Advertisment

ପାକିସ୍ତାନୀ ସାମ୍ବାଦିକଙ୍କ ଧଜିଆ ଉଡ଼ାଇଲେ ହରଭଜନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର୍ ହରଭଜନ ସିଂହ କ୍ରିକେଟ୍ ମଇଦାନରେ ଖୁବ୍ ଆଗ୍ରେସିଭ୍ ରୁହନ୍ତି। ତେଣିକି ଯଦି ଏହା ଭାରତ ଓ ପାକିସ୍ତାନ ହୁଏ, ତାହେଲେ ଭଜି ଖୁବ୍ ଆକ୍ରମଣାତ୍ମକ ହୋଇ ଯାଆନ୍ତି। ଚଳିତ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛି। ଭାରତର ଏହି ପରାଜୟ ପରେ ପାକିସ୍ତାନୀ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ମାନେ ମନଇଚ୍ଛା ଭାଷାର ପ୍ରୟୋଗ କରୁଛନ୍ତି। ପାକିସ୍ତାନର ପୂର୍ବତନ ପେସ୍ ବୋଲର ମହମ୍ମଦ ଆମୀର ଓ […]

author-image
Ranjit Kumar Jena
ପାକିସ୍ତାନୀ ସାମ୍ବାଦିକଙ୍କ ଧଜିଆ ଉଡ଼ାଇଲେ ହରଭଜନ, ଦେଖନ୍ତୁ ଭିଡିଓ

bhajji

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର୍ ହରଭଜନ ସିଂହ କ୍ରିକେଟ୍ ମଇଦାନରେ ଖୁବ୍ ଆଗ୍ରେସିଭ୍ ରୁହନ୍ତି। ତେଣିକି ଯଦି ଏହା ଭାରତ ଓ ପାକିସ୍ତାନ ହୁଏ, ତାହେଲେ ଭଜି ଖୁବ୍ ଆକ୍ରମଣାତ୍ମକ ହୋଇ ଯାଆନ୍ତି। ଚଳିତ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛି। ଭାରତର ଏହି ପରାଜୟ ପରେ ପାକିସ୍ତାନୀ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ମାନେ ମନଇଚ୍ଛା ଭାଷାର ପ୍ରୟୋଗ କରୁଛନ୍ତି। ପାକିସ୍ତାନର ପୂର୍ବତନ ପେସ୍ ବୋଲର ମହମ୍ମଦ ଆମୀର ଓ ହରଭଜନଙ୍କ ମଧ୍ୟରେ ଟ୍ୱିଟରରେ କଥା କଟାକଟି ଶେଷ ନହେଉଣୁ ଏବେ ପାକିସ୍ତାନର ଜଣେ ସାମ୍ବାଦିକ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି। ଆଉ ହରଭଜନ ସେହି ସାମ୍ବାଦିକଙ୍କୁ ମଧ୍ୟ ଜବାବ ଦେବାକୁ ପଛାଇ ନାହାନ୍ତି।

Advertisment

ପାକିସ୍ତାନର ମହିଳା ସାମ୍ବାଦିକ ଇକରା ନାସିର ଆମୀରଙ୍କ ବିବାଦରେ ଗୋଡ଼ କାଢ଼ି ହରଭଜନ ସିଂହ ଓ ଶାହିଦ ଆଫ୍ରିଦିଙ୍କ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଏହି ଭିଡିଓରେ ହରଭଜନ ସିଂହ ବୋଲିଂ କରୁଛନ୍ତି ଏବଂ୍ ଆଫ୍ରିଦି ବ୍ୟାଟିଂ କରୁଛନ୍ତି। ଆଫ୍ରିଦି ଭଜିଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ୪ଟି ବଲରେ ୪ଟି ଛକା ମାରିଛନ୍ତି। ଏହା ପରେ କ୍ୟାପଟେନ୍ ସାମ୍ବାଦିକ ଜଣକ କ୍ୟାପସନରେ ଲେଖିଛନ୍ତି, ହରଭଜନ ସିଂହଙ୍କୁ ମନେ ରଖିବା ପାଇଁ ଏହି ଭିଡିଓଟି ଜାରି କରାଗଲା।

https://twitter.com/harbhajan_singh/status/1453237340638437376?s=20

ଏହାର ଜବାବରେ ହରଭଜନ ମଧ୍ୟ ଗୋଟିଏ ଭିଡିଓ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଆଫ୍ରିଦିଙ୍କ ବଲରେ ଭଜିଙ୍କୁ ଆକାଶଛୁଆଁ ଛକା ମାରୁଥିବା ଦେଖିବାକୁ ମିଳିଛି। ଏଥିରେ ଭଜି କ୍ୟାପସନ୍ ଦେଇ ଲେଖିଛନ୍ତି, ଆପଣଙ୍କ ଜାଣିବା ପାଇଁ ସାମ୍ବାଦିକ ମହୋଦୟା।

Advertisment

https://twitter.com/harbhajan_singh/status/1453080182332346370?s=20

https://twitter.com/harbhajan_singh/status/1453058886420807684?s=20

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ କ୍ରିକେଟର୍ ଆମୀର କିଛି ଟ୍ୱିଟ୍ କରିଥିଲେ। ଯାହାର ଜବାବ ଦେଇଥିଲେ ହରଭଜନ। ଏହା ପରେ ଭଜି ଆମୀରଙ୍କୁ ସ୍ପଟଫିକ୍ସିଂ କଥା କହିଥିଲେ। ଯେଉଁଥିରେ ଆମୀର ରାଗି ଯାଇ ମନଇଚ୍ଛା ଟ୍ୱିଟ୍ କରିବାକୁ ଲାଗିଲେ। ଭଜି କହିଥିଲେ, କ୍ରିକେଟ୍ ଏକ ଭଦ୍ରଲୋକର ଖେଳ। ହେଲେ ପାକିସ୍ତାନର ପୂର୍ବତନ ପେସର ଆମୀରଙ୍କ ଭଳି ଲୋକ ଏହାକୁ କଳଙ୍କିତ କରିଛନ୍ତି। ହୁଏତ କୌଣସି ଦେଶ ଭିତରେ ରାଜନୀତିକ ସମ୍ପର୍କ ଯେମିତି ଥାଉ ନା କାହିଁକି, କିନ୍ତୁ ମଇଦାନରେ ଖେଳାଳିମାନେ ଖେଳୁଆଡ଼ ମନୋଭାବ ସହ ଖେଳିଥାନ୍ତି। କିନ୍ତୁ ପାକିସ୍ତାନ ସହ ଏଭଳି ହୋଇନାହିଁ।

https://twitter.com/harbhajan_singh/status/1453062908376616961?s=20

ଆମୀର ନିଜ ଦେଶ ସହ ବିଶ୍ୱାସଘାତକତା କରିଥିଲେ। ୨୦୧୦ରେ ଲର୍ଡ୍ସରେ ଆମୀର ସ୍ପଟ୍ ଫିକ୍ସିଂ କରିଥିଲେ। ଆମୀର ଜାଣିଣୁଣି ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ନୋ’ ବଲ୍ ପକାଇଥିଲେ। ଯେଉଁଥି ପାଇଁ ତାଙ୍କୁ ୬ ମାସ ଇଂଲଣ୍ଡ ଜେଲରେ ରହିବାକୁ ପଡ଼ିଥିଲା। ଏହାବ୍ୟତୀତ ଆମୀରଙ୍କୁ ୫ ବର୍ଷ ପାଇଁ କ୍ରିକେଟରୁ ବ୍ୟାନ୍ କରାଯାଇଥିଲା।