍ଣ୍ଣ। କାରଣ ଚାରିମ୍ୟାଚ୍ ବିଶିଷ୍ଟ ସିରିଜ୍ ଜିତି ଉଭୟ ଦଳ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଟିକେଟ୍‌ ବୁକ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତକୁ ଅତିକମରେ ୨-୦ କିମ୍ବା ୨-୧ରେ ସିରିଜ୍ ଜିତିବାକୁ ପଡ଼ିବ।

Advertisment

ଅଷ୍ଟ୍ରେଲିଆ ଗସ୍ତରେ ଚାରିମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ତିନୋଟି ମ୍ୟାଚରେ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଟିମରେ ନେତୃତ୍ୱ ନେଇଥିଲେ। କୋହଲିଙ୍କ ଅନୁପସ୍ଥିତି ଏବଂ ଅଧିକାଂଶ ସିନିୟର ଖେଳାଳିଙ୍କ ଆହତ ସତ୍ତ୍ୱେ ଟିମ୍ ଇଣ୍ଡିଆ ରାହାଣେଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ କଙ୍ଗାରୁଙ୍କ ମାଟିରେ ଲଗାତର ଦ୍ୱିତୀୟଥର ଟେଷ୍ଟ ସିରିଜ୍ ଜିତିଥିଲା। ଏବେ କୋହଲି ପୁଣିଥରେ ଟିମର ନେତୃତ୍ୱ ନେବେ ଏବଂ ରାହାଣେ ତାଙ୍କ ଡେପୁଟୀ ଭାବେ କାମ କରିବେ।

ଚେନ୍ନାଇର ଚିଦାମ୍ବରମ୍ ପିଚ୍ ସାଧାରଣତ ସ୍ପିନରଙ୍କୁ ସୁହାଇପାରେ। ଇଂଲଣ୍ଡ ଶେଷଥର ପାଇଁ ୨୦୧୬ରେ ଯେତେବେଳେ ଭାରତ ଗସ୍ତରେ ଆସିଥିଲା, ସେତେବେଳେ ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୪ରେ ହାରିଯାଇଥିଲା। ତେବେ ଭ୍ରମଣକାରୀ ଟିମ୍ ନିକଟରେ ଶ୍ରୀଲଙ୍କାକୁ ତା' ନିଜ ମାଟିରେ ୨-୦ରେ ହରାଇ ମନୋବଳକୁ ମଜଭୁତ କରିଛି। ଅନ୍ୟପକ୍ଷରେ ଭାରତ ମଧ୍ୟ ଅଷ୍ଟ୍ରେଲିଆରେ ୨-୧ରେ ସିରିଜ୍ ଜିତିଛି।

Advertisment

Image

ପ୍ରଥମ ଟେଷ୍ଟ ପାଇଁ ଭାରତ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଦ୍ୱନ୍ଦ୍ୱରେ ରହିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି ଓ ଉମେଶ ଯାଦବଙ୍କ ଅନୁପସ୍ଥିତି ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହି ତିନି କ୍ରିକେଟର ଏବେବି ଆହତ ସମସ୍ୟାରେ ଅଛନ୍ତି। ଏମାନଙ୍କ ଅନୁପସ୍ଥିତିରେ ଭାରତ ଏବେ ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଉପରେ ଅଧିକ ନିର୍ଭର କରିବ। ବର୍ଷକ ପରେ ପ୍ରଥମଥର କୋହଲି ଓ ରୋହିତ୍ ଶର୍ମା ଏକାଠି ଖେଳିବ। ଏହାବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ମଧ୍ୟ କମବ୍ୟାକ୍ ହେବ। ହାର୍ଦ୍ଦିକ ଅଷ୍ଟ୍ରେଲିଆରେ ସୀମିତ ଓଭର ସିରିଜରେ କେବଳ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିଲେ, କିନ୍ତୁ ବୋଲିଂ କରିପାରି ନଥିଲେ। କୋହଲି କହିଥିଲେ ଯେ ହାର୍ଦ୍ଦିକ ଅଲରାଉଣ୍ଡର ଭାବେ ଟେଷ୍ଟ ଟିମରେ ସ୍ଥାନ ପାଇପାରିବେ।

ଯଦି ଓପନିଂ କଥା କହିବା, ତାହେଲେ ରୋହିତଙ୍କ ସହ ଶୁବମନ୍ ଗିଲ୍ ଆସିବେ। ଏହା ପରେ ଚେତେଶ୍ୱର ପୂଜାର, କୋହଲି, ରାହାଣେ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଆସିବେ। ଷଷ୍ଠ ସ୍ଥାନରେ କୋହଲି ହୁଏତ ହାର୍ଦ୍ଦିକଙ୍କୁ ସୁଯୋଗ ଦେଇପାରନ୍ତି। ନହେଲେ ଅତିରିକ୍ତ ସ୍ପିନର ଅଲରାଉଣ୍ଡର ଭାବେ ୱାଶିଂଟନ୍ ସୁନ୍ଦରଙ୍କୁ ଚାନ୍ସ ଦେଇପାରନ୍ତି। ଯଦି ହାର୍ଦ୍ଦିକ ନଖେଳନ୍ତି, ତାହେଲେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଷଷ୍ଠ ସ୍ଥାନରେ ଆସିବେ। କମବ୍ୟାକ୍ ମ୍ୟାନ୍ ଅଶ୍ୱିନ୍ ସପ୍ତମ ସ୍ଥାନରେ ଆସିପାରନ୍ତି। ହାର୍ଦ୍ଦିକଙ୍କ ସ୍ଥାନରେ କୋହଲି ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଚାନ୍ସ ଦେଇପାରନ୍ତି। ଟିମରେ ଦୁଇଜଣ ସ୍ପେଶାଲିଷ୍ଟ ପେସର୍ ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍ରା ଖେଳିବେ। ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବ କିମ୍ବା ଅକ୍ଷର ପଟେଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।

Image result for joe root

ଚେନ୍ନାଇରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ନିଜର ୧୦୦ତମ ଟେଷ୍ଟ ଖେଳିବେ। ରୁଟଙ୍କ ବ୍ୟତୀତ ଟିମରେ ବେନ୍ ଷ୍ଟୋକ୍ସ, ଜୋସ ବଟଲର, ଓଲି ପୋପ୍, ରୋରୀ ବର୍ନସଙ୍କ ଭଳି ଉଦୀୟମ୍ୟାନ୍ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ବୋଲର ଭୂମିକାରେ ଭେଟେରାନ୍ ଜେମ୍ସ ଆଣ୍ଡରସନ୍, ଷ୍ଟୁଆର୍ଟ ବ୍ରଡ୍ ଓ ଜୋଫ୍ରା ଆର୍ଚର ପେସ୍ ଆଟାକ ସମ୍ଭାଳିବେ। ଜ୍ୟାକ୍ ଲିଚ୍ ଓ ଡୋମିନିକ୍ ବେସ୍ ସ୍ପିନରଙ୍କ ଭୂମିକା ବହନ କରିପାରନ୍ତି। ଇଂଲଣ୍ଡ ଟିମର ଓପ୍ନର ଜନ କ୍ରଲୀ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି।

ଚେନ୍ନାଇର ଚେପକରେ ଇଂଲଣ୍ଡ ବିପକ୍ଷରେ ଘରୋଇ ଭାରତର ଜବରଦସ୍ତ ରେକର୍ଡ ରହିଛି। ଏହି ମଇଦାନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୯ଟି ଟେଷ୍ଟ ଖେଳାଯାଇଛି। ଏଥିରୁ ଭାରତ ୫ଟି ଓ ଇଂଲଣ୍ଡ ୩ଟିରେ ବିଜୟୀ ହୋଇଚି। ଭାରତ ଶେଷଥର ପାଇଁ ଏଠାରେ ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳିଥିଲା। ଏହି ମ୍ୟାଚରେ ଭାରତ ଇନିଂସ୍ ଓ ୭୫ ରନରେ ବିଜୟୀ ହୋଇଥିଲା।

Image result for england cricket team in india

ସ୍କ୍ୱାଡ୍
ଭାରତ: ବିରାଟ୍‌ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ (ଭାଇସ୍-କ୍ୟାପଟେନ୍), ରୋହିତ୍ ଶର୍ମା, ଶୁବମନ୍ ଗିଲ୍, ଚେତେଶ୍ୱର ପୂଜାରା, ଋଷଭ ପନ୍ତ (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ୍, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ୍, କେଏଲ୍ ରାହୁଲ୍, ଋଦ୍ଧିମାନ ସାହା, ଶାର୍ଦ୍ଦୁଲ ଠାକୁର।

ଇଂଲଣ୍ଡ: ଜୋ ରୁଟ୍ (କ୍ୟାପଟେନ୍), ଡୋମିନିକ୍ ସିବଲୀ, ରୋରୀ ବର୍ନସ୍, ଓଲି ପୋପ୍, ଡାନ୍ ଲରେନ୍ସ, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍ (ୱିକେଟକିପର), ବେନ୍ ଫୋକ୍ସ (ୱିକେଟକିପର), ମୋଇନ୍ ଅଲୀ, କ୍ରିସ୍ ଓକ୍ସ, ଜୋଫ୍ରା ଆର୍ଚର୍, ଜେମ୍ସ ଆଣ୍ଡରସନ୍, ଷ୍ଟୁଆର୍ଟ ବ୍ରଡ୍, ଡୋମିନିକ୍ ବେସ୍, ଜ୍ୟାକ୍ ଲିଚ୍, ଓଲି ଷ୍ଟୋନ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe